सूखा
रोज़ बरसता नैनों का जल
रोज़ उठा सरका देता हल
रूठ गए जब सूखे बादल
क्या जोते क्या बोवे पागल
सागर ताल बला से सूखे
हार न जीते प्यासे सूखे
दान दिया परसाद चढ़ाया
फिर काहे चौमासे सूखे
धूप ताप से बर गई धरती
अबके सूखे मर गई धरती
एक बाल ना एक कनूका
आग लगी परती की परती
भूखी आंखें मोटी मोटी
हाड़ से चिपकी सूखी बोटी
सूखी साखी उंगलियों में
सूखी चमड़ी सूखी रोटी
सूख गई है अमराई भी
सूख गई है अंगनाई भी
तीर सी लगती है छाती में
सूख गई है पुरवाई भी
गड्डे गिर्री डोरी सूखी
गगरी मटकी मोरी सूखी
पनघट पर क्या लेने जाए
इंतज़ार में गोरी सूखी
मावर लाली बिंदिया सूखी
धीरे धीरे निंदिया सूखी
आंचल में पलने वाली फिर
आशा चिंदिया चिंदिया सूखी
सूख चुके सब ज्वारों के तन
सूख चुके सब गायों के थन
काहे का घी कैसा मक्खन
सूख चुके सब हांडी बर्तन
फूलों के परखच्चे सूखे
पके नहीं फल कच्चे सूखे
जो बिरवान नहीं सूखे थे
सूखे अच्छे अच्छे सूखे
जातें, मेले, झांकी सूखी
दीवाली बैसाखी सूखी
चौथ मनी ना होली भीगी
चन्दन रोली राखी सूखी
बस कोयल की कूक न सूखी
घड़ी घड़ी की हूक न सूखी
सूखे चेहरे सूखे पंजर
लेकिन पेट की भूक न सूखी
ମରୁଡ଼ି
ବର୍ଷା ପରି ଆଖିରୁ ଝରିଯାଏ ଲୁହ ପ୍ରତିଦିନ,
ହାତରୁ ଲଙ୍ଗଳର କଣ୍ଟି ଯାଏ ଖସି।
ଆକାଶରେ ଶୁଖିଲା ଓ କୋପ ଜର୍ଜ୍ଜରିତ ବାଦଲ, ପ୍ରତିଦିନ।
ତୁମେ ମୁର୍ଖ! ତୁମେ ଏ ଭୂମିରେ କେମିତି ଚଷୁଛ?
ସମୁଦ୍ର ଶୁଖିଲା ଏଠି, ସବୁ ପୋଖରୀ ଶୁଖିଲା।
ଜମିସବୁ ପ୍ରାଣହୀନ, କଠିନ ଓ ଶୁଷ୍କ।
ଭିକାରୀଙ୍କୁ ଭିକ ଦେଲି ଓ ଭୋଗ ଦେଲି ଠାକୁରଙ୍କ ପାଖେ,
ତା’ ସତ୍ତ୍ୱେ ବର୍ଷା ଦିଶୁନାହିଁ ମୋତେ, ଏପରି କାହିଁକି?
ତାତିରେ ସିଝୁଛି ଧରିତ୍ରୀ, (ସୂର୍ଯ୍ୟ ସେଥିପାଇଁ ଦାୟୀ)
କେତେ ବା ସହିବ, ଏହା ତ ମରୁଡ଼ିର ପରାଭବ।
ମକାର କେଣ୍ଡାଟିଏ ନାହିଁ, ଶସ୍ୟର ଦାନାଟିଏ ବି ନାହିଁ।
ଅଭିଶାପ ଦେବ କି ପତିତ ଜମିକୁ, ସେ ଜମିର ଦୁଷ୍କୃତି ପାଇଁ।
ଡିମା ହେଇ ବାହାରି ଆସିଥିବା ଭୋକିଲା ଆଖି।
ଫୁଟି ଉଠିଥିବା ହାଡ଼ ଉପରର ଶୁଖିଲା ମାଂସ।
ଶୁଖା ଚମ, ଓଃ କି ଦାରୁଣ ମରୁଡ଼ି!
ଶୁଖିଲା ରୁଟି ଛିଣ୍ଡାଉଥିବା ଶୁଖିଲା ଆଙ୍ଗୁଠି।
ବଗିଚା ଶୁଖି ଯାଇଛି,
ଅଗଣା ବି ଯାଇଛି ଶୁଖି।
ଛାତିରେ ଯେମିତି ପଶି ଯାଇଛି ତୀର,
ପବନ ବି ଶୁଖିଲା ତାହାର।
ଶୁଖି ଯାଇଛି ମାଠିଆ ଓ ପାତ୍ର,
କାଠ ଖୁମ୍ବ, ପୁଲି ଓ ଦଉଡ଼ି,
କେଉଁଠାକୁ ବା ମୁଁ ଯିବି ଆଣିବାକୁ ପାଣି?
ନାରୀମାନେ ଅପେକ୍ଷାରେ ଚିର ଦିନ, ଆଶା ବି ଯାଇଛି ଶୁଖି।
ପ୍ରଥମେ ଗାଲର ଲାଲି, ତା’ ପରେ ମଥାର ବିନ୍ଦି,
ତା’ର ନିଦ ସେ ଧୀରେ ଧୀରେ ହଜେଇଛି, ମରୁଡ଼ିରେ,
ଓ ତା’ ପରେ ଆଶାର ଝଲକ ତା’ର କୋଳରେ ହସିଲା,
ସେ କିନ୍ତୁ ହରେଇଲା ତାକୁ, ବୁନ୍ଦା ବୁନ୍ଦା କରି।
ବଳଦଙ୍କ ଦେହ ଶୁଖିଗଲା।
ଶୁଖିଗଲା ଗାଈମାନଙ୍କର ପହ୍ନା।
ଘିଅ କାହିଁ? ଲହୁଣି କାହିଁ?
ଘରେ ଥିବା ପାତ୍ରଗୁଡ଼ିକ ଶୁଖିଲା।
ସମୟ ପୂର୍ବରୁ ଶୁଖିଗଲା ଫଳମୂଳ।
ଶୁଖିଗଲା ଫୁଲର ପାଖୁଡ଼ାଗୁଡ଼ିକ।
ଶୁଖିଗଲା ଏକଦା ସବୁଜିମା ଭରା ଗଛ ବୃକ୍ଷଲତା।
ଶୁଖିଗଲା ଦିନ, ଘଡ଼ି ଓ ମୁହୂର୍ତ୍ତର ଲିତା ଓ ବିଲିତା।
ପର୍ବ ପର୍ବାଣି, ମେଳା ମହୋତ୍ସବ ଓ ଶୋଭାଯାତ୍ରା,
ଦିବାଲି, ବୈଶାଖୀ, ଚତୁର୍ଥୀ ଓ ହୋଲି,
ଚନ୍ଦନ ତିଳକ ନାହିଁ, ନାହିଁ ମଥାର କୁଙ୍କୁମ,
ଏପରିକି ଏ ବର୍ଷର ରାକ୍ଷୀ ବି ହୋଇଗଲା ଶୁଷ୍କ।
କିନ୍ତୁ କୋଇଲି’ର କୁହୁତାନ ଏବେ ବି ବଞ୍ଚିଛି,
ହୃଦୟର ସ୍ପନ୍ଦନ ଓ ଦୁଃଖ ବଞ୍ଚି ରହିଅଛି।
ନିର୍ଜୀବ ମୁହଁ ଓ କଙ୍କାଳଗୁଡ଼ିକର ପଶ୍ଚାତରେ,
ଚୁଲିଗୁଡ଼ିକରେ ଭୋକର ନିଆଁ ଜଳୁଅଛି।