ମସ୍‌ୱଡ଼ରେ ମୁଁ ବଡ଼ ହୋଇଛି, ଏଠାରେ ପାଣି ପାଇଁ ପ୍ରତିଦିନର ସଂଘର୍ଷକୁ ମୁଁ ନିଜ ଆଖିରେ ଦେଖିଛି ।

ଏହି ଅଞ୍ଚଳ ମାନ୍‌ ଦେଶ୍‌ ମହାରାଷ୍ଟ୍ରର କେନ୍ଦ୍ରସ୍ଥଳୀରେ ରହିଛି ଯେଉଁଠି ଏକ ଯାଯାବର ସମ୍ପ୍ରଦାୟ ଧନଗଡ଼ ମେଷପାଳକମାନେ ଶହ ଶହ ବର୍ଷ ଧରି ଘୂରି ବୁଲି ଆସୁଛନ୍ତି । ଦାକ୍ଷିଣାତ୍ୟ ମାଳଭୂମିରେ ଥିବା ଏହି ଶୁଷ୍କ ଭୂଭାଗରେ ଜଳ ଉତ୍ସ ଖୋଜିବା ଲାଗି ସେମାନଙ୍କର ଜ୍ଞାନ ଉପରେ ସେମାନଙ୍କ ଅସ୍ତିତ୍ୱ ନିର୍ଭର କରିଥାଏ।

ଅନେକ ବର୍ଷ ଧରି ମୁଁ ମହିଳାଙ୍କୁ ପାତ୍ର ଧରି ପାଣି ଭରିବା ଲାଗି ଧାଡ଼ିରେ ଛିଡ଼ା ହେବାର ଦେଖିଛି। ରାଜ୍ୟ ସରକାର ପ୍ରତ୍ୟେକ ୧୨ ଦିନରେ ମାତ୍ର ଗୋଟିଏ ଘଣ୍ଟା ପାଇଁ ଜଳ ଯୋଗାଣ କରିଥା’ନ୍ତି। ସାପ୍ତାହିକ ହାଟରେ ଚାଷୀମାନେ ନିଜ ପାଣି ସମସ୍ୟା ସମ୍ପର୍କରେ କହିଥିଲେ ଏବଂ ଗଭୀର କୂଅ ଖୋଳିବା ସତ୍ତ୍ୱେ ପାଣି ପାଇପାରୁନଥିବା ଜଣାଇଥିଲେ। ସେମାନଙ୍କୁ ବେଳେବେଳେ ପାଣି ମିଳୁଥିଲେ ମଧ୍ୟ ତାହା ଦୂଷିତ ହୋଇଥାଏ, ଯାହାଦ୍ୱାରା କିଡନୀ ଷ୍ଟୋନ୍‌ ଭଳି ରୋଗ ହୋଇଯାଏ।

ଏପରି ବିକଟ ପରିସ୍ଥିତିରେ ଚାଷ କରିବା ଲାଗି ଆଉ କୌଣସି ବିକଳ୍ପ ନାହିଁ। ଏହି ଗାଁର ଯୁବକମାନେ ମୁମ୍ବାଇ ଭଳି ବଡ଼ ସହରକୁ କାମ କରିବା ପାଇଁ ଚାଲି ଯାଉଛନ୍ତି।

କାରଖେଲ୍‌ର ଜଣେ ଚାଷୀ ଗାୟକୱାଡ ନିଜର ସବୁ ଗୃହପାଳିତ ପ୍ରାଣୀଙ୍କୁ ବିକ୍ରି କରି ଦେଇଛନ୍ତି ଏବଂ ଏବେ କେବଳ ଛେଳି ପାଳନ କରୁଛନ୍ତି। ତାଙ୍କର ଚାଷ ଜମି ଶୁଖି ଯାଇଛି ଏବଂ ତାଙ୍କ ପୁଅ ମଜୁରି କାମ କରିବାକୁ ମୁମ୍ବାଇ ଚାଲି ଯାଇଛି। ୬୦ ବର୍ଷ ବୟସ୍କ ଗାୟକୱାଡ଼ ନିଜର ପତ୍ନୀ ଓ ନାତି-ନାତୁଣୀଙ୍କ ସହିତ ରୁହନ୍ତି ଓ ମୃତ୍ୟୁ ପୂର୍ବରୁ ତାଙ୍କୁ ପାଣି ମିଳିଯିବ ବୋଲି ସେ ଆଶା କରି ରହିଛନ୍ତି। ସାରା ପରିବାର ବାସନ ଓ କପଡ଼ା ଧୋଇବା ଲାଗି ସେହି ପାଣିକୁ ବ୍ୟବହାର କରିଥା’ନ୍ତି ଯେଉଁଥିରେ ସେମାନେ ଗାଧୋଇଥାଆନ୍ତି। ସେମାନଙ୍କ ଘର ଆଗରେ ଥିବା ଆମ୍ବ ଗଛ ମୂଳରେ ଏହି ପାଣି ଯୋଗାଇ ଦିଆଯାଏ।

ସତାରା ଜିଲ୍ଲାର ମାନ୍‌ରେ ଯାତ୍ରା କରି ଜଳ ସଂକଟକୁ ନେଇ ସଂଘର୍ଷ କରୁଥିବା ଏବଂ ସେମାନଙ୍କୁ ଜଳ ଯୋଗାଣ କରୁଥିବା ଲୋକଙ୍କ କାହାଣୀକୁ ନେଇ ଦ ସର୍ଚ୍ଚ ଫର୍‌ ୱାଟର୍‌ (ଜଳ ସନ୍ଧାନରେ) ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି

ଚଳଚ୍ଚିତ୍ର ଦେଖନ୍ତୁ : ଦ ସର୍ଚ୍ଚ ଫର୍‌ ୱାଟର୍‌

ଅନୁବାଦ : ଓଡ଼ିଶାଲାଇଭ୍‍

Achyutanand Dwivedi

ଅଚ୍ୟୁତାନନ୍ଦ ଦ୍ୱିବେଦୀ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବିଜ୍ଞାପନ ନିର୍ଦ୍ଦେଶକ । ସେ କାନ୍ସ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାର ଜିତିଛନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Achyutanand Dwivedi
Prabhat Sinha

ପ୍ରଭାତ ସିହ୍ନା ଜଣେ କ୍ରୀଡ଼ାବିତ୍‌, ଲେଖକ ଏବଂ ଅଣ-ଲାଭଜନକ କ୍ରୀଡ଼ା ସଂଗଠନ ମାନ୍‌ ଦେଶୀ ଚାମ୍ପିଅନ୍ସର ପ୍ରତିଷ୍ଠାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prabhat Sinha
Text : Prabhat Sinha

ପ୍ରଭାତ ସିହ୍ନା ଜଣେ କ୍ରୀଡ଼ାବିତ୍‌, ଲେଖକ ଏବଂ ଅଣ-ଲାଭଜନକ କ୍ରୀଡ଼ା ସଂଗଠନ ମାନ୍‌ ଦେଶୀ ଚାମ୍ପିଅନ୍ସର ପ୍ରତିଷ୍ଠାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prabhat Sinha
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE