ପ୍ରାୟ ମଧ୍ୟାହ୍ନ ସମୟ ଏବଂ ନୃତ୍ୟଶିଳ୍ପୀ ଗୋଲାପୀ ଗୋୟାରୀ ପ୍ରସ୍ତୁତ ହୋଇ ଘରେ ଅପେକ୍ଷା କରିଛନ୍ତି। ସେ ପିନ୍ଧିଥିବା ହଳଦିଆ ରଙ୍ଗର ପଟିଥିବା ଦୋଖୋନାକୁ ସଜାଡୁଛନ୍ତି, ସେତିକିବେଳେ ଆଠ ଜଣ ସ୍କୁଲ ଯାଉଥିବା ଝିଅ ପହଞ୍ଚିଲେ। ସମସ୍ତେ ଏକାଭଳି ଆସାମର ବୋଡୋ ସମ୍ପ୍ରଦାୟର ପାରମ୍ପରିକ ପୋଷାକ ଦୋଖୋନା ଓ ଲାଲ ଓଢଣୀ ପିନ୍ଧିଛନ୍ତି।
ବୋଡୋ ଏବଂ ବକ୍ସା ଜିଲ୍ଲାର ଗୋଲଗାଓଁ ଗାଁର ବାସିନ୍ଦା ଗୋଲାପୀ କୁହନ୍ତି, “ମୁଁ ଏହି ଛୋଟ ଝିଅମାନଙ୍କୁ ଆମର ବୋଡୋ ନୃତ୍ୟ ଶିଖାଏ।”
ବକ୍ସା ସହିତ କୋକ୍ରଝର, ଉଦଲଗୁରୀ ଏବଂ ଚିରଙ୍ଗ ଜିଲ୍ଲା ମିଶି ବୋଡୋଲାଣ୍ଡ ହୋଇଛି - ଆନୁଷ୍ଠାନିକ ଭାବରେ ବୋଡୋଲାଣ୍ଡ ଟେରିଟୋରିଆଲ୍ ଅଞ୍ଚଳ (BTR) । ଏହି ସ୍ଵୟଂଶାସିତ ଅଞ୍ଚଳରେ ମୁଖ୍ୟତଃ ବୋଡୋ ଲୋକମାନେ ବସବାସ କରନ୍ତି, ଯେଉଁମାନେ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଥିବା ଆସାମରେ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ। ବୋଡୋଲାଣ୍ଡ ଟେରିଟୋରିଆଲ୍ ଅଞ୍ଚଳ (BTR) ଭୁଟାନ ଏବଂ ଅରୁଣାଚଳ ପ୍ରଦେଶର ପାଦଦେଶରେ ଥିବା ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ।
ତିରିଶ ବର୍ଷ ଟପିଥିବା ଗୋଲାପୀ କୁହନ୍ତି, “ସ୍ଥାନୀୟ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ନୃତ୍ୟ ପରିବେଷଣ କରନ୍ତି ।” ପରୀର ପ୍ରତିଷ୍ଠାତା ସଂପାଦକ, ସାମ୍ବାଦିକ ପି. ସାଇନାଥ, ଯିଏ ନଭେମ୍ବର ୨୦୨୨ରେ ଉପେନ୍ଦ୍ର ନାଥ ବ୍ରହ୍ମା ଟ୍ରଷ୍ଟ (ୟୁଏନବିଟି) ଦ୍ୱାରା ୧୯ ତମ ସଂଯୁକ୍ତ ରାଷ୍ଟ୍ର ବ୍ରହ୍ମା ସୈନିକ ମାନବତା ପୁରସ୍କାର ପାଇଛନ୍ତି, ତାଙ୍କ ସମ୍ମାନରେ ନିଜ ଘରେ ନୃତ୍ୟ ସଙ୍ଗୀତ ପରିବେଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଗୋଲାପୀ ।


