ସରକାର ବାହାଦୂର କହିଲେ ତାଙ୍କ ନାଁ ହେଉଛି ଅନ୍ନଦାତା, ଏବଂ ଏବେ ସେ ସେହି ନାଁ ଭିତରେ ବାନ୍ଧି ହେଇଯାଇଛି। ସରକାର ବାହାଦୂର ଯେତେବେଳେ କହିବେ ‘ମଞ୍ଜି ବୁଣ’, ସେ ଯାଇ ଜମିରେ ମଞ୍ଜି ପକେଇବ। ସରକାର ବାହାଦୂର ଯେତେବେଳେ କହିବେ ‘ଖତ ପକାଅ’, ସେ ଜମିକୁ ଖୁଏଇବା ପାଇଁ ଖତ ପକେଇବ। ଯେତେବେଳେ ଫସଲ ଅମଳ ହେବ, ସେତେବେଳେ ସରକାର ବାହାଦୂରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟରେ ସେ ତା’ ଫସଲ ବିକିବ। ସରକାର ବାହାଦୂର ସାରା ବିଶ୍ଵରେ ଯେତେବେଳେ ସେ ତା’ ଜମିରୁ ଅମଳ କରିଥିବା ଫସଲର ପରିମାଣକୁ ନେଇ ଛାତି ଫୁଲେଇ ପ୍ରଚାର କରୁଥିବେ, ‘ଅନ୍ନଦାତା’ ବିଚରା ନିଜ ପେଟ ଭରିବାକୁ ତା’ ଜମିରୁ ସେ ଅମଳ କରିଥିବା ସମାନ ଫସଲକୁ ଖୋଲା ବଜାରରୁ ଅଧିକ ମୂଲ୍ୟ ଦେଇ କିଣିବ। ସାରା ବର୍ଷ ଏହି ବ୍ୟବସ୍ଥା ଚାଲୁ ରହେ, ଓ ସେ ଉପାୟଶୂନ୍ୟ ହୋଇ ବଞ୍ଚି ରହେ। ଏହି ବ୍ୟବସ୍ଥାରେ ବଞ୍ଚି ରହିବା ଭିତରେ ଏମିତି ଗୋଟିଏ ଦିନ ଆସେ ଯେତେବେଳେ ସେ ନିଜକୁ ଋଣ ଭାରରେ ଆକ୍ରାନ୍ତ ହୋଇଥିବାର ଦେଖେ। ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗେ, ଓ କ୍ରମେ ବୃଦ୍ଧି ପାଉଥିବା ଋଣଜନ୍ତାରେ ସେ ପଡ଼ି ସାରିଥାଏ। ସେଥିରୁ ମୁକୁଳିବା ପାଇଁ ଗୋଟେ କିଛି ଉପାୟ ବାହାରିଯିବ ବୋଲି ସେ ଭାବେ, କିନ୍ତୁ ସେମିତି ହୁଏ ନାହିଁ। ତା’ ଆତ୍ମା ବି ସରକାର ବାହାଦୂରଙ୍କ ଦାସ ବନି ସାରିଥାଏ। ସମ୍ମାନ ନିଧି ସ୍କିମ୍ରେ ବ୍ୟବସ୍ଥା କରାଯାଇଥିବା ଚକମକ ମୁଦ୍ରା ଆଢୁଆଳରେ ତା’ର ସ୍ଥିତି ଦୀର୍ଘ ଦିନ ଧରି ବିପନ୍ନ ହୋଇ ସାରିଥାଏ।


SANGUR, PUNJAB
|TUE, APR 25, 2023
ଅନ୍ନଦାତା ଓ ସରକାର ବାହାଦୂର
କ୍ଷମତାଶାଳୀ ଗୋଷ୍ଠୀ ଯେତେବେଳେ ସରକାରୀ ଦସ୍ତାବିଜ୍ ତଥ୍ୟକୁ ଓଲଟପାଲଟ କରନ୍ତି, କବିଟିଏ ଶବ୍ଦ ବ୍ୟବହାର କରି ସତ୍ୟ ପ୍ରକାଶ କରିବାକୁ ଚେଷ୍ଟା କରେ। ଏହି କବିତାଟି ଉତ୍ତର ପ୍ରଦେଶ ଓ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ହେଉଥିବା ଚାଷୀ ଆତ୍ମହତ୍ୟା ସମ୍ପର୍କରେ
Poem and Text
Illustration
Editor
Translator
मौत के बाद उन्हें कौन गिनता
ख़ुद के खेत में
ख़ुद का आलू
फिर भी सोचूं
क्या मैं खालूं
कौन सुनेगा
किसे मना लूं
फ़सल के बदले
नकदी पा लूं
अपने मन की
किसे बता लूं
अपना रोना
किधर को गा लूं
ज़मीन पट्टे पर थी
हज़ारों ख़र्च किए थे बीज पर
खाद जब मिला
बुआई का टाइम निकल गया था
लेकिन, खेती की.
खेती की और फ़सल काटी
फ़सल के बदले मिला चेक इतना हल्का था
कि साहूकार ने भरे बाज़ार गिरेबान थाम लिया.
इस गुंडई को रोकने
कोई बुलडोज़र नहीं आया
रपट में पुलिस ने आत्महत्या का कारण
बीवी से झगड़े को बताया.
उसका होना
खेतों में निराई का होना था
उसका होना
बैलों सी जुताई का होना था
उसके होने से
मिट्टी में बीज फूटते थे
कर्जे की रोटी में बच्चे पलते थे
उसका होना
खेतों में मेड़ का होना था
शहराती दुनिया में पेड़ का होना था
पर जब उसकी बारी आई
हैसियत इतनी नहीं थी
कि किसान कही जाती.
जिनकी गिनती न रैलियों में थी
न मुफ़्त की थैलियों में
न होर्डिंगों में
न बिल्डिंगों में
न विज्ञापनों के ठेलों में
न मॉल में लगी सेलों में
न संसद की सीढ़ियों पर
न गाड़ियों में
न काग़ज़ी पेड़ों में
न रुपए के ढेरों में
न आसमान के तारों में
न साहेब के कुमारों में
मौत के बाद
उन्हें कौन गिनता
हे नाथ!
श्लोक पढूं या निर्गुण सुनाऊं
सुंदरकांड का पाठ करूं
तुलसी की चौपाई गाऊं
या फिर मैं हठ योग करूं
गोरख के दर पर खिचड़ी चढ़ाऊं
हिन्दी बोलूं या भोजपुरी
कैसे कहूं
जो आपको सुनाई दे महाराज…
मैं इसी सूबे का किसान हूं
जिसके आप महंत हैं
और मेरे बाप ने फांसी लगाकर जान दे दी है.
ମୃତ୍ୟୁ ପରେ ସେମାନଙ୍କୁ କିଏ ଗଣେ!
ଜମି ମୋ ନିଜର
ଆଳୁ କରେ ଘରେ ଅମଳ
ତେବେ ବି ମୁଁ ଅନିଶ୍ଚିତ
କଣ ଖାଇବି!
କିଏ ବା ଶୁଣିବ?
କିଏ ବା କରିବ ବିଶ୍ୱାସ?
କେମିତି ପାଇବି ମୂଲ
ମୋ ସୁନା ଫସଲର?
କିଏ ବା ଶୁଣିବ
ମୋ ଦୁଃଖ କଥା
କେଉଁଠି ପ୍ରକାଶ କରିବି
ମୋ ଯନ୍ତ୍ରଣାଶିକ୍ତ ବିଳାପ?
ଭଡ଼ାସୂତ୍ରରେ ମିଳିଥିଲା ଜମି
କୋଟି କୋଟି ଖର୍ଚ୍ଚ ହେଲା କିଣିବାକୁ ମଞ୍ଜି।
ଖତ ଆସି ପହଞ୍ଚିଲା
କିନ୍ତୁ ବିହନ ବୁଣିବା ସମୟ ଗାଡ଼ି ଯାଇଥିଲା।
ତା’ ସତ୍ତ୍ୱେ ଆମେ ଖଟିବାରେ ଲାଗିଲୁ, ଜମିରେ ହଳ ବୁଲେଇଲୁ,
ବିହନ ବୁଣିଲୁ, ଫସଲ ଅମଳ କଲୁ
ନାମ ମାତ୍ର ମୂଲ୍ୟରେ ସେ ଫସଲ ବିକିଲୁ।
ସାହୁକାର ହାତରେ ଥିଲା ବଜାର ବ୍ୟବସ୍ଥା।
ସେ ଠକେଇର ପର୍ଦ୍ଦାଫାସ କରିବାକୁ
ଆସିଲେନି କେହି
ଆତ୍ମହତ୍ୟାର କାରଣ ଉଲ୍ଲେଖ ପାଇଁ ଥିବା ଧାଡ଼ିରେ
ପୋଲିସ ଲେଖିଲା: ‘ସ୍ତ୍ରୀ ସହ ଝଗଡ଼ା ହେଇଥିଲା’।
ତା’ ସ୍ତ୍ରୀ ଯିଏ ଜମିରୁ
ବାଳୁଙ୍ଗା ସଫା କରିଥିଲା।
ତା’ ସ୍ତ୍ରୀ ଯିଏ
ମାଟିକୁ ତିଆରି ଥିଲା।
ତା’ ସ୍ତ୍ରୀ ଯିଏ
ବିହନରୁ ଗଜା କାଢ଼ିଥିଲା।
ସ୍ତ୍ରୀ ହେଉଛି ସିଏ
ଯିଏ ଆମେ ଋଣଗ୍ରସ୍ତ ଥିଲା ବେଳେ ମଧ୍ୟ
ପିଲାଙ୍କ ମୁହଁରେ ଦାନା ଦେଉଥିଲା।
ଜମିଗୁଡ଼ିକ ମଧ୍ୟରେ ସେ ହିଡ଼ ପରି ଥିଲା
ସେ ଥିଲା ସବୁଜିମା ଭରା ଗଛଟିଏ ପରି
ସହରର କେନ୍ଦ୍ର ସ୍ଥଳରେ।
କିନ୍ତୁ ତା’ ବେଳକୁ କୁହାଯାଏ
ଜଣେ ଚାଷୀ ରୂପେ ଗଣାହେବାକୁ
ସେ ଯଥେଷ୍ଟ ନୁହେଁ।
ସେମାନଙ୍କୁ କେବେ ବି ଗଣାଯାଉ ନଥିଲା,
ରାଲିରେ ନୁହେଁ କି
ମାଗଣାରେ ମିଳୁଥିବା ଖାଦ୍ୟ ପଦାର୍ଥ ବ୍ୟାଗ୍ରେ ନୁହେଁ,
ପ୍ରଜ୍ଞାପନ ବୋର୍ଡରେ ନୁହେଁ, କିମ୍ବା
ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ନୁହେଁ,
କିମ୍ବା ବିଜ୍ଞାପନ ଷ୍ଟଲ୍ଗୁଡ଼ିକରେ ନୁହେଁ,
କିମ୍ବା ବଡ଼ ବଡ଼ ମଲ୍ଗୁଡ଼ିକର ବିକ୍ରିବଟାରେ ନୁହେଁ,
ପାର୍ଲିଆମେଣ୍ଟ ଭବନର ପାହାଚଗୁଡ଼ିକରେ ନୁହେଁ,
ଚାରିଚକିଆ ଗାଡ଼ିଗୁଡ଼ିକରେ ନୁହେଁ,
କିମ୍ବା କାଗଜ ବୃକ୍ଷରେ ନୁହେଁ,
ଟଙ୍କା ନୋଟ୍ରେ ନୁହେଁ,
କିମ୍ବା ଆକାଶର ତାରାମାନଙ୍କରେ ନୁହେଁ,
କି ସାହେବଙ୍କ ପୁଅମାନଙ୍କ ମଧ୍ୟରେ ନୁହେଁ।
କିଏ ବା ଗଣିବ ଏବେ ସେମାନଙ୍କୁ?
ସେମାନେ ତ ମରି ସାରିଥିଲେ।
ହେ ନାଥ, ମୋ ପ୍ରଭୁ!
ଶ୍ଳୋକସବୁକୁ ମୁଁ ଉଚ୍ଚାରଣ କରିବି କି
ନା ‘ନିର୍ଗୁଣ’ର ପୂଜା କରିବି?
ଆବୃତ୍ତି କରିବି କି ସୁନ୍ଦରକାଣ୍ଡ,
ନା ତୁଲସୀ ଦାସଙ୍କ ଚଉପଦୀ ଗାଇବି?
ଅଥବା ହଟ୍ଟ ଯୋଗ କରିବି, କିମ୍ବା ଗୋରଖନାଥଙ୍କ
ଚରଣରେ ଖିଚିଡ଼ି ଭୋଗ ଲଗେଇବି?
କଥା କହିବି କେଉଁ ଭାଷାରେ
ହିନ୍ଦୀରେ ନା ଭୋଜପୁରୀରେ?
ମୁଁ କେମିତି କହିବି ଯେମିତି କି
ମୋ ସ୍ଵର ତୁମେ ଶୁଣି ପାରିବ ହେ ମହାରାଜ...!
ମୁଁ ଚାଷୀଟିଏ ସେହି ସମାନ ସ୍ଥାନର
ଯେଉଁଠାରେ ମହନ୍ତ ହେଇ ତୁମେ ଶାସନ କରୁଛ,
ଏବଂ ଯେଉଁଠାରେ ଦିନେ ମୋ ବାପା
ବେକରେ ଦଉଡ଼ି ଦେଇ ଝୁଲିପଡ଼ି ପ୍ରାଣ ହାରିଥିଲା।
ଯଦି ଆପଣଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ଆସୁଛି କିମ୍ବା ଆପଣ ଏମିତି କୌଣସି ଲୋକକୁ ଜାଣନ୍ତି ଯିଏ ସଙ୍କଟରେ ପଡ଼ିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ ‘କିରଣ’କୁ ୧୮୦୦-୫୯୯-୦୦୧୯ (୨୪/୭ ଟୋଲ ଫ୍ରି) ନମ୍ବରରେ କିମ୍ବା ଏଥିମଧ୍ୟରୁ କୌଣସି ନିକଟସ୍ଥ ହେଲ୍ପଲାଇନ ନମ୍ବରକୁ କଲ୍ କରନ୍ତୁ । ମାନସିକ ସ୍ୱାସ୍ଥ୍ୟ ପେସାଦାରଙ୍କ ସହାୟତା ଓ ସେବା ପାଇଁ ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଦେଖନ୍ତୁ ।
ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଅନ୍ନଦାତା-ଓ-ସରକାର-ବାହାଦୂର

