“ସିମେଣ୍ଟ ଚେ ଜଙ୍ଗଲ ଅଚ୍‌ ଝାଲେଲେ ଆହେ (ଏହା ପ୍ରାୟତଃ ଏକ ସିମେଣ୍ଟ ଜଙ୍ଗଲ ପାଲଟିଗଲାଣି),” କହନ୍ତି କୋହ୍ଲାପୁର ଜିଲ୍ଲାର ଉଚଗାଓଁ ଗାଁର ଜଣେ ଚାଷୀ ସଞ୍ଜୟ ଚୌହାନ । ଗତ ଦଶନ୍ଧିରେ ଉଚଗାଓଁରେ ଶିଳ୍ପ ଓ କାରଖାନା ସଂଖ୍ୟା ବୃଦ୍ଧି ପାଇଛି ଏବଂ ଅନୁରୂପ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇଛି ।

ଏହି ୪୮ ବର୍ଷୀୟ ଚାଷୀ ଜଣକ କହନ୍ତି, “ଏବେ ଆମ କୂଅଗୁଡ଼ିକରେ ଆଉ ପାଣି ନାହିଁ ।”

ମହାରାଷ୍ଟ୍ରର ଭୂତଳ ଜଳ ବାର୍ଷିକ ପୁସ୍ତିକା (୨୦୧୯) ଅନୁସାରେ କୋହ୍ଲାପୁର, ସାଙ୍ଗଲି, ସତାରା ସମେତ ମହାରାଷ୍ଟ୍ରର ପାଖାପାଖି ୧୪ ପ୍ରତିଶତ ଅଞ୍ଚଳରେ କୂଅଗୁଡ଼ିକର ଜଳସ୍ତର କମିବାରେ ଲାଗିଛି । କୂଅଖୋଳାର ଜଣେ ଠିକାଦାର ରତନ ରାଠୋଡ଼ କହନ୍ତି ଯେ, ଗତ ଦୁଇ ଦଶନ୍ଧି ଭିତରେ କୂଅର ହାରାହାରି ଗଭୀରତା ୩୦ ଫୁଟ୍‌ରୁ ୬୦ ଫୁଟ୍‌ରେ ପହଞ୍ଚିଲାଣି ।

ସଞ୍ଜୟ କହନ୍ତି ଯେ ଉଚଗାଓଁର ପ୍ରତିଟି ଘରେ ଏବେ ବୋର୍‌ୱେଲ ବା ଗଭୀର ନଳକୂପ ରହିଛି । ଫଳରେ ବହୁ ପରିମାଣର ଭୂତଳ ଜଳ ବାହାରି ଯାଉଛି । ଉଚଗାଓଁର ପୂର୍ବତନ ନାଏବ ସରପଞ୍ଚ ମଧୁକର ଚୌହାନ କହନ୍ତି, “କୋଡ଼ିଏ ବର୍ଷ ତଳେ ଗାଁରେ ୧୫-୨୦ଟି ବୋର୍‌ୱେଲ ଥିଲା । ଏବେ ୭୦୦-୮୦୦ ରହିଛି ।”

ଉଚଗାଓଁରେ ଦୈନିକ ୨୫ରୁ ୩୦ ଲକ୍ଷ ଲିଟର ପାଣି ଆବଶ୍ୟକ ହୁଏ । କିନ୍ତୁ,  ମଧୁକର କହନ୍ତି, “(…) ଗାଁରେ ଏବେ ଦିନେ ଛଡ଼ା ଦିନେ କେବଳ ୧୦ରୁ ୧୨ ଲକ୍ଷ ଲିଟର ପାଣି ମିଳୁଛି ।” ସେ କହନ୍ତି, ଏବେ ପରିସ୍ଥିତି ଏମିତି ଯେ ଆଗକୁ ଗାଁରେ ଜଳ ସଂକଟ ଉତ୍କଟ ରୂପ ନେବାର ସମସ୍ତ ସଂକେତ ଦେଖାଦେଲାଣି ।

କୋହ୍ଲାପୁରରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ପ୍ରଭାବିତ ଚାଷୀମାନଙ୍କ ସ୍ଥିତିକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ।

ଚଳଚ୍ଚିତ୍ର ଦେଖନ୍ତୁ: ଜଳ ସନ୍ଧାନରେ

ଅନୁବାଦ : ଓଡ଼ିଶାଲାଇଭ୍‍

Jaysing Chavan

ଜୟସିଂ ଚଭନ କୋହ୍ଲାପୁରର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ମାତା ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jaysing Chavan
Text Editor : Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Siddhita Sonavane
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE