କୋହ୍ଲାପୁର ଏକ ପ୍ରଗତିଶୀଳ (ପୁରୋଗାମୀ) ନଗରୀ ରୂପରେ ପରିଚିତ । ଏହା ଅନେକ ମହାନ ବ୍ୟକ୍ତିତ୍ୱଙ୍କ ଉତ୍ତରାଧିକାର ବହନ କରେ- ଯେମିତି କି ଶାହୁ, ଫୁଲେ ଏବଂ ଆମ୍ବେଦକର । ଏବେ ବି ପ୍ରଗତିଶୀଳ ଚିନ୍ତାଧାରାର ଏହି ଐତିହ୍ୟର ସଂରକ୍ଷଣ ଦିଗରେ ପ୍ରୟାସରତ ଲୋକେ ସାଂସ୍କୃତିକ ବିବିଧତା ମଧ୍ୟରେ ବନ୍ଧୁତା ଓ ସମ୍ମାନ ମନୋଭାବ ପୋଷଣ କରିଥାଆନ୍ତି ।

ହେଲେ, ସାଂପ୍ରତିକ ସମୟରେ, ଏଭଳି ଏକ ସମନ୍ୱିତ ସଂପ୍ରଦାୟରେ ବିଭେଦ ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଛି । କୌଣସି ଚିନ୍ତାଧାରା ସହିତ ଚିନ୍ତାଧାରାର ସଂଘର୍ଷ ଘଟିବା ଉଚିତ । ଶରଫୁଦ୍ଦିନ ଦେଶାଇ ଏବଂ ସୁନୀଲ ମାଲିଙ୍କ ଭଳି ବ୍ୟକ୍ତିମାନେ ସମାଜରେ ଐକ୍ୟଭାବ ବଜାୟ ରଖିବା ଦିଗରେ ଉଦ୍ୟମ କରିଆସୁଛନ୍ତି ।

ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ତାରଡାଲ ଗାଁର ବାସିନ୍ଦା ଶରଫୁଦ୍ଦିନ ଦେଶାଇ ଏବଂ ସୁନୀଲ ମାଲି । ଶରଫୁଦ୍ଦିନ ଜଣେ ହିନ୍ଦୁ ଗୁରୁଙ୍କ ଦିଗ୍‌ଦର୍ଶନରେ ଆଗକୁ ବଢୁଥିବା ବେଳେ ସୁନୀଲ ମାଲି ନିଜକୁ ଜଣେ ମୁସଲମାନ ଗୁରୁଙ୍କ ସହିତ ଯୋଡ଼ି ନେଇଛନ୍ତି ।

ଚଳଚିତ୍ର ଦେଖନ୍ତୁ : ଭ୍ରାତୃ ତ୍ୱ

ଅନୁବାଦ: ଓଡ଼ିଶାଲାଇଭ୍‍

Jaysing Chavan

ଜୟସିଂ ଚଭନ କୋହ୍ଲାପୁରର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ମାତା ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jaysing Chavan
Text Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE