ସେ ମୁନ୍ସିଙ୍କଠାରୁ ତାଙ୍କ ପୁରସ୍କାର ଭାବରେ – ଗୋଟିଏ ଚକ୍ଚକିଆ ଏକ ପଇସା ମୁଦ୍ରା –ଗ୍ରହଣ ପାଇଁ ମଞ୍ଚ ଉପରେ ଥିଲେ। - ମୁନ୍ସି ହେଉଛନ୍ତି ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ନିୟନ୍ତ୍ରଣ ଅଧିନରେ ଅନେକଗୁଡ଼ିଏ ସ୍କୁଲ୍ ରହିଥାଏ । ଏହା ଥିଲା ୧୯୩୯ରେ ପଞ୍ଜାବର ଘଟଣା, ତାଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ ଏବଂ ୩ୟ ଶ୍ରେଣୀରେ ସବୁଠାରୁ ଭଲ କରିଥିବା ଛାତ୍ର ଥିଲେ ସେ । ମୁନ୍ସି ତାଙ୍କ ମୁଣ୍ଡକୁ ଆଉଁଷି ଦେଲେ ଏବଂ ‘ବ୍ରିଟାନିଆ ଜିନ୍ଦାବାଦ୍, ହିଟ୍ଲର ମୁର୍ଦ୍ଦାବାଦ’ ବଡ଼ ପାଟିରେ କହିବା ପାଇଁ କହିଲେ । ବାଳକ ଭଗତ ସିଂହ ଉତ୍ସବରେ ଥିବା ଦର୍ଶକଙ୍କ ଆଡ଼କୁ ମୁହଁ କଲେ ଏବଂ ଚିତ୍କାର କଲେ: ‘‘ବ୍ରିଟାନିଆ ମୁର୍ଦ୍ଦାବାଦ, ହିନ୍ଦୁସ୍ତାନ ଜିନ୍ଦାବାଦ୍’’ । ଏହି ଭଗତ ସିଂହଙ୍କୁ ତାଙ୍କ ସମନାମ ବିଶିଷ୍ଟ ଶହିଦ ଭଗତ ସିଂହ ବୋଲି ଭାବନ୍ତୁ ନାହିଁ ।
ତାଙ୍କ ଧୃଷ୍ଟତାର ପରିଣାମ ତତ୍କାଳ ଥିଲା । ସେହିଠାରେ ଏବଂ ସେହି ସମୟରେ ନିଜେ ମୁନ୍ସି ବାବୁ ତାଙ୍କୁ ପିଟିଲେ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସମୁନ୍ଦ୍ରାରୁ ତାଙ୍କୁ ବାହାର କରିଦେଲେ । ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ନିରବରେ ଚାହିଁଲେ ଏବଂ ଏହା ପରେ ଦୌଡ଼ି ଚାଲିଗଲେ । ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ – ଯାହାକୁ ବର୍ତ୍ତମାନ ଆମେ ହୁଏତ ବ୍ଲକ୍ ଏଜୁକେସନ୍ ଅଫିସର୍ କହିବା – ଏହି ଅଞ୍ଚଳର ଡେପୁଟି କମିଶନରଙ୍କ ବକ୍ତବ୍ୟ ଅନୁଯାୟୀ ଏକ ଚିଠି ଜାରି କଲେ। ଏହି ସ୍ଥାନ ବର୍ତ୍ତମାନ ପଞ୍ଜାବର ହୋଶିଆରପୁର ଜିଲ୍ଲାରେ ରହିଛି । ଏହି ଚିଠି ୧୧ ବର୍ଷ ବୟସରେ ତାଙ୍କୁ ‘ବିପଜ୍ଜନକ’ ଏବଂ ଜଣେ ‘କ୍ରାନ୍ତିକାରୀ’ ଭାବରେ ବର୍ଣ୍ଣନା କରି ତାଙ୍କର ବହିଷ୍କାର ନିଶ୍ଚିତ କରିଥିଲା ।
ଏହାର ସିଧାସଳଖ ଅର୍ଥ ଥିଲା ବ୍ଲାକ୍ଲିଷ୍ଟ ହୋଇଥିବା ଭଗତ ସିଂହଙ୍କ ପାଇଁ ସବୁ ବିଦ୍ୟାଳୟର ଦ୍ୱାର ବନ୍ଦ ହୋଇ ଯାଇଥିଲା ଏବଂ ଆଖପାଖରେ ଅଧିକ ବିଦ୍ୟାଳୟ ମଧ୍ୟ ନଥିଲା । ତାଙ୍କ ପିତାମାତାଙ୍କ ବ୍ୟତୀତ ଅନ୍ୟ କେତେ ଜଣ ମଧ୍ୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ବନତି କରିଥିଲେ । ଜଣେ ପ୍ରଭାବଶାଳୀ ଜମିଦାର, ଗୁଲାମ ମୁସ୍ତାଫା ତାଙ୍କ ପକ୍ଷରୁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ବ୍ରିଟିଶ୍ରାଜ୍ର ପ୍ରତିନିଧିମାନେ କ୍ରୋଧିତ ଥିଲେ। ଗୋଟିଏ ଛୋଟ ବାଳକ ସେମାନଙ୍କ ଉଚ୍ଚାଧିକାରୀଙ୍କୁ ଲଜ୍ଜିତ କରିଥିଲା । ଭଗତ ସିଂହ ଝୁଗିଆନ୍ ତାଙ୍କର ଅନନ୍ୟ ରଙ୍ଗରେ ରଙ୍ଗୀନ୍ ଏବଂ ଏପର୍ଯ୍ୟନ୍ତ ଚାଲୁ ରହିଥିବା ଜୀବନର ଅବଶେଷ ଅଂଶ ପାଇଁ କେବେବି ଔପଚାରିକ ଶିକ୍ଷାକୁ ଫେରିନଥିଲେ ।
କିନ୍ତୁ ସେ ୯୩ ବର୍ଷ ବୟସରେ ମଧ୍ୟ କଠୋର ଆଘାତ ଦେଇଥିବା ସେହି ସ୍କୁଲ୍ର ଜଣେ ତାରକା ଛାତ୍ର ଥିଲେ ଏବଂ ସବୁବେଳେ ରହିବେ ।
ହୋଶିଆରପୁର ଜିଲ୍ଲାର ରାମଗଡ଼ ଗ୍ରାମରେ ଥିବା ତାଙ୍କ ଘରେ ଆମ୍ଭମାନଙ୍କ ସହ ଆଲୋଚନା କରିବା ସମୟରେ ସେହି ନାଟକକୁ ମନେପକାଇ ସେ ହସନ୍ତି । ସେ ଏହାକୁ ନେଇ ଭୟଭୀତ ହୋଇନଥିଲେ ? ତେବେ ସେ କୁହନ୍ତି, ‘‘ମୋର ପ୍ରତିକ୍ରିୟା ଥିଲା – ଏବେ ମୁଁ ବ୍ରିଟିଶ୍ ବିରୋଧୀ ସଂଗ୍ରାମରେ ଯୋଗ ଦେବାକୁ ମୁକ୍ତ।’’












