ସୁନା ରଙ୍ଗରେ ପରିଣତ ହେବା ପୂର୍ବରୁ ସବୁଜ ଧାନ କ୍ଷେତ ପାଖେ ଠିଆ ହେଇ ନରେନ ହଜାରିକା ତା’ ହୃଦୟ ଖୋଲି ଗୀତ ଗାଏ। ଏହି ସତୁରୀ ବର୍ଷୀୟ ନରେନ ସହ ୮୨-ବର୍ଷୀୟ ଜିତେନ ହଜାରିକା ଢୋଲରେ ଓ ୬୦-ବର୍ଷୀୟ ରବିନ ହଜାରିକା ତାଳରେ ସହଯୋଗ କରନ୍ତି। ସେମାନେ ତିନିଜଣଯାକ ତିତାବର ସବଡିଭିଜନ ଅନ୍ତର୍ଗତ ବାଲିଯାନ ଗ୍ରାମର ନାମ ମାତ୍ର ଚାଷୀ। ଯୁବ ବୟସରେ ସେମାନେ ସମସ୍ତେ ଏକଦା ନିପୁଣ ବିହୁଆ (ବିହୁ କଳାକାର) ଥିଲେ।
“ତୁମେ କଥା କହିବା ଜାରି ରଖି ପାର, କିନ୍ତୁ ରଙ୍ଗୋଲି (ବସନ୍ତ ଊତ୍ସବ) ବିହୁ କଥା ସର୍ବାର ନୁହେଁ । ’’
ଅମଳ ସମୟ ଆସିଲା ବେଳକୁ (ନଭେମ୍ବର-ଡିସେମ୍ବର) ଓ ଧାନ ଫସଲ ସୁନା ରଙ୍ଗ ହେଲା ବେଳକୁ ସ୍ଥାନୀୟ ଶସ୍ୟ ଭଣ୍ଡାରରେ ପୁନର୍ବାର ବୋରା, ଜୋହା ଓ ଆଇଜୁଙ୍ଗ ପରି ସ୍ଥାନୀୟ ଚାଉଳ ଭରି ହୋଇଯାଏ। ଫସଲ ଅମଳ ଚୁଟିଆ ସମ୍ପ୍ରଦାୟ ମଧ୍ୟରେ ଯେଉଁ ଅପାର ପରିପୂର୍ଣ୍ଣତା ଆଣେ ତାହା ବିହୁ ନାମ (ଗୀତ) ମଧ୍ୟରେ ଅନୁରଣିତ ହୁଏ, ଯାହା ଆସାମର ଜୋରହାଟ ଜିଲ୍ଲାରେ ପିଢ଼ି ପରେ ପିଢ଼ି ଗଡ଼ି ଚାଲିଛି। ଉପର ଆସାମରେ ରହୁଥିବା ଚୁଟିଆମାନେ ମୁଖ୍ୟତଃ କୃଷିଜୀବୀ ଆଦିବାସୀ ସମ୍ପ୍ରଦାୟ।
ଆସମୀୟ ଶବ୍ଦ ଥୁକ ଅର୍ଥ ଗୁଆ, ନଡିଆ ଓ ଖଜୁରୀର ଗୋଚ୍ଛା ଯାହା ପ୍ରାଚୁର୍ଯ୍ୟକୁ ବୁଝାଏ। ‘ମୋରୋମର ଥୁକ’ ଗୀତରେ ‘ମୋରୋମ’ ଅର୍ଥ ପ୍ରେମ – ପ୍ରେମର ପରିପ୍ରକାଶ। ଏହି କୃଷିଜୀବୀ ସମ୍ପ୍ରଦାୟ ପାଇଁ ପ୍ରେମର ମହତ୍ତ୍ୱ ସର୍ବାଧିକ ଓ ସଂଗୀତକାରମାନଙ୍କ ସ୍ଵର ତାହାକୁ ଧରଣୀରୁ ଊର୍ଦ୍ଧ୍ଵଗାମୀ କରେ।
“ କ୍ଷମା କରିଦେବେ ମୋତେ ଯଦି କିଛି ଭୁଲ ହେବ ମୋ ଗାୟନ ବେଳେ”
ସେମାନେ ଚାହାନ୍ତି ଯୁବ ପିଢ଼ି ମଧ୍ୟ ଏହି ସଂଗୀତିକ ପରମ୍ପରାକୁ ଗ୍ରହଣ କରୁ ଓ ଏହା ମାରି ନଯାଉ।
“ଓ ଜୁନମୋନିଆ,
ସୂର୍ଯ୍ୟ
ତା’ର ଗତି ପଥରେ ଯାତ୍ରା ପାଇଁ ପ୍ରସ୍ତୁତ..
.”
ଅନୁବାଦ : ଓଡ଼ିଶାଲାଇଭ୍