ମାତ୍ର ୯୦ ଟଙ୍କାରେ ପଲିଷ୍ଟର ଶାଢ଼ୀ ମିଳୁଥିବା ବେଳେ ମଧୁସୂଦନ ତନ୍ତୀ ବୁଣିଥିବା ୩୦୦ ଟଙ୍କାର କୋଟପାଡ଼ ଶାଢ଼ୀକୁ ଏବେ କିଏ କିଣିବ ସେହି ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଛି।

ଓଡ଼ିଶାର କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲରେ ଥିବା ଡୋଙ୍ଗରିଗୁଡ଼ା ଗ୍ରାମର ଏହି ୪୦ ବର୍ଷ ବୟସ୍କ ବୁଣାକାର ବହୁ ଦଶନ୍ଧି ଧରି ପ୍ରସିଦ୍ଧ କୋଟପାଡ଼ ଶାଢ଼ୀ ବୁଣି ଆସୁଛନ୍ତି । କୋଟପାଡ଼ ଶାଢ଼ୀରେ ଜଟିଳ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ ଏବଂ ଏହାକୁ ଉଜ୍ଜ୍ୱଳ କଳା, ଲାଲ ଓ ବାଦାମୀ ରଙ୍ଗରେ ବୁଣାଯାଇଥାଏ।

‘‘ବୁଣାକାମ ଆମ ପାରିବାରିକ ବେଉସା। ମୋ ଜେଜେ ବାପା ବୁଣୁଥିଲେ, ମୋ ବାପା ବୁଣୁଥିଲେ ଆଉ ଏବେ ମୁଁ ଓ ମୋ ପୁଅ ବୁଣାକାମ ଜାରି ରଖିଛୁ,’’ ମଧୁସୂଦନ କହିଥାନ୍ତି । ସେ ନିଜର ଆଠ ଜଣିଆ ପରିବାର ଚଳାଇବା ପାଇଁ ଅନ୍ୟାନ୍ୟ କାମ ମଧ୍ୟ କରିଥାନ୍ତି।

ଏ ୱିଭ୍‌ ଇନ୍‌ ଟାଇମ୍‌ ଶୀର୍ଷକ ଏହି ଚଳଚ୍ଚିତ୍ର ୨୦୧୪ରେ ପ୍ରସ୍ତୁତ ହୋଇଥିଲା । ଏଥିରେ ମଧୁସୂଦନଙ୍କ ବଂଶଗତ କାରିଗରୀ ଏବଂ ଏହାକୁ ବଞ୍ଚେଇ ରଖିବା ଲାଗି ଦେଖା ଦେଉଥିବା ସମସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ।

ଭିଡ଼ିଓ ଦେଖନ୍ତୁ :ଏ ୱିଭ୍‌ ଇନ୍‌ ଟାଇମ୍‌

ଅନୁବାଦ: ଓଡ଼ିଶାଲାଇଭ୍‍

Kavita Carneiro

କବିତା କାର୍ଣ୍ଣେରିଓ ପୁଣେର ଜଣେ ନିରପେକ୍ଷ ଚଳଚ୍ଚିତ୍ର ନିର୍ମାତା ଏବଂ ସେ ଗତ ଏକ ଦଶନ୍ଧି ଧରି ସାମାଜିକ ପ୍ରଭାବ ସୃଷ୍ଟିକାରୀ ଚଳଚ୍ଚିତ୍ର ନିର୍ମାଣ କରିଆସୁଛନ୍ତି । ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଜାଫର ଓ ଟୁଡୁ ଶୀର୍ଷକ ଫିଚର-ସଦୃଶ ଦୀର୍ଘ ଏକ ପ୍ରମାଣିକ ଚଳଚ୍ଚିତ୍ର ରହିଛି ଯାହା ରଗବୀ ଖେଳାଳୀଙ୍କୁ ନେଇ ପ୍ରସ୍ତୁତ । ସେ ପ୍ରସ୍ତୁତ କରିଥିବା ସଦ୍ୟତମ ଚଳଚ୍ଚିତ୍ର ହେଉଛି କାଳେଶ୍ୱରମ ଯାହାକି ବିଶ୍ୱର ସବୁଠୁ ବଡ଼ ଉଠା ଜଳସେଚନ ପ୍ରକଳ୍ପ ଉପରେ କେନ୍ଦ୍ରିତ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ କବିତା କାର୍ନେରୋ
Text Editor : Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE