ତାରପି (ବା ତରପା) ବଜାଇବା ଆରମ୍ଭ କଲା ମାତ୍ରେ ରାଜୁ ଦୁମାରଗୋଇଙ୍କ ଗାଲ ଫୁଲିଉଠେ। ପାଞ୍ଚ ଫୁଟ ଲମ୍ବ ବାଉଁଶ ଓ ଶୁଖିଲା ଲମ୍ବା ଲାଉରେ ତିଆରି ହୋଇଥିବା ବାଦ୍ୟଯନ୍ତ୍ରଟିରେ ତତକ୍ଷଣାତ ପ୍ରାଣ ସଞ୍ଚରି ଯାଏ, ଓ ପବନ-ଚାଳିତ ବାଦ୍ୟଯନ୍ତ୍ରଟିର ଶବ୍ଦରେ ବାୟୁମଣ୍ଡଳ ପୁରି ଉଠେ।

ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ୨୦୨୦, ଡିସେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ସମୟରେ ଏହି ଅଦ୍ଭୁତ ଆକାରର ବାଦ୍ୟଯନ୍ତ୍ରଟିକୁ ବଜାଉଥିବା ବାଦ୍ୟକାରଙ୍କ ପ୍ରତି ସମସ୍ତଙ୍କର ସହସା ଦୃଷ୍ଟି ଆକର୍ଷିତ ହୋଇ ଯାଉଥିଲା।

କା ଠାକୁର ସମ୍ପ୍ରଦାୟର ବାଦ୍ୟକାର ରାଜୁଙ୍କ କହିବା ମତେ ତାଙ୍କ ଘର ମହାରାଷ୍ଟ୍ରର ପାଲଘରଠାରେ ଥିବା ଗୋଟିଏ ପଡ଼ା ଗାଁ ଗୁଣ୍ଡାଚାପଡ଼ାରେ ଦଶହରା, ନବରାତ୍ରୀ ଓ ଅନ୍ୟାନ୍ୟ ଉତ୍ସବରେ ସେ ତାରପି ବଜାନ୍ତି।

ପଢନ୍ତୁ: ‘ମୋ ତରପା ମୋ ଠାକୁର’

ଅନୁବାଦ : ଓଡ଼ିଶାଲାଇଭ୍‍

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE