ଉତ୍ତର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମାନନ୍ତି ଯେ ସାରା ଦେଶକୁ ଖାଦ୍ୟଶସ୍ୟ ଯୋଗାଉଥିବା ଉତ୍ତର ପ୍ରଦେଶରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିପର୍ଯ୍ୟୟର ଏକ ମୁଖ୍ୟ କାରଣ ହେଉଛି ମରୁଡ଼ି। ଏଠାରେ ବହୁସଂଖ୍ୟକ ଲୋକେ ଜୀବିକା ନିର୍ବାହ ପାଇଁ ବର୍ଷାଜନିତ ଚାଷ ଉପରେ ନିର୍ଭର କରନ୍ତି। ମଧ୍ୟପ୍ରଦେଶର କିଛି ଅଂଶ ମଧ୍ୟ ସମାନ ଭାବେ ମରୁଡ଼ି ଦ୍ଵାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ବିଗତ ୨୯ ବର୍ଷ ମଧ୍ୟରେ ଏଠାକାର ୫୧ଟି ଜିଲ୍ଲାରେ ଏକାଧିକ ଥର ମରୁଡ଼ି ପରିସ୍ଥିତି ଉପୁଜିଛି। ଏହି ଦୁଇ ରାଜ୍ୟରେ ବହୁସଂଖ୍ୟକ ଲୋକେ ଜୀବିକା ନିର୍ବାହ ପାଇଁ ବର୍ଷାଜନିତ ଚାଷ ଉପରେ ନିର୍ଭର କରନ୍ତି। ତେଣୁ, ବାରମ୍ବାର ହେଉଥିବା ଉତ୍ତପ୍ତ ଲହର, ଭୂତଳ ଜଳସ୍ତର ପତ୍ତନ ଓ ସ୍ଵଳ୍ପ ବୃଷ୍ଟିପାତ ରାଜ୍ୟରେ ହାହାକାର ସୃଷ୍ଟି କରୁଛି।
ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି, ସେଇମାନେ ହିଁ ମରୁଡ଼ିର ଭୟାବହତାକୁ ଜାଣନ୍ତି। ସହରରେ ରହୁଥିବା ଲୋକଙ୍କ ପାଇଁ ଏହା କେବଳ ଏକ ଖବର, କିନ୍ତୁ ଯେଉଁ ଚାଷୀମାନେ ବର୍ଷ ବର୍ଷ ଧରି ସେହି ପରିସ୍ଥିତିରେ ରହୁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଏକ ଆତଙ୍କ, ସତେ ଯେମିତି ଯମରାଜଙ୍କ ଆଗମନ। ବର୍ଷାକୁ ଅପେକ୍ଷା କରିଥିବା ପଥର ପରି ସ୍ଥିର ଓ ଶୁଷ୍କ ଆଖି, ନିଆଁ ଉଗାଳୁଥିବା ଶୁଖିଲା ଓ ଫଟା ମାଟି, ପିଲାମାନଙ୍କର ପିଠିକୁ ଲାଗିଥିବା ପେଟ, ଗୋରୁମାନଙ୍କ ହାଡ଼ଗଦା ଓ ପାଣି ଖୋଜି ବୁଲୁଥିବା ସ୍ତ୍ରୀ ଲୋକେ – ସାରା ରାଜ୍ୟର ଏକ ସାଧାରଣ ଦୃଶ୍ୟ।
କେନ୍ଦ୍ରୀୟ ଭାରତର ମାଳଭୂମିରେ ହେଉଥିବା ମରୁଡ଼ିର ମୋ ନିଜସ୍ଵ ଅନୁଭୁତିରୁ ଏହି କବିତାର ସୃଷ୍ଟି।
सूखा
रोज़ बरसता नैनों का जल
रोज़ उठा सरका देता हल
रूठ गए जब सूखे बादल
क्या जोते क्या बोवे पागल
सागर ताल बला से सूखे
हार न जीते प्यासे सूखे
दान दिया परसाद चढ़ाया
फिर काहे चौमासे सूखे
धूप ताप से बर गई धरती
अबके सूखे मर गई धरती
एक बाल ना एक कनूका
आग लगी परती की परती
भूखी आंखें मोटी मोटी
हाड़ से चिपकी सूखी बोटी
सूखी साखी उंगलियों में
सूखी चमड़ी सूखी रोटी
सूख गई है अमराई भी
सूख गई है अंगनाई भी
तीर सी लगती है छाती में
सूख गई है पुरवाई भी
गड्डे गिर्री डोरी सूखी
गगरी मटकी मोरी सूखी
पनघट पर क्या लेने जाए
इंतज़ार में गोरी सूखी
मावर लाली बिंदिया सूखी
धीरे धीरे निंदिया सूखी
आंचल में पलने वाली फिर
आशा चिंदिया चिंदिया सूखी
सूख चुके सब ज्वारों के तन
सूख चुके सब गायों के थन
काहे का घी कैसा मक्खन
सूख चुके सब हांडी बर्तन
फूलों के परखच्चे सूखे
पके नहीं फल कच्चे सूखे
जो बिरवान नहीं सूखे थे
सूखे अच्छे अच्छे सूखे
जातें, मेले, झांकी सूखी
दीवाली बैसाखी सूखी
चौथ मनी ना होली भीगी
चन्दन रोली राखी सूखी
बस कोयल की कूक न सूखी
घड़ी घड़ी की हूक न सूखी
सूखे चेहरे सूखे पंजर
लेकिन
पेट की भूक न
सूखी
ମରୁ ଡ଼ି
ବର୍ଷା ପରି ଆଖିରୁ ଝରିଯାଏ ଲୁହ ପ୍ରତିଦିନ,
ହାତରୁ ଲଙ୍ଗଳର କଣ୍ଟି ଯାଏ ଖସି।
ଆକାଶରେ ଶୁଖିଲା ଓ କୋପ ଜର୍ଜ୍ଜରିତ ବାଦଲ, ପ୍ରତିଦିନ।
ତୁମେ ମୁର୍ଖ! ତୁମେ ଏ ଭୂମିରେ କେମିତି ଚଷୁଛ?
ସମୁଦ୍ର ଶୁଖିଲା ଏଠି, ସବୁ ପୋଖରୀ ଶୁଖିଲା।
ଜମିସବୁ ପ୍ରାଣହୀନ, କଠିନ ଓ ଶୁଷ୍କ।
ଭିକାରୀଙ୍କୁ ଭିକ ଦେଲି ଓ ଭୋଗ ଦେଲି ଠାକୁରଙ୍କ ପାଖେ,
ତା’ ସତ୍ତ୍ୱେ ବର୍ଷା ଦିଶୁନାହିଁ ମୋତେ, ଏପରି କାହିଁକି?
ତାତିରେ ସିଝୁଛି ଧରିତ୍ରୀ, (ସୂର୍ଯ୍ୟ ସେଥିପାଇଁ ଦାୟୀ)
କେତେ ବା ସହିବ, ଏହା ତ
ମରୁଡ଼ିର ପରାଭବ।
ମକାର କେଣ୍ଡାଟିଏ ନାହିଁ, ଶସ୍ୟର ଦାନାଟିଏ ବି ନାହିଁ।
ଅଭିଶାପ ଦେବ କି ପତିତ
ଜମିକୁ, ସେ ଜମିର ଦୁଷ୍କୃତି ପାଇଁ।
ଡିମା ହେଇ ବାହାରି ଆସିଥିବା ଭୋକିଲା ଆଖି।
ଫୁଟି ଉଠିଥିବା ହାଡ଼ ଉପରର ଶୁଖିଲା ମାଂସ।
ଶୁଖା ଚମ, ଓଃ କି ଦାରୁଣ ମରୁଡ଼ି!
ଶୁଖିଲା ରୁଟି ଛିଣ୍ଡାଉଥିବା ଶୁଖିଲା ଆଙ୍ଗୁଠି।
ବଗିଚା ଶୁଖି ଯାଇଛି,
ଅଗଣା ବି ଯାଇଛି ଶୁଖି।
ଛାତିରେ ଯେମିତି ପଶି ଯାଇଛି ତୀର,
ପବନ ବି ଶୁଖିଲା ତାହାର।
ଶୁଖି ଯାଇଛି ମାଠିଆ ଓ ପାତ୍ର,
କାଠ ଖୁମ୍ବ, ପୁଲି ଓ ଦଉଡ଼ି,
କେଉଁଠାକୁ ବା ମୁଁ ଯିବି ଆଣିବାକୁ ପାଣି?
ନାରୀମାନେ ଅପେକ୍ଷାରେ ଚିର ଦିନ, ଆଶା ବି ଯାଇଛି ଶୁଖି।
ପ୍ରଥମେ ଗାଲର ଲାଲି, ତା’ ପରେ ମଥାର ବିନ୍ଦି,
ତା’ର ନିଦ ସେ ଧୀରେ ଧୀରେ ହଜେଇଛି, ମରୁଡ଼ିରେ,
ଓ ତା’ ପରେ ଆଶାର ଝଲକ ତା’ର କୋଳରେ ହସିଲା,
ସେ କିନ୍ତୁ ହରେଇଲା ତାକୁ, ବୁନ୍ଦା ବୁନ୍ଦା କରି।
ବଳଦଙ୍କ ଦେହ ଶୁଖିଗଲା।
ଶୁଖିଗଲା ଗାଈମାନଙ୍କର ପହ୍ନା।
ଘିଅ କାହିଁ? ଲହୁଣି କାହିଁ?
ଘରେ ଥିବା ପାତ୍ରଗୁଡ଼ିକ ଶୁଖିଲା।
ସମୟ ପୂର୍ବରୁ ଶୁଖିଗଲା ଫଳମୂଳ।
ଶୁଖିଗଲା ଫୁଲର ପାଖୁଡ଼ାଗୁଡ଼ିକ।
ଶୁଖିଗଲା ଏକଦା ସବୁଜିମା ଭରା ଗଛ ବୃକ୍ଷଲତା।
ଶୁଖିଗଲା ଦିନ, ଘଡ଼ି ଓ ମୁହୂର୍ତ୍ତର ଲିତା ଓ ବିଲିତା।
ପର୍ବ ପର୍ବାଣି, ମେଳା ମହୋତ୍ସବ ଓ ଶୋଭାଯାତ୍ରା,
ଦିବାଲି, ବୈଶାଖୀ, ଚତୁର୍ଥୀ ଓ ହୋଲି,
ଚନ୍ଦନ ତିଳକ ନାହିଁ, ନାହିଁ ମଥାର କୁଙ୍କୁମ,
ଏପରିକି ଏ ବର୍ଷର ରାକ୍ଷୀ ବି ହୋଇଗଲା ଶୁଷ୍କ।
କିନ୍ତୁ
କୋଇଲି
’ର କୁହୁତାନ ଏବେ ବି ବଞ୍ଚିଛି,
ହୃଦୟର ସ୍ପନ୍ଦନ ଓ ଦୁଃଖ ବଞ୍ଚି ରହିଅଛି।
ନିର୍ଜୀବ ମୁହଁ ଓ କଙ୍କାଳଗୁଡ଼ିକର ପଶ୍ଚାତରେ,
ଚୁଲିଗୁଡ଼ିକରେ ଭୋକର ନିଆଁ ଜଳୁଅଛି।
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ