“ପିଢ଼ି ପରେ ପିଢ଼ି ଆମେ ଦୁଇଟି କାମ କରୁଛୁ – ଡଙ୍ଗା ଚଳାଇବା ଓ ମାଛ ଧରିବା। ମତେ ଲାଗୁଛି, ବର୍ତ୍ତମାନ କର୍ମଯୋଗାଣର (ବେକାରୀର) ଯେମିତି ଅବସ୍ଥା, ମୋ ପିଲାମାନଙ୍କୁ ବି ଏଇ କାମ କରିବାକୁ ପଡ଼ିବ”, କହନ୍ତି ବିକ୍ରମାଦିତ୍ୟ ନିସାଦ। ଗତ କୋଡ଼ିଏ ବର୍ଷ ହେଲା ବାରାଣାସୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ସେ ଗଙ୍ଗାର ଗୋଟିଏ ଘାଟରୁ ଅନ୍ୟ ଘାଟକୁ ନବା ଆଣିବା କରିବା ପାଇଁ ଡଙ୍ଗା ଚଲାଉଛନ୍ତି।
ଗଙ୍ଗା ନଦୀ ଏକ ହଜାର କିମିରୁ ଅଧିକ ଗତିପଥରେ ପ୍ରବାହିତ ହେଉଥିବା ଉତ୍ତର ପ୍ରଦେଶରେ ଇଣ୍ଡିଆ ଏମ୍ପଲଏମେଣ୍ଟ ରିପୋର୍ଟ ୨୦୨୪ ଅନୁଯାୟୀ ଗତ ପାଞ୍ଚ ବର୍ଷ ଭିତରେ କର୍ମଯୋଗାଣ ସ୍ଥିତି ପ୍ରାୟ ୫୦ ଭାଗରେ ଅଟକି ରହିଛି।
“ମୋଦୀ ଜୀ ‘ସ୍ଥାନୀୟ କଥା କହିବା’ (ଭୋକାଲ ଫର୍ ଲୋକାଲ) ଓ ‘ବିରାସତ ହି ବିକାଶ’ (ଏ୍ୟତିହ୍ୟ ହିଁ ବିକାଶ) ବୋଲି କହି ପ୍ରଚାର କରୁଛନ୍ତି। ଦୟାକରି ମତେ କୁହନ୍ତୁ କାହା ପାଇଁ ସେହି ବିରାସତ (ଏ୍ୟତିହ୍ୟ)? ଆମ ପାଇଁ, କାଶୀର (ବାରାଣାସୀର) ଲୋକଙ୍କ ପାଇଁ ନା ବାହାର ଲୋକଙ୍କ ପାଇଁ?” ସେ ପ୍ରଶ୍ନ କରନ୍ତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବାରାଣାସୀରୁ ନିର୍ବାଚନ ଜିତିଥିଲେ ଓ ତାଙ୍କ ପ୍ରଚାରର ବହୁ ତିକ୍ତାନୁଭୁତି ରହିଛି ବୋଲି ଏହି ନାଉରିଆ ଜଣକ କହନ୍ତି, “ଆମେ ନିଶ୍ଚୟ ବିକାଶ ଦେଖିବାକୁ ଚାହିଁବୁ”।






