ଢମ-ଢମ-ଢମ... ଢମ-ଢମ -ଢମ...! ଶାନ୍ତି ନଗର ବସ୍ତିରେ ତିଆରି ହୋଇ ଟିୟୁନ ଓ ଟୋନ ହେଉଥିବା ଢୋଲକଗୁଡ଼ିକର ମନମତାଣିଆ ଏହି ଶବ୍ଦ ଆପଣ ସେଠାକର ଯେଉଁ ଗଳି କି ଉପଗଳିରେ ଯିବେ ଆପଣଙ୍କୁ ଅନୁଧାବନ କରିବ। ୩୭-ବର୍ଷ ବୟସ୍କ ଇରଫାନ ଶେଖଙ୍କ ସହ ଆମେ ଚାଲୁଛୁ। ମୁମ୍ବାଇର ଉତ୍ତର ସବର୍ବରେ ଥିବା ପ୍ରବାସୀମାନଙ୍କ ଏହି ବସ୍ତିରେ ରହୁଥିବା ଅନ୍ୟ କାରିଗରମାନଙ୍କ ସହ ସେ ଆମକୁ ପରିଚୟ କରାଇ ଦେବେ।

ଏଠାକାର ରହୁଥିବା ପ୍ରାୟ ସବୁ କାରିଗର ସେମାନଙ୍କ ପୂର୍ବପୁରୁଷମାନଙ୍କ ମୂଳ ଉତ୍ତର ପ୍ରଦେଶର ବାରବାଙ୍କିଠାରେ ବୋଲି ଜାଣନ୍ତି। ସେମାନଙ୍କ ଭିତରୁ ପ୍ରାୟ ୫୦ ଜଣ ଏହି ବ୍ୟବସାୟ କରନ୍ତି। “ଆପଣ ଯେଉଁଆଡେ ଚାହିଁବେ ଆମ ବିରାଦରୀର [ଗୋଷ୍ଠୀର] ଲୋକ ଏହି ବାଦ୍ୟଯନ୍ତ୍ର ତିଆରି କରୁଥିବାର ଦେଖିବେ”, ସେ ସଗର୍ବରେ କହନ୍ତି, ଯାହାର ଘୋଷିତ ମର୍ମ ହେଉଛି କି ଏଠାରେ ହିଁ ଢୋଲକସବୁ ପ୍ରସ୍ତୁତ ହୋଇ ସାରା ମୁମ୍ବାଇ ଓ ରାଜ୍ୟର ଅନ୍ୟ ଭାଗକୁ ଯାଏ। (ବିରାଦରୀର ଆକ୍ଷରିକ ଅର୍ଥ ଭାତୃଭାବ ହୋଇଥିଲେ ବି ଅଧିକାଂଶତଃ ଏହାକୁ ବଂଶ, ଗୋଷ୍ଠୀ ଓ ଭାତୃତ୍ଵ ଭାବେ ବ୍ୟବହାର କରାଯାଏ।)

ଢୋଲକ ଇଂଜିନିୟର୍ସ ଭିଡ଼ିଓ ଦେଖନ୍ତୁ

ଇରଫାନ ପିଲା ଦିନରୁ ହିଁ ଏହି ବ୍ୟବସାୟରେ ଜଡ଼ିତ। ଏହି ମଧ୍ୟମ ଆକାରର ଦୁଇ-ମୁଣ୍ଡିଆ ବାଜା ତିଆର କାରୁକଳା ପୁରୁଷ ପୁରୁଷ ଧରି ଚଳି ଆସୁଛି। ଏହାର ପ୍ରସ୍ତୁତି ପ୍ରଣାଳୀ ଅତି ସୂକ୍ଷ୍ମ। ଇରଫାନ ଓ ତାଙ୍କ ଗୋଷ୍ଠୀର ଲୋକମାନେ ଉତ୍ତର ପ୍ରଦେଶରୁ ସବୁ ସାଜସରଞ୍ଜାମ ବାଛିବୁଛି ଆଣନ୍ତି, କାଠ ଛାଞ୍ଚଠାରୁ ଦଉଡ଼ି ଓ ରଙ୍ଗ ପର୍ଯ୍ୟନ୍ତ ସବୁକିଛି। “ଆମେ ଏହାକୁ ନିଜେ ତିଆରି କରୁ, ଆମେ ବି ମରାମତି କରୁ... ଆମେ ହେଉଛୁ ଇଞ୍ଜିନିୟର”, ସେ ସଗର୍ବରେ କହନ୍ତି।

ଇରଫାନ ସବୁବେଳେ କିଛି ନୂଆ କଥା କରନ୍ତି। ଗୋଆରେ ଜଣେ ଆଫ୍ରିକୀୟ ଲୋକ ବଜାଉଥିବାର ଦେଖି ‘ଜେମ୍ବେ’ ଭଳି ବାଦ୍ୟଯନ୍ତ୍ରକୁ ପ୍ରସ୍ତୁତ କରି ସେ ତାଙ୍କ ଉତ୍ପାଦନରେ ସାମିଲ କରିଛନ୍ତି। “କି ମହାନ ବାଦ୍ୟଯନ୍ତ୍ର! ଏଠାରେ ଲୋକମାନେ ତାହାକୁ ଦେଖି ନଥିଲେ”, ସେ ମନେପକାନ୍ତି।

ନୂଆ କିଛି କରିବାର ମନୋବୃତ୍ତି ଓ କାରିଗରୀ ବିଦ୍ୟା କଥା ଛାଡ଼, ସେ ଭାବନ୍ତି ଯେ ଏହି ବ୍ୟବସାୟରେ ତାଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା ମିଳିନାହିଁ। ଯେତିକି ଲାଭ ମିଳିବା କଥା ତା’ ବି ମିଳିନାହିଁ। ଆଜି ମୁମ୍ବାଇରେ ଢୋଲକ ପ୍ରସ୍ତୁତକାରୀମାନେ ଶସ୍ତା ଅନଲାଇନ ବିକ୍ରିର ପ୍ରତିଯୋଗିତାକୁ ସାମନା କରୁଛନ୍ତି। ସେମିତି ବି ଗ୍ରାହକମାନେ ଅନଲାଇନରେ ଶସ୍ତା ବିକଳ୍ପ ପାଇଯିବେ ବୋଲି ଅଧିକ ଭାବେ ଦର କଷାକଷି କରୁଛନ୍ତି।

“ଯେଉଁମାନେ ଢୋଲକ ବଜାନ୍ତି, ସେମାନଙ୍କର ପରମ୍ପରା ଅଛି। କିନ୍ତୁ ଆମ ସମ୍ପ୍ରଦାୟରେ ଆମେ ବଜାଉ ନାହିଁ, କେବଳ ବିକୁ”, କହନ୍ତି ଇରଫାନ। ଧାର୍ମିକ ପାବନ୍ଧି ଯୋଗୁଁ ଏହି କାରିଗର ଗୋଷ୍ଠୀ ସେମାନେ ତିଆରି କରୁଥିବା ବାଦ୍ୟଯନ୍ତ୍ରକୁ ବଜାନ୍ତି ନାହିଁ। ତେବେ ସେମାନେ ତିଆରି କରୁଥିବା ଢୋଲକଗୁଡ଼ିକୁ ଗ୍ରାହକମାନେ ଗଣେଶ ଓ ଦୁର୍ଗା ପୂଜା ଉତ୍ସବ ବେଳେ ବଜାନ୍ତି।

PHOTO • Aayna
PHOTO • Aayna

ଇରଫାନ ଶେଖ (ବାମରେ) ଓ ତାଙ୍କ ବସ୍ତିର ଲୋକମାନେ, ଯେଉଁମାନେ ଉତ୍ତର ପ୍ରଦେଶରୁ ସ୍ଥାନାନ୍ତରୀ ହୋଇ ଆସିଛନ୍ତି, ଏବକୁ  ସେମାନେ ପି ଢ଼ି ପି ଢ଼ି ଧରି ଢୋଲକ ତିଆରି କରୁଛନ୍ତି । ଇରଫାନ ତାଙ୍କ ବ୍ୟବସାୟରେ ନୂଆ କଳାକୌଶଳ ମିଶାଇ ନିଜସ୍ଵ ‘ଜେମ୍ବେ’ ପ୍ରସ୍ତୁତ କରିଛନ୍ତି

PHOTO • Aayna
PHOTO • Aayna

ଇରଫାନ ପିଲାବେଳୁ ଜଡ଼ିତ ଥିବା ଢୋଲକ ପ୍ରସ୍ତୁତି ଓ ବିକ୍ରି କରିବାକୁ ଭଲ ପାଆନ୍ତି । କିନ୍ତୁ  ବ୍ୟବସାୟରେ ଲାଭ ହେଉ ନଥିବା ତାଙ୍କ ଦୁଃଖ ଓ ଚିନ୍ତାର କାରଣ ପାଲଟିଛି

ବସ୍ତିରେ ଏଭଳି ସ୍ତ୍ରୀଲୋକମାନେ ଅଛନ୍ତି ଯେଉଁମାନେ ଢୋଲକ ବଜେଇବା ସହ ଗୀତ ବୋଲିବାକୁ ଭଲ ପାଆନ୍ତି। କିନ୍ତୁ ସେମାନଙ୍କ ଭିତରୁ କେହି ହେଲେ ବି ଧାର୍ମିକ ବ୍ୟବସ୍ଥା ଯୋଗୁଁ ବ୍ୟବସାୟିକ ଭାବେ ଢୋଲକ ବଜାନ୍ତି ନାହିଁ।

“ଏହି କାମ ଭାରି ଭଲ, କିନ୍ତୁ ବ୍ୟବସାୟ ହେଉ ନଥିବାରୁ ଆଗ୍ରହ ମରିଯାଉଛି। କୌଣସି ଲାଭ ମିଳୁନାହିଁ। ଆଜିକା ଦିନରେ କିଛି ବି ନାହିଁ। ଗତକାଲି ମୁଁ ରାସ୍ତାରେ ଥିଲି। ଆଜି ବି ମୁଁ ରାସ୍ତାରେ ରହୁଛି”, କହନ୍ତି ଇରଫାନ।

ଅନୁବାଦ: ଓଡ଼ିଶାଲାଇଭ୍‍

Aayna

ଆୟନା ହେଉଛନ୍ତି ଜଣେ କାହାଣୀକାର ଓ ଫଟୋଗ୍ରାଫର।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Aayna
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE