“ଗୋଟିଏ ଦେଶ ବା ଭାଷା କିମ୍ବା ଧର୍ମର ଇତିହାସ ରାଜା, ଜମିଦାର ଓ ନେତାମାନଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଭରପୁର ରହିଥାଏ। ସାଧାରଣ ଲୋକଙ୍କୁ ସେଠି ସ୍ଥାନ ମିଳେ ନାହିଁ, ଯଦିଓ ବା ସେମାନଙ୍କ ବିନା କୌଣସି ଇତିହାସ ଅସମ୍ପୂର୍ଣ୍ଣ। ଲୋକମାନଙ୍କ ଦ୍ଵାରା ହିଁ ରାଷ୍ଟ୍ର ଗଠନ ହୁଏ, ଭାଷା ସୃଷ୍ଟି ହୁଏ ଓ ଧର୍ମ ଜନପ୍ରିୟ ହୋଇଥାଏ। କିନ୍ତୁ ସମାୟାନୁକ୍ରମେ କ୍ଷମତାଶାଳୀ ସମ୍ଭ୍ରାନ୍ତ ଶ୍ରେଣୀ ଏସବୁକୁ ନିଜର କରିନିଅନ୍ତି,” କହନ୍ତି ମେରାଜୁଦ୍ଦିନ, ଯିଏ ବର୍ତ୍ତମାନ କୁନୋ ଜାତୀୟ ଅଭୟାରଣ୍ୟର ସୀମା ନିକଟରେ ରହନ୍ତି। ଅଭୟାରଣ୍ୟ ଭିତରେ ଓ ଚତୁଃପାର୍ଶ୍ଵରେ ରହୁଥିବା ବିଭିନ୍ନ ସମ୍ପ୍ରଦାୟ ସହ ମିଶି କାମ କରନ୍ତି। ଜଙ୍ଗଲ ଉପରୁ ଲୋକମାନେ ସେମାନଙ୍କ ଅଧିକାର ହରାଇବା ସେ ଖୁବ୍‌ ନିକଟରୁ ଦେଖିଛନ୍ତି ଓ ସାଧାରଣ ଲୋକଙ୍କ କଷ୍ଟ ଯେଉଁଭଳି ଭାବେ ତାଙ୍କୁ ବ୍ୟଥିତ କରିଛି ତାହା ସେ ତାଙ୍କ କବିତାରେ ପ୍ରକାଶ କରିଛନ୍ତି।

ଶୁଣନ୍ତୁ ସଇଦ ମେରାଜୁଦ୍ଦିନ ଉର୍ଦ୍ଦୁରେ ଗାଇଥିବା କବିତାଟିକୁ

ଶୁଣନ୍ତୁ ପ୍ରତିଷ୍ଠା ପାଣ୍ଡ୍ୟା ଗାଇଥିବା କବିତାଟିର ଇଂରାଜୀ ଅନୁବାଦ

ଶୁଣ, ମୁଁ ଏଠି , ଏବେ ବି ବଞ୍ଚିଛି

ହେ, ମସଜିଦ ଓ ମନ୍ଦିର ନିର୍ମାଣକାରୀ!
ହେ, ରାଷ୍ଟ୍ର ଓ ଭାଷାର ନେତା!
ଶୁଣ, କାରଣ ମୁଁ ଏବେ ବି ବଞ୍ଚିଛି।

ହୋ ମୁକୁଟ ପିନ୍ଧୁଥିବା ମଣିଷମାନେ, ଭାରସାମ୍ୟ ରକ୍ଷାକାରୀମାନେ,
ତୁମେମାନେ ଭୁଲି ଯାଇଛ ନ୍ୟାୟ ଓ ସଂରକ୍ଷଣର ଅର୍ଥ।
ତୁମେ ଲେଖ ଟଙ୍କା ଉପରେ ସଂଖ୍ୟା,
କିନ୍ତୁ ଭୁଲିଯାଇଛ ମଣିଷର ମହତ୍ତ୍ଵ।
ସତର୍କ ରୁହ, କାରଣ ମୁଁ ଏବେ ବି ବଞ୍ଚିଛି।

ମୁଁ ଜାଣେ ମୁଁ ଦୁର୍ବଳ ଓ ଦୁଃସ୍ଥ।
ହଁ, ଭୋକର ତାଡ଼ନାଗ୍ରସ୍ତ ଏ ଶରୀର।
ଟୋପାଏ ବି ପାଣି ନାହିଁ
ମୋ ଶିରା ପ୍ରଶିରାରେ।
କିନ୍ତୁ ମୋ ନିଃଶ୍ଵାସ ଏବେ ବି ଚାଲୁଛି।
ରୁହ, କାରଣ ମୁଁ ଏବେ ବି ବଞ୍ଚିଛି।

ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
ହେ ନୀତିନିୟମ ପ୍ରଣୟନକାରୀମାନେ, ଯେ କରେ ଭୁଲ ଓ ଠିକ୍‌ ନିର୍ଦ୍ଧାରଣ
ତୁମେ ବୁଦ୍ଧିଜୀବୀମାନେ, ଯିଏ ଧର ହାତରେ କଲମ
ବନ୍ଦ କର ତୁମ “ମୁଁ ଜାଣେ, ମୁଁ ଜାଣେ” ଉଚ୍ଚାରଣ।
ତୁମେ ସବୁ ଟଙ୍କାଲୋଭୀ ପ୍ରତାରକ
ବନ୍ଦକର ତୁମର ବିଳାପ!
ଯାଅ ଏଠୁ, ମୁଁ ଏବେ ବି ବଞ୍ଚିଛି।

ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
କିଏ ସେ ଲେଖିଲା ଅର୍ଥନୀତିର ନିୟମ ସବୁକୁ?
ରାଜନୀତିର ସଂଜ୍ଞା କିଏ ନିର୍ଦ୍ଧାରଣ କଲା,
ଯାହାର ତୁମେ ହେଉଛ ପ୍ରଭୁ, ରାଜା?
କିଏ ଲେଖିଲା ସେହିସବୁ କପଟ ଅଧ୍ୟାୟସବୁକୁ?
ଲେଖ ବର୍ତ୍ତମାନ, ମୁଁ ଏବେ ବି ବଞ୍ଚିଛି।

ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
ତୁମେ ହୁଏତ ଧର୍ମଗୁରୁ ହୋଇଥାଇପାର,
କିନ୍ତୁ ପୈଗମ୍ବର, ଓ କା’ବା ଅଟନ୍ତି ମୋହର।
ମନ୍ଦିର ମୋଅର, ଠାକୁର ବି ମୋର।
ଗୁରୁଦ୍ୱାର ଓ ଗୀର୍ଜାସବୁ ଅଟଇ ମୋଅର।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।

ରାଜାଙ୍କୁ ଯାଇ କୁହ,
ଯେତେସବୁ ଜମିଦାର ଓ ମନ୍ତ୍ରୀ
ଯେଉଁମାନେ ସଭ୍ୟତାରେ ଦ୍ଵନ୍ଦ୍ଵ ଭରୁଛନ୍ତି;
କୁହ ଯାଇ ସେହିସବୁ ନିର୍ଲ୍ଲଜ ରାଜନେତାମାନଙ୍କୁ
ଯେ ମୁଁ ଏଠାରେ ଅଛି, ଏବେ ବି ବଞ୍ଚିଛି।

ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।

(original)  سن لو کہ ابھی میں زندہ ہوں

اے دیر و حرم کے مختارو
اے ملک و زباں کے سردارو
سن لو کہ ابھی میں زندہ ہوں

اے تاج بسر میزان بکف
تم عدل و حمایت بھول گئے
کاغذ کی رسیدوں میں لکھ کر
انسان کی قیمت بھول گئے
لکھو کہ ابھی میں زندہ ہوں

سن لو کہ ابھی میں زندہ ہوں

مانا کہ طبیعت بھاری ہے
اور بھوک بدن پر طاری ہے
پانی بھی نہیں شریانوں میں
پر سانس ابھی تک جاری ہے
سنبھلو کہ ابھی میں زندہ ہوں

سن لو کہ ابھی میں زندہ ہوں

اے شاہ سخن فرزانہ قلم
یہ شورش دانم بند کرو
روتے بھی ہو تم پیسوں کے لیے
رہنے دو یہ ماتم بند کرو
بخشو کہ ابھی میں زندہ ہوں

سن لو کہ ابھی میں زندہ ہوں

آئین معیشت کس نے لکھے
آداب سیاست کس نے لکھے
ہے جن میں تمہاری آغائی
وہ باب شریعت کس نے لکھے
لکھو کہ ابھی میں زندہ ہوں

سن لو کہ ابھی میں زندہ ہوں

اے پند گران دین و دھرم
پیغمبر و کعبہ میرے ہیں
مندر بھی مرے بھگوان مرے
گرودوارے کلیسا میرے ہیں
نکلو کہ ابھی میں زندہ ہوں

سن لو کہ ابھی میں زندہ ہوں

کہہ دو جا کر سلطانوں سے
زرداروں سے ایوانوں سے
پیکار تمدّن کے حامی
بے ننگ سیاست دانوں سے
کہہ دو کہ ابھی میں زندہ ہوں

سن لو کہ ابھی میں زندہ ہوں

ଓଡ଼ିଆ ଅନୁବାଦ: କପିଳାସ ଭୂୟାଁ

Poem and Text : Syed Merajuddin

ସଇଦ ମେରାଜୁଦ୍ଦିନ ଜଣେ କବି ଓ ଶିକ୍ଷକ। ସେ ମଧ୍ୟପ୍ରଦେଶର ଅଗରାରେ ରହନ୍ତି ଓ ଆଧାରଶିଳା ଶିକ୍ଷା ସମିତି ନାମକ ଅନୁଷ୍ଠାନର ଯୁଗ୍ମ ପ୍ରତିଷ୍ଠାତା ଓ ସମ୍ପାଦକ। ଏହି ଅନୁଷ୍ଠାନ ପକ୍ଷରୁ କୁନୋ ଜାତୀୟ ଅଭୟାରଣ୍ୟର ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ବିସ୍ଥାପିତ ଶିଶୁମାନଙ୍କ ପାଇଁ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଓ ସଂଚାଳନ କରାଯାଉଛି। ସେ ସମ୍ପ୍ରତି କୁନୋ ଜାତୀୟ ଅଭୟାରଣ୍ୟର ସୀମା ନିକଟରେ ରହୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Syed Merajuddin
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan