કચ્છી
પિતળ તાળા ખોલ્યાસી ભેણ ત્રામેં તાળા ખોલ્યાસી,
બાઈએ જો મન કોય ખોલેં નાંય.(૨)
ગોઠ જા ગોઠ ફિરયાસી, ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય. (૨)
પિતળ તાળા ખોલ્યાસી ભેણ ત્રામે તાળા ખોલ્યાસી,
બાઈએ જો મન કોય ખોલે નાંય. (૨)
ઘરજો કમ કરયાસી,ખેતીજો કમ કરયાસી,
બાઈએ જે કમ કે કોય લેખે નાંય.
ઘરજો કમ કરયાસી, ખેતીજો કમ કરયાસી
બાઈએ જે કમ કે કોય નેરે નાંય
ગોઠ જા ગોઠ ફિરયાસી, ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય.
ચુલુ બારયાસી ભેણ,માની પણ ગડયાસી ભેણ,
બાઈએ કે જસ કોય મિલ્યો નાંય. (૨)
ગોઠ જા ગોઠ ફિરયાસી ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય. (૨)
સરકાર કાયધા ભનાય ભેણ,કેકે ફાયધો થ્યો ભેણ,
બાઈએ કે જાણ કોઈ થિઈ નાંય (૨)
ગોઠ જા ગોઠ ફિરયાસી ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય (૨)
ଓଡ଼ିଆ
ତୁମେ କଂସାର କୋଲପ ଖୋଲିଲ, ତୁମେ ତମ୍ବାର ମୁଦକୁ ଖୋଲିଲ
କିନ୍ତୁ କେହି ଜଣେ ବି ଖୋଲି ପାରିଲନି ତା’ର ହୃଦୟର ତାଲା
ଓ ଜଣେ ନାରୀର ଭାବନା କ’ଣ ବୁଝି ପାରିଲନି। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଓଢ଼ଣି ତଳେ ଯାହା ସବୁବେଳେ ଲୁଚି ରହିଥାଏ। (୨)
ତୁମେ କଂସାର କୋଲପ ଖୋଲିଲ, ତୁମେ ତମ୍ବାର ମୁଦକୁ ଖୋଲିଲ
କିନ୍ତୁ କେହି ଜଣେ ବି ଖୋଲି ପାରିଲନି ତା’ର ହୃଦୟର ତାଲା
ଓ ଜଣେ ନାରୀର ଭାବନା କ’ଣ ବୁଝି ପାରିଲନି। (୨)
ଆମେ ଘରେ ଖଟଣି ଓ ଚାଷ ଜମିରେ ପରିଶ୍ରମ କରୁ।
କିନ୍ତୁ ଆମେ କରୁଥିବା କାମ କାହାର ଦୃଷ୍ଟିରେ ବା ପଡ଼େ?
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ ସବୁବେଳେ ପର୍ଦ୍ଦା ଆଢୁଆଳରେ।
ଆମେ ତୁମ ରୋଷେଇ ଘରେ ଚୁଲି ଜଳାଉ ଓ ରୁଟି ମଧ୍ୟ ବେଲୁ।
କିନ୍ତୁ କେବେ ଧନ୍ୟବାଦ ଦିଏ ନାହିଁ କେହି ଜଣେ ନାରୀକୁ।
କେହି ଜଣେ, କେହି ଜଣେ ବି ପ୍ରସଂଶା କରେ ନାହିଁ ତା’ର। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ ସବୁବେଳେ ପର୍ଦ୍ଦା ଆଢୁଆଳରେ। (୨)
ଶାସନତନ୍ତ୍ର ନିୟମ ତିଆରି କରେ
କିନ୍ତୁ କାହାର ଲାଭ ହୁଏ, କହ ମୋ ଭଉଣୀ, ବାରମ୍ବାର?
ଆମ ନାରୀମାନଙ୍କୁ କେହି ଦିଅନ୍ତି ନାହିଁ ଖବର। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ ସବୁବେଳେ ପର୍ଦ୍ଦା ଆଢୁଆଳରେ। (୨)