ଛଣା ହୋଇଥିବା ମଦକୁ ଏକ କଏଲରେ ନେଇ ମାଟି ତଳେ ଥିବା ଏକ ପାତ୍ରରେ ଭର୍ତ୍ତି କରାଯାଏ। ଏହି କଏଲକୁ ଥଣ୍ଡା ପାଣିରେ ବୁଡ଼ାଇ ପାନୀୟକୁ ଗାଢ଼ା କରାଯାଇଥାଏ। ପ୍ରଥମ ଥର ପାନୀୟ ଛଣାଯିବା ପରେ ସେଥିରୁ ଉରକ ନାମକ ଏକ ହାଲକା ଆଲକହଲଯୁକ୍ତ ପାନୀୟ ବାହାରିଥାଏ। ଏହାର ଅବଧି ୪ ମାସ ପର୍ଯ୍ୟନ୍ତ ରହିଥାଏ ଏବଂ ଏହାକୁ ଲିଟର ପ୍ରତି ୧୦୦ ଟଙ୍କାରେ ବିକ୍ରି କରାଯାଏ। ସ୍ଥାନୀୟ ମଦ୍ୟପଙ୍କ ମଧ୍ୟରେ ଏହାର ବେଶ ଚାହିଦା ରହିଛି। ଏହି ଉରକକୁ ଆଉ ଥରେ ଛାଣିବା ଲାଗି ଆଉ ଏକ ପାତ୍ରରେ ଭର୍ତ୍ତି କରାଯାଇଥାଏ। ପୁଣିଥରେ ହାଲକା ଆଞ୍ଚରେ ଏହାକୁ ରନ୍ଧା ଯାଏ, ଏହାପରେ ଏକ ବଡ଼ ପ୍ଲାଷ୍ଟିକ ପାତ୍ରରେ ଫେନି ସଂଗ୍ରହ କରାଯାଇଥାଏ।
ଡାହାଣ : ଚଳିତ ବର୍ଷ, ଭଲ ଲଙ୍କା ଆମ୍ବ ହୋଇଥିବାରୁ, ପରିବାର ୧୦୦୦ ଲିଟର ଫେନି ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ରଖିଛି। ଗୋଟିଏ କାଓସୋ (ପୁରୁଣା ପଦ୍ଧତିର ମାପନ ପ୍ରକ୍ରିୟା, ୭୫୦ ମି.ଲି. ଲେଖାଏଁ ୨୦ଟି ବୋତଲକୁ ନେଇ ଗୋଟିଏ କାଓସୋ ହୋଇଥାଏ ) ୧୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଫର୍ଣ୍ଣାଣ୍ଡିଜ ପରିବାର ଏହି ଉତ୍ପାଦକୁ ଷ୍ଟୋର ଓ ମଦଦୋକାନ କିମ୍ବା ବଡ଼ ଡିଷ୍ଟିଲରଙ୍କୁ ବିକ୍ରି କରିନଥାନ୍ତି। ଇନାସିନା, ଲୁଇସ ଏବଂ ବୋସ୍ତିଆଓଙ୍କର ଗ୍ରାହକ ହେଉଛନ୍ତି କିଛି ଗୋଆ ପରିବାର ଯେଉଁମାନଙ୍କୁ ସେମାନେ ମୌସୁମୀ ଋତୁ ପୂର୍ବରୁ ବାର୍ଷିକ ଫେନି ଯୋଗାଇଥାନ୍ତି।