“ଗୋଟିଏ ଦେଶ ବା ଭାଷା କିମ୍ବା ଧର୍ମର ଇତିହାସ ରାଜା, ଜମିଦାର ଓ ନେତାମାନଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଭରପୁର ରହିଥାଏ। ସାଧାରଣ ଲୋକଙ୍କୁ ସେଠି ସ୍ଥାନ ମିଳେ ନାହିଁ, ଯଦିଓ ବା ସେମାନଙ୍କ ବିନା କୌଣସି ଇତିହାସ ଅସମ୍ପୂର୍ଣ୍ଣ। ଲୋକମାନଙ୍କ ଦ୍ଵାରା ହିଁ ରାଷ୍ଟ୍ର ଗଠନ ହୁଏ, ଭାଷା ସୃଷ୍ଟି ହୁଏ ଓ ଧର୍ମ ଜନପ୍ରିୟ ହୋଇଥାଏ। କିନ୍ତୁ ସମାୟାନୁକ୍ରମେ କ୍ଷମତାଶାଳୀ ସମ୍ଭ୍ରାନ୍ତ ଶ୍ରେଣୀ ଏସବୁକୁ ନିଜର କରିନିଅନ୍ତି,” କହନ୍ତି ମେରାଜୁଦ୍ଦିନ, ଯିଏ ବର୍ତ୍ତମାନ କୁନୋ ଜାତୀୟ ଅଭୟାରଣ୍ୟର ସୀମା ନିକଟରେ ରହନ୍ତି। ଅଭୟାରଣ୍ୟ ଭିତରେ ଓ ଚତୁଃପାର୍ଶ୍ଵରେ ରହୁଥିବା ବିଭିନ୍ନ ସମ୍ପ୍ରଦାୟ ସହ ମିଶି କାମ କରନ୍ତି। ଜଙ୍ଗଲ ଉପରୁ ଲୋକମାନେ ସେମାନଙ୍କ ଅଧିକାର ହରାଇବା ସେ ଖୁବ୍ ନିକଟରୁ ଦେଖିଛନ୍ତି ଓ ସାଧାରଣ ଲୋକଙ୍କ କଷ୍ଟ ଯେଉଁଭଳି ଭାବେ ତାଙ୍କୁ ବ୍ୟଥିତ କରିଛି ତାହା ସେ ତାଙ୍କ କବିତାରେ ପ୍ରକାଶ କରିଛନ୍ତି।


Sheopur, Madhya Pradesh
|MON, FEB 12, 2024
ଅତୀତ, ବର୍ତ୍ତମାନ ଓ ପୈଗମ୍ବରଙ୍କ ପୁନଃସ୍ଥାପନା
ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ବିସ୍ଥାପିତ ଶିଶୁମାନଙ୍କ ସାମଗ୍ରିକ କ୍ଳେଶକୁ ସ୍ଵର ଦିଅନ୍ତି ଜଣେ କବି ଓ ଶିକ୍ଷକ
Poem and Text
Illustration
Editor
Translator
ଶୁଣ, ମୁଁ ଏଠି, ଏବେ ବି ବଞ୍ଚିଛି
ହେ, ମସଜିଦ ଓ ମନ୍ଦିର ନିର୍ମାଣକାରୀ!
ହେ, ରାଷ୍ଟ୍ର ଓ ଭାଷାର ନେତା!
ଶୁଣ, କାରଣ ମୁଁ ଏବେ ବି ବଞ୍ଚିଛି।
ହୋ ମୁକୁଟ ପିନ୍ଧୁଥିବା ମଣିଷମାନେ, ଭାରସାମ୍ୟ ରକ୍ଷାକାରୀମାନେ,
ତୁମେମାନେ ଭୁଲି ଯାଇଛ ନ୍ୟାୟ ଓ ସଂରକ୍ଷଣର ଅର୍ଥ।
ତୁମେ ଲେଖ ଟଙ୍କା ଉପରେ ସଂଖ୍ୟା,
କିନ୍ତୁ ଭୁଲିଯାଇଛ ମଣିଷର ମହତ୍ତ୍ଵ।
ସତର୍କ ରୁହ, କାରଣ ମୁଁ ଏବେ ବି ବଞ୍ଚିଛି।
ମୁଁ ଜାଣେ ମୁଁ ଦୁର୍ବଳ ଓ ଦୁଃସ୍ଥ।
ହଁ, ଭୋକର ତାଡ଼ନାଗ୍ରସ୍ତ ଏ ଶରୀର।
ଟୋପାଏ ବି ପାଣି ନାହିଁ
ମୋ ଶିରା ପ୍ରଶିରାରେ।
କିନ୍ତୁ ମୋ ନିଃଶ୍ଵାସ ଏବେ ବି ଚାଲୁଛି।
ରୁହ, କାରଣ ମୁଁ ଏବେ ବି ବଞ୍ଚିଛି।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
ହେ ନୀତିନିୟମ ପ୍ରଣୟନକାରୀମାନେ, ଯେ କରେ ଭୁଲ ଓ ଠିକ୍ ନିର୍ଦ୍ଧାରଣ
ତୁମେ ବୁଦ୍ଧିଜୀବୀମାନେ, ଯିଏ ଧର ହାତରେ କଲମ
ବନ୍ଦ କର ତୁମ “ମୁଁ ଜାଣେ, ମୁଁ ଜାଣେ” ଉଚ୍ଚାରଣ।
ତୁମେ ସବୁ ଟଙ୍କାଲୋଭୀ ପ୍ରତାରକ
ବନ୍ଦକର ତୁମର ବିଳାପ!
ଯାଅ ଏଠୁ, ମୁଁ ଏବେ ବି ବଞ୍ଚିଛି।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
କିଏ ସେ ଲେଖିଲା ଅର୍ଥନୀତିର ନିୟମ ସବୁକୁ?
ରାଜନୀତିର ସଂଜ୍ଞା କିଏ ନିର୍ଦ୍ଧାରଣ କଲା,
ଯାହାର ତୁମେ ହେଉଛ ପ୍ରଭୁ, ରାଜା?
କିଏ ଲେଖିଲା ସେହିସବୁ କପଟ ଅଧ୍ୟାୟସବୁକୁ?
ଲେଖ ବର୍ତ୍ତମାନ, ମୁଁ ଏବେ ବି ବଞ୍ଚିଛି।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
ତୁମେ ହୁଏତ ଧର୍ମଗୁରୁ ହୋଇଥାଇପାର,
କିନ୍ତୁ ପୈଗମ୍ବର, ଓ କା’ବା ଅଟନ୍ତି ମୋହର।
ମନ୍ଦିର ମୋଅର, ଠାକୁର ବି ମୋର।
ଗୁରୁଦ୍ୱାର ଓ ଗୀର୍ଜାସବୁ ଅଟଇ ମୋଅର।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
ରାଜାଙ୍କୁ ଯାଇ କୁହ,
ଯେତେସବୁ ଜମିଦାର ଓ ମନ୍ତ୍ରୀ
ଯେଉଁମାନେ ସଭ୍ୟତାରେ ଦ୍ଵନ୍ଦ୍ଵ ଭରୁଛନ୍ତି;
କୁହ ଯାଇ ସେହିସବୁ ନିର୍ଲ୍ଲଜ ରାଜନେତାମାନଙ୍କୁ
ଯେ ମୁଁ ଏଠାରେ ଅଛି, ଏବେ ବି ବଞ୍ଚିଛି।
ଶୁଣ, ମୁଁ ଏବେ ବି ଏଠାରେ ଅଛି, ବଞ୍ଚିଛି।
(original) سن لو کہ ابھی میں زندہ ہوں
اے دیر و حرم کے مختارو
اے ملک و زباں کے سردارو
سن لو کہ ابھی میں زندہ ہوں
اے تاج بسر میزان بکف
تم عدل و حمایت بھول گئے
کاغذ کی رسیدوں میں لکھ کر
انسان کی قیمت بھول گئے
لکھو کہ ابھی میں زندہ ہوں
سن لو کہ ابھی میں زندہ ہوں
مانا کہ طبیعت بھاری ہے
اور بھوک بدن پر طاری ہے
پانی بھی نہیں شریانوں میں
پر سانس ابھی تک جاری ہے
سنبھلو کہ ابھی میں زندہ ہوں
سن لو کہ ابھی میں زندہ ہوں
اے شاہ سخن فرزانہ قلم
یہ شورش دانم بند کرو
روتے بھی ہو تم پیسوں کے لیے
رہنے دو یہ ماتم بند کرو
بخشو کہ ابھی میں زندہ ہوں
سن لو کہ ابھی میں زندہ ہوں
آئین معیشت کس نے لکھے
آداب سیاست کس نے لکھے
ہے جن میں تمہاری آغائی
وہ باب شریعت کس نے لکھے
لکھو کہ ابھی میں زندہ ہوں
سن لو کہ ابھی میں زندہ ہوں
اے پند گران دین و دھرم
پیغمبر و کعبہ میرے ہیں
مندر بھی مرے بھگوان مرے
گرودوارے کلیسا میرے ہیں
نکلو کہ ابھی میں زندہ ہوں
سن لو کہ ابھی میں زندہ ہوں
کہہ دو جا کر سلطانوں سے
زرداروں سے ایوانوں سے
پیکار تمدّن کے حامی
بے ننگ سیاست دانوں سے
کہہ دو کہ ابھی میں زندہ ہوں
سن لو کہ ابھی میں زندہ ہوں
ଓଡ଼ିଆ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/reclaiming-the-past-the-present-and-the-prophet-or

