“ସ୍କୁଲ ପୁଣି କେବେ ଖୋଲିବ ଅମ୍ମି?”, ପଚାରେ ମୁନ୍ନି। ସହାରା ଝୋଟକୁ ପତଳା କରିବା କାମର ଶେଷ ପର୍ଯ୍ୟାୟରେ ବ୍ୟସ୍ତ ଥାଏ। ତା’ ପାଖରେ ଥିବା ୧୦ ଡିସିମିଲ ଜାଗାରେ ଏବେ କାମରେ ବ୍ୟସ୍ତ ରହିବା ସମୟ। ମୁନ୍ନିୟା ପ୍ରଶ୍ନର ଜବାବ ଦେବାକୁ ତା’ ପାଖରେ ବେଳ ନାହିଁ।

“ସ୍କୁଲ କାହିଁକି ଖୋଲୁ ନାହିଁ?” – କୁନି ଝିଅଟି ଏଇ ପ୍ରଶ୍ନକୁ ବାରମ୍ବାର ପଚାରି ଚାଲିଥାଏ। ଏଥର ସହାରା ଅଟକିଲା ଓ ସ୍ଵରର ନିରାଶାକୁ ଯଥାସମ୍ଭବ ନିୟନ୍ତ୍ରଣ କରି ମୁନ୍ନି ଆଡକୁ ବୁଲିପଡ଼ି କହିଲା, “ଦେଖିସ ନା କି ଗ୍ରମ? (ଦେଖି ପାରୁନୁ କି କେତେ ଗରମ ହଉଚି?) ଆଠ ମାସ ହେଲା ବର୍ଷା ହେଇନି”।

“ତା’ ହେଲେ ସେମାନେ କାହିଁକି ଏସି ଲଗେଇ ଦଉ ନାହାନ୍ତି?”, ମୁନ୍ନିୟାର ନିର୍ଦ୍ଦୟ ପ୍ରଶ୍ନ ଯେମିତି ସରିବାର ନାହିଁ।

“ସରକାରଙ୍କ ପାଖେ ଟଙ୍କା ନାହିଁ”, ସହାରା ଧୈର୍ଯ୍ୟ ହରାଉ ଥିଲା।

“ତା’ହେଲେ ବୋରୋଲୋକଙ୍କ (ବଡଲୋକଙ୍କ) ଇଂଲିଶ ମିଡିୟମ ସ୍କୁଲରେ ଏତେ ଏସି କେମିତି ଲାଗିଛି?”

ଅପରାହ୍ନ ପର୍ଯ୍ୟନ୍ତ ସହାରା କଠିନ ପରିଶ୍ରମ ଆଉ ନୀରବତା ଭିତରେ ବୁଡ଼ି ରହେ। ତାକୁ ଆଜି କାମ ଅଧାରେ ଛାଡ଼ି ମୁନ୍ନିୟାକୁ ଧରି ଘରକୁ ଶୀଘ୍ର ଫେରିବାକୁ ହେବ। ଆଜି ମତଦାନ ଦିବସ। ମୁନ୍ନିୟାକୁ ସାଙ୍ଗରେ ଧରି ପ୍ରାଥମିକ ବିଦ୍ୟାଳୟରେ ଖୋଲିଥିବା ମତଦାନ କେନ୍ଦ୍ର ଆଡ଼େ ନିଜ ଭୋଟ ଦେବାକୁ ସହାରା ଧାଇଁଥିଲା।

“ଆମେ କାହିଁକି ଭୋଟ ଦେବା ଅମ୍ମି?”, ମୁନ୍ନିୟାର କଥା ଆଜି ବନ୍ଦ ହଉନି। ଅନ୍ତତଃ ବର୍ତ୍ତମାନ ପାଇଁ ବିଷୟ ବଦଳି ଯାଇଥିବାରୁ ସହାରା ଟିକିଏ ଆଶ୍ଵସ୍ତ ହେଲା, କିନ୍ତୁ ଝିଅ ସାଙ୍ଗେ କଥା ହେବାକୁ ତା’ର ଆଉ ବଳ ନଥିଲା।

“ଦିନେ ମୁଁ ଟିଭିରେ ଶୁଣିଥିଲି। ଜଣେ ବଡ଼ ନେତା କହୁଥିଲେ ଯେ ସେମାନଙ୍କର ମୁସଲିମ ଭୋଟ ଦରକାର ନାହିଁ। ଅମ୍ମି, ଆମେ ତ ମୁସଲିମ। ତେଣୁ, ଆମେ ଭୋଟ କାହିଁକି ଦେବା?”

ବାଟ ଚାଲିଲା ବେଳେ ସହାରା ଟିକେ ଅଟକି ଟିକି ଝିଅଟିକୁ ଚାହିଁଲା। ସେହି ଶୀତଳ ଦୃଷ୍ଟିର ଅର୍ଥ କ'ଣ ମୁନ୍ନିୟା ଜାଣେ। ସେ ଚୁପ ରହିଲା।

ଶୁଣନ୍ତୁ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଦ୍ଵାରା ମୌମିତା ଆଲମଙ୍କ କବିତାର ଆବୃତ୍ତି

Indian Election

1. Freebies

Election days make our poverty bare –
Laxmi Bhandar for Muniyaa's mother
Cycle for Muniyya's father.
Free dresses for Muniyya in school.

What does Muniyaa need?
The manifestos never know.

The dilapidated school buildings
now shelter goats.
Rats run amok
on the scaffoldings of factory floors.
Leaders give freebies.
and gobble up our jobs.

2. Language

The leaders play scrabble on the election board.
Time runs fast.
They have a winning concoction at last:
Language sliced into little pieces,
marinated in hatred,
served on platters glazed
for television viewers
and WhatsApp chatters

3. God-crazy

( Hum e vote dijiye
Hum mandir banayenge
Vote for us
We will build Temples)

I see the gods winning…
gods of a certain religion
partisan gods
gods that live in their houses
gods that don't visit our homes
or roam our streets.
Gods that don't know hunger
or inflation or what it means
to want our daughters’ education.

Don't blame me now
for being blasphemous
or an atheist.
I see all the leaders fighting
this battle over gods –
talking to priests not people.
They visit the temples
not worshiping shanties.

They fight over gods –
their gods versus our gods!
Tomorrow, it will be gods’ victory.
Oh, inflation, starvation, poverty!
Oh, democracy!

ଭାରତୀୟ ନିର୍ବାଚନ

୧. ମାଗଣା ଜିନିଷ

ଆମ ଦୈନ୍ୟକୁ ନିର୍ବାଚନ ସମୟ ମୁକୁଳା କରିଦିଏ –
ମୁନ୍ନିୟାର ମା’ ପାଇଁ ଲକ୍ଷ୍ମୀ ଭଣ୍ଡାର,
ମୁନ୍ନିୟାର ବାପା ପାଇଁ ବାଇସାଇକେଲ,
ମାଗଣା ପୋଷାକ ମୁନ୍ନିୟାର ସ୍କୁଲରେ ମିଳିଥାଏ।

ମୁନ୍ନିୟା ପ୍ରକୃତରେ କ’ଣ ଚାହେଁ?
କୌଣସି ବି ଇସ୍ତାହାରରେ ତାହାର ଉଲ୍ଲେଖ ନଥାଏ!

ଭଙ୍ଗାରୁଜା ସ୍କୁଲ ଘର
ଏବେ ଛେଳିଙ୍କ ବାସସ୍ଥଳ।
ଡିଆଁକୁଦା ମାରନ୍ତି ମୂଷାମାନେ
କାରଖାନା ଚଟାଣରେ ଲାଗିଥିବା ମଞ୍ଚାଗୁଡ଼ିକରେ।
ନେତାମାନେ ଦିଅନ୍ତି ମାଗଣା ଜିନିଷ
ଓ ହଡପ କରି ଦିଅନ୍ତି ଚାକିରି ଆମର।

୨. ଭାଷା

ନିର୍ବାଚନର ପଶାପାଲିରେ ନେତାଏ ହୁଅନ୍ତି ଟଣାଟଣି।
ଦ୍ରୁତ ଗତିରେ ଗଡ଼ିଯାଏ ସମୟ।
ଶେଷକୁ ସେମାନଙ୍କର ଗୋଳାମିଶା ଜିତାପଟ ହୁଏ:
ଭାଷାକୁ କାଟି ଟିକିଟିକି ଖଣ୍ଡ କରି ଦିଆଯାଏ,
ଘୃଣାରେ ପାଗ କରାଯାଏ,
ଚିକ୍କଣ ଥାଳିରେ ପରଷି ଦିଆଯାଏ
ଟେଲିଭିଜନ ଦେଖାଣାହାରୀ
ଓ ହ୍ୱାଟ୍ସଆପର କୋଳାହଳକାରୀଙ୍କ ମଧ୍ୟରେ।

୩. ଠାକୁର-ତନ୍ତ୍ର

(ଆମକୁ ଭୋଟ ଦିଅ
ଆମେ ବନେଇବୁ ମନ୍ଦିର)

ଦିଶି ଯାଉଛି ଠାକୁରମାନେ ଜିତି ଯାଉଛନ୍ତି
ଏକ ନିର୍ଦ୍ଦିଷ୍ଟ ଧର୍ମର ଠାକୁର ସେମାନେ
ପକ୍ଷପାତି ଠାକୁର
ଯେଉଁ ଠାକୁର ରହନ୍ତି ସେମାନଙ୍କ ଘରେ
ଯେଉଁ ଠାକୁର ଆସନ୍ତି ନାହିଁ ଆମ ଘରକୁ
କିମ୍ବା ବୁଲନ୍ତି ନାହିଁ ଆମ ରାସ୍ତାରେ।
ସେଇ ଠାକୁରମାନେ ଜାଣନ୍ତି ନାହିଁ ଭୋକ କ’ଣ
ଅଥବା ମୁଦ୍ରାସ୍ଫୀତି କ’ଣ କିମ୍ବା ଜାଣନ୍ତିନି
ଆମ ଝିଅର ପାଠ ପଢିବାର ଅର୍ଥ!

ମୋତେ ଏବେ କରନାହିଁ ନିନ୍ଦା
ଧର୍ମଦ୍ରୋହୀ ନତୁବା ନାସ୍ତିକ
ହୋଇଯାଇଛି ବୋଲି।
ମୁଁ ଯାହା ଦେଖୁଛି କେବଳ ଠାକୁରଙ୍କୁ ନେଇ
ସବୁ ନେତା ଲଢ଼େଇରେ ବ୍ୟସ୍ତ –
କଥା ହେଉଛନ୍ତି, ଲୋକଙ୍କ ସହିତ ନୁହେଁ
ପୂଜକଙ୍କ ସହ ଖାଲି।
ସେମାନେ ବୁଲୁଛନ୍ତି ମନ୍ଦିର
ପୂଜା କରିବାକୁ, ବସ୍ତିର ଜୀବନକୁ ନୁହେଁ।

ସେମାନେ ଠାକୁରଙ୍କୁ ଘେନି କରନ୍ତି ଲଢ଼େଇ
ତାଙ୍କ ଠାକୁର ବନାମ ଆମର ଠାକୁର!
ଆସନ୍ତାକାଲି ହେବ ଠାକୁରଙ୍କ ଜୟ।
ହେ ମୁଦ୍ରାସ୍ଫୀତି, ହେ ଭୋକ ଓ ଅଭାବ!
ହେ ଗଣତନ୍ତ୍ର, କେଉଁ ଆଡ଼େ ଅଛି ତାଙ୍କ ଲୟ!?


ଓଡ଼ିଆ ଭାବାନୁବାଦ: କପିଳାସ ଭୂୟାଁ

Poem and Text : Moumita Alam

ମୌମିତା ଆଲମ ହେଉଛନ୍ତି ପଶ୍ଚିମବଙ୍ଗର ଜଣେ କବି। ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ – ‘ଦ ମ୍ୟୁଜିଙ୍ଗସ ଅଫ ଦି ଡାର୍କ’ (‘ଅନ୍ଧକାରର ଗୀତ’) ଓ ‘ପୋଏମ୍ସ ଆଟ ଡେ’ବ୍ରେକ’ (‘ଭୋର ବେଳର କବିତା’)। ତାଙ୍କ କୃତିସମୂହ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ଅନୁଦିତ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Moumita Alam
Illustration : Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Antara Raman
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan