ୟୋ ନାଣ ତମାସୋ ମତ୍ ସମଝୋ, ପୁରଖା କୀ ଅମର ନିଶାନି ଚେ!
ଏହି ନାଣକୁ ଭୁଲରେ କେବଳ ମନୋରଞ୍ଜନ ବୋଲି ଭାବିବ ନାହିଁ; ଏହା ଆମ ପୂର୍ବଜମାନଙ୍କର ପରମ୍ପରା!


Kota, Rajasthan
|THU, JAN 09, 2025
ନାଣ
ରାଜସ୍ଥାନର ହାଡୋତିର ସାଙ୍ଗୋଦ ଗ୍ରାମରେ ପ୍ରଚଳିତ ପ୍ରାୟ ୫୦୦ ବର୍ଷ ପୁରୁଣା ଲୋକ ପରମ୍ପରା ଉପରେ ନିର୍ମିତ ଏକ ପ୍ରମାଣିକ ଚଳଚ୍ଚିତ୍ର
Author
Text Editor
Translator
ଏହି ଉକ୍ତି ସହିତ, କୋଟାର ସାଙ୍ଗୋଦ ଗାଁର ସ୍ୱର୍ଗତ କବି ସୁରଜମଲ ବିଜୟ ଦକ୍ଷିଣ-ପୂର୍ବ ରାଜସ୍ଥାନର ହାଡୋତି ଅଞ୍ଚଳରେ ପାଳନ କରାଯାଉଥିବା ନାଣ ପର୍ବକୁ ବର୍ଣ୍ଣନା କରିଛନ୍ତି।
ଏ ଗାଁର ବାସିନ୍ଦା ତଥା ଅଳଙ୍କାର ବ୍ୟବସାୟୀ ରାମବାବୁ ସୋନି କୁହନ୍ତି, ‘‘କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କୌଣସି ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ନାହିଁ।’’ ‘‘ଆମ ଗାଁର ଲୋକମାନେ ନିଜ ଇଚ୍ଛାରେ, ନିଜ ସଂସ୍କୃତି ପାଇଁ ଯେଉଁଭଳି ଭାବରେ ଆୟୋଜନ କରନ୍ତି ସେମିତି କେହି କରିପାରିବେ ନାହିଁ।’’ ୧୫ଶ’ ଶତାବ୍ଦୀରେ ଏଠାରେ ରହୁଥିବା ଲୋକ ନାୟକ ସାଙ୍ଗା ଗୁର୍ଜରଙ୍କ ସମ୍ମାନରେ ହୋଲି ପରେ ଏ ଗାଁ ପାଞ୍ଚ ଦିନ ପାଇଁ ଏହି ପର୍ବ ପାଳନ କରିଥାଏ।
‘ନାଣ୍’ ଯାହାର ଅର୍ଥ ‘ଗାଧୋଇବା’ ଏକ ସାମୂହିକ ସଫେଇର ପ୍ରତୀକ ଏବଂ ଏହି ପର୍ବର ହୋଲି ସହ ସମ୍ପର୍କ ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ସାଙ୍ଗୋଦର ଲୋକମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ, ଯେଉଁମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ଛାଡ଼ିଦେଇ ନିଜେ ପ୍ରୟୋଗ କରୁଥିବା ସାଜସଜ୍ଜା ଏବଂ ଉତ୍ସବ ପୋଷାକ ବେଶଭୁଷା ହୋଇ ଅସାଧାରଣ ଭୂମିକା ଗ୍ରହଣ କରିଥାନ୍ତି।
‘‘ପାଖାପାଖି ୪୦୦-୫୦୦ ବର୍ଷ ପୂର୍ବେ ମୋଗଲ ସମ୍ରାଟ ଶାହାଜାହାନଙ୍କ ଶାସନ କାଳରେ ସାଙ୍ଗୋଦରେ ଜଣେ ବିଜୟବର୍ଗୀୟ ‘ମହାଜନ’ ଥିଲେ,’’ ରାମବାବୁ ସୋନି କୁହନ୍ତି । ‘‘ସେ ଶାହାଜାହାନଙ୍କ ପାଇଁ କାମ କରୁଥିଲେ। ଯେତେବେଳେ ସେ ଅବସର ନେଲେ, ସେ ଏଠାରେ ନାଣ ଆୟୋଜନ କରିବା ପାଇଁ ସମ୍ରାଟଙ୍କ ଅନୁମତି ମାଗିଥିଲେ। ସେହି ସମୟରେ ସାଙ୍ଗୋଦରେ ଏହି ଉତ୍ସବ ଆରମ୍ଭ ହୋଇଥିଲା।
ଆଖପାଖ ଗାଁରୁ ହଜାର ହଜାର ଲୋକ ମଧ୍ୟ ସାଙ୍ଗୋଦକୁ ଯାଇ କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ, ଯାଦୁ କୌଶଳ ଏବଂ ଦୁଃସାହସିକ କୌଶଳର ଚମକ ଦେଖନ୍ତି । ଏହି ଉତ୍ସବ ଦେବୀ ବ୍ରାହ୍ମଣୀଙ୍କ ପୂଜା ସହିତ ଆରମ୍ଭ ହୁଏ, ତା’ପରେ ପ୍ରସାଦ ଭାବରେ ଘୁଗ୍ରୀ(ସିଝା ଶସ୍ୟ) ବଣ୍ଟନ କରାଯାଏ।
‘‘ଯାଦୁକରୀ କୌଶଳ ପ୍ରଦର୍ଶିତ ହେବ, ଖଣ୍ଡା ଗିଳି ଦିଆଯିବ, ଏବଂ ଏହିପରି ଅନେକ ଦୁଃସାହସିକ କଳା ଏଠାରେ ପରିବେଷଣ କରାଯିବ’’, ନିଜେ ଜଣେ କଳାକାର ହୋଇଥିବା ସତ୍ୟନାରାୟଣ ମାଲି ଘୋଷଣା କରନ୍ତି। ‘‘ଜଣେ ବ୍ୟକ୍ତି କାଗଜ ଖଣ୍ଡ ଖାଇ ତା’ପାଟିରୁ ୫୦ ଫୁଟ ଲମ୍ବା ସୂତା ବାହାର କରିବ।’’

Sarvesh Singh Hada

Sarvesh Singh Hada
ଉତ୍ସବର ଦିନଗୁଡ଼ିକ ଶେଷରେ ବାଦଶାହ କି ସୱାରୀ ପର୍ଯ୍ୟନ୍ତ ଯାଇଥାଏ ଯେଉଁଠାରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଗୋଟିଏ ଦିନ ପାଇଁ ରାଜା ମୁକୁଟ ପିନ୍ଧାଯାଏ, ତାଙ୍କର ରାଜକୀୟ ଶୋଭାଯାତ୍ରା ଗାଁର ରାସ୍ତାଗୁଡ଼ିକ ଦେଇ ବୁଲିଥାଏ। ବିଗତ ୬୦ ବର୍ଷ ଧରି ରାମବାବୁଙ୍କ ପରିବାରରେ ରାଜାଙ୍କ ଭୂମିକା ନିର୍ବାହ କରିଆସୁଛି । ସେ କୁହନ୍ତି, ‘‘ମୋ ବାପା ୨୫ ବର୍ଷ ଧରି ଏହି ଭୂମିକା ନିର୍ବାହ କରିଥିଲେ ଏବଂ ମୁଁ ଗତ ୩୫ ବର୍ଷ ଧରି ଏହି ପରମ୍ପରାକୁ ଜାରି ରଖିଛି। ରାଜାଙ୍କ ପଦବୀ ଗୁରୁତ୍ୱପୂର୍ଣ୍ଣ, ଯେପରି ମୁଖ୍ୟ ଅଭିନେତା ଏକ ଚଳଚ୍ଚିତ୍ରରେ ମୁଖ୍ୟ ଆକର୍ଷଣ। ଏହା ମଧ୍ୟ ଏକ ଚଳଚ୍ଚିତ୍ର।’’
ସେହିଦିନ ଯେଉଁ ବ୍ୟକ୍ତିଙ୍କୁ ଏହି ଭୂମିକା ମିଳିବ ତାଙ୍କୁ ଏହା ସହ ଜଡ଼ିତ ସମ୍ମାନ ମଧ୍ୟ ମିଳିବ।
‘‘ହଁ, ପ୍ରତ୍ୟେକ ବର୍ଷ କେବଳ ଗୋଟିଏ ଦିନ ପାଇଁ,’’ ଜଣେ ଉପସ୍ଥିତ ବ୍ୟକ୍ତି କୁହନ୍ତି। ‘‘ହଁ, ଗୋଟିଏ ଦିନ ପାଇଁ ସେ ରାଜା।’’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/nhaan-or

