ଶ୍ରମିକ ଶ୍ରେଣୀର ଲୋକମାନେ ଘୋରି ହୋଇ ଛିଣ୍ଡି ଯାଇଥିବା ଚପଲକୁ ମଧ୍ୟ ସାଇତି ରଖନ୍ତି। ମାଲ୍‌ ବୋହୁଥିବା ଲୋକଙ୍କ ଚପଲରେ କେଉଁଠି ଚେପା ତ’ ଗୋଇଠି ଭିତର ପଟେ କଣା ଦେଖିବାକୁ ମିଳେ, ଅନ୍ୟପଟେ କାଠ କଟାଳୀଙ୍କ ଚପଲରେ କଣ୍ଟା ଫୁଟି ଯାଇଥାଏ। ଏପରିକି ମୁଁ ନିଜ ଚପଲକୁ ସାଇତି ରଖିବା ଲାଗି ସେଥିରେ ସେଫ୍ଟିପିନ୍‌ ଲଗାଇଥାଏ।

ସାରା ଭାରତରେ ବୁଲିବା ସମୟରେ, ମୁଁ ଲଗାତାର ଜୋତାଗୁଡ଼ିକର ଫଟୋ ଉଠାଇଛି, ଏବଂ ମୁଁ ନିଜ ଫଟୋରେ ଏସବୁ ପଛରେ ଥିବା କାହାଣୀକୁ ଖୋଜିବା ଆରମ୍ଭ କରି ଦେଇଛି। ଏଭଳି ଜୋତାଗୁଡ଼ିକର କାହାଣୀ ଜରିଆରେ, ମୋ ନିଜ ଯାତ୍ରା ମଧ୍ୟ ଉଜାଗର ହୋଇଥାଏ।

ନିକଟରେ ଓଡ଼ିଶାର ଯାଜପୁରକୁ ଗୋଟିଏ କାମ ଉଦ୍ଦେଶ୍ୟରେ ଯାଇଥିବା ବେଳେ ମୁଁ ବାରବାଙ୍କୀ ଏବଂ ପୁରୁଣା ମାନତୀରା ସ୍କୁଲକୁ ଯିବା ପାଇଁ ସୁଯୋଗ ପାଇଥିଲି। ଯେତେବେଳେ ଆମେ ସେଠାରେ ପହଞ୍ଚିଥିଲୁ, ସେଠାକାର ଆଦିବାସୀମାନେ ଏକାଠି ହୋଇଥିବା ଗୋଟିଏ କୋଠରୀ ବାହାରେ ସାବଧାନତା ପୂର୍ବକ ବ୍ୟବସ୍ଥିତ ହୋଇ ରଖାଯାଇଥିବା ଚପଲ ସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି।

ପ୍ରଥମେ ପ୍ରଥମେ, ମୁଁ ବେଶୀ ଧ୍ୟାନ ଦେଇନଥିଲି, କିନ୍ତୁ ଯାତ୍ରାର ତିନି ଦିନ ପରେ ଛିଣ୍ଡି ଯାଇଥିବା ଚପଲଗୁଡ଼ିକୁ ମୁଁ ଦେଖିଲି, ସେଥିରୁ କେତେକ ଚପଲରେ କଣା ହୋଇଯାଇଥିଲା।

PHOTO • M. Palani Kumar
PHOTO • M. Palani Kumar

ଜୋତା ସହିତ ମୋ ନିଜର ସମ୍ପର୍କ ପୁରୁଣା ସ୍ମୃତିକୁ ତାଜା କରିଦେଲା। ମୋ ଗାଁରେ, ସମସ୍ତେ ଇଂରାଜୀ ଅକ୍ଷର ଭି ଆକୃତିର ଫିତା ଥିବା ଚପଲ କିଣୁଥିଲେ। ମୋତେ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା, ମଦୁରାଇରେ ଏସବୁ ଚପଲ ଦାମ୍‌ ୨୦ ଟଙ୍କା ଥିଲା। ତଥାପି ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏହିସବୁ ଚପଲ କିଣିବା ଲାଗି ମୋ ପରିବାରକୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା।

ବଜାରକୁ ଚପଲର କୌଣସି ନୂଆ ମଡେଲ ଆସିଲେ, ଆମ ଗାଁର ଜଣେ ପୁଅ ତା’କୁ କିଣି ଆଣୁଥିଲା। ଆଉ ଆମେ ସବୁ ପର୍ବପର୍ବାଣୀରେ, ନହେଲେ ସହର ବାହାରକୁ କେଉଁ ଆଡ଼େ ବୁଲି ଗଲେ, ତା’ଠାରୁ ଚପଲ ମାଗି ନେଇ ପିନ୍ଧି ଯାଉଥିଲୁ।

ଯାଜପୁର ଯାତ୍ରା କରିବା ପରେ ମୁଁ ମୋ ଚାରି ପାଖରେ ଥିବା ଚପଲକୁ ଅଧିକ ଅନୁଧ୍ୟାନ କରିବାକୁ ଲାଗିଲି। ନିର୍ଦ୍ଦିଷ୍ଟ କିଛି ହଳ ଚପଲ ମୋ ଅତୀତର ଘଟଣା ସହ ଜଡ଼ିତ। ମୋର ଏପରି ଘଟଣା ମନେ ଅଛି ଯେତେବେଳେ ମୁଁ ଓ ମୋର ସହପାଠୀ ଜୋତା ପିନ୍ଧିନଥିବା କାରଣରୁ ଆମର କ୍ରୀଡ଼ା ଶିକ୍ଷକ ଆମକୁ ଗାଳି କରିଥିଲେ।

ଜୋତା ମୋ ଫଟୋଗ୍ରାଫୀକୁ ମଧ୍ୟ ପ୍ରଭାବିତ କରିଛି, ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦଳିତ ସମ୍ପ୍ରଦାୟକୁ ଦୀର୍ଘ ଦିନ ଧରି ଜୋତା ପିନ୍ଧିବାରୁ ବଞ୍ଚିତ ରଖାଯାଇଥିଲା। ଏହା ଉପରେ ବିଚାର କରିବା ଦ୍ୱାରା ମୋତେ ଏହାର ମହତ୍ୱକୁ ପୁନଃମୂଲ୍ୟାଙ୍କନ କରିବାର ପ୍ରେରଣା ମିଳିଲା। ଏହି ବିଚାର ମୋ କାମକୁ ଆକାର ଦେଇଥିଲା, ଯାହାଦ୍ୱାରା ଶ୍ରମିକ ବର୍ଗର ଲୋକଙ୍କ ସଂଘର୍ଷ ଏବଂ ଦିନ ରାତି ପରିଶ୍ରମ କରୁଥିବା ସେମାନଙ୍କ ଜୋତା ପାଇଁ ପ୍ରତିନିଧିତ୍ୱ କରିବା ଲାଗି ମୋ ଲକ୍ଷ୍ୟକୁ ପ୍ରୋତ୍ସାହନ ମିଳିଲା।

PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

ଏମ୍‌. ପାଲାନି କୁମାର ‘ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ’ର ଷ୍ଟାଫ୍‌ ଫଟୋଗ୍ରାଫର । ସେ ଅବହେଳିତ ଓ ଦରିଦ୍ର କର୍ମଜୀବୀ ମହିଳାଙ୍କ ଜୀବନୀକୁ ନେଇ ଆଲେଖ୍ୟ ପ୍ରସ୍ତୁତ କରିବାରେ ରୁଚି ରଖନ୍ତି। ପାଲାନି ୨୦୨୧ରେ ଆମ୍ପ୍ଲିଫାଇ ଗ୍ରାଣ୍ଟ ଏବଂ ୨୦୨୦ରେ ସମ୍ୟକ ଦୃଷ୍ଟି ଓ ଫଟୋ ସାଉଥ ଏସିଆ ଗ୍ରାଣ୍ଟ ପ୍ରାପ୍ତ କରିଥିଲେ। ସେ ପ୍ରଥମ ଦୟାନିତା ସିଂ - ପରୀ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫୀ ପୁରସ୍କାର ୨୦୨୨ ପାଇଥିଲେ। ପାଲାନୀ ହେଉଛନ୍ତି ‘କାକୁସ୍‌’(ଶୌଚାଳୟ), ତାମିଲ୍ ଭାଷାର ଏକ ପ୍ରାମାଣିକ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର, ଯାହାକି ତାମିଲ୍‌ନାଡ଼ୁରେ ହାତରେ ମଇଳା ସଫା କରାଯିବାର ପ୍ରଥାକୁ ଲୋକଲୋଚନକୁ ଆଣିଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ M. Palani Kumar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE