ମୁମ୍ବାଇ: କୃଷକମାନଙ୍କୁ ଦିଆଯାଉଥିବା ଋଣ ଯୋଗୁଁ କୃଷିଋଣ ଉଦ୍ୟୋଗର ଅଭିବୃଦ୍ଧି ହେଉ ନାହିଁ,  ଅର୍ଥନୀତିଜ୍ଞ ଆର ରାମକୁମାର ଏବଂ ପଲ୍ଲବୀ ଚୌହାନ୍‌ଙ୍କ ଏକ ଅଧ୍ୟୟନରୁ ଜଣାପଡିଛି। ବରଂ, ଏହି ଦଶନ୍ଧିରେ କୃଷି ଋଣର ପ୍ରକୃତ ହିତାଧିକାରୀ ହେଉଛନ୍ତି କୃଷି ସହ ଜଡ଼ିତ କୃଷି-ବ୍ୟବସାୟୀ ଏବଂ କର୍ପୋରେଟ୍‌ଗୁଡ଼ିକ। ଏହାର କାରଣ ହେଉଛି, କୃଷି ଋଣର ସଂଜ୍ଞା ବିସ୍ତାର କରି ଏମାନଙ୍କୁ ମଧ୍ୟ ହିତାଧିକାରୀ ଭାବରେ ସାମିଲ୍ କରାଯାଇଛି।

ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସର ଅର୍ଥନୀତିଜ୍ଞ ରାମକୁମାର କୁହନ୍ତି, "ଏହି ସଂଜ୍ଞା ଅନୁଯାୟୀ ବର୍ତ୍ତମାନ କର୍ପୋରେଟ୍ ଏବଂ କୃଷି ବ୍ୟବସାୟ ପ୍ରତିଷ୍ଠାନ ତଥା ସହରରେ ଉପଲବ୍ଧ ସଂରକ୍ଷଣ ଉପକରଣଗୁଡ଼ିକ ମଧ୍ୟ ଋଣ ପାଇବା ପାଇଁ ଯୋଗ୍ୟ। ବାଣିଜ୍ୟିକ ଏବଂ ରପ୍ତାନି ଭିତ୍ତିକ କୃଷି ପାଇଁ ଋଣର ବ୍ୟବସ୍ଥା ମଧ୍ୟ ରହିଛି। "

ଅଧ୍ୟୟନରେ କୁହାଯାଇଛି ଯେ ପରୋକ୍ଷ ଋଣ ବଢ଼ିଥିବା ଯୋଗୁଁ କୃଷି ଋଣର ଅଭିବୃଦ୍ଧି ହୋଇଛି। ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଋଣ  ଦିଆଯାଉଥିବାବେଳେ ପରୋକ୍ଷ ଋଣ କୃଷି ଉତ୍ପାଦନ ସହ ପରୋକ୍ଷ ଭାବରେ ଜଡିତ ଅନୁଷ୍ଠାନମାନଙ୍କୁ ଦିଆଯାଏ |

ଉଲ୍ଲେଖନୀୟ ବିଷୟ ହେଉଛି, ଦେଶରେ କ୍ଷୁଦ୍ର ଚାଷୀମାନଙ୍କୁ ଦିଆଯାଉଥିବା ଋଣର ଅଂଶ ନାଟକୀୟ ଭାବେ ହ୍ରାସ ପାଇଛି। ଏହା ବଦଳରେ ୧ କୋଟିରୁ ଅଧିକ ଟଙ୍କାର ଋଣ, କୃଷିଋଣ ପୁନରୁତ୍ଥାନକୁ ଆଗେଇ ନେଉଛି |

ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କରୁ କ୍ଷୁଦ୍ର ଚାଷୀମାନଙ୍କୁ ୨୫୦୦୦ ଟଙ୍କାରୁ କମ୍ ପରିମାଣର ପ୍ରତ୍ୟକ୍ଷ କୃଷି ଋଣର ଅଂଶ ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ପାଇଛି - ୨୦୦୫ରେ ଏହା ପ୍ରାୟ ୨୩% ଥିଲା ଏବଂ ୨୦୧୩ ରେ ମାତ୍ର ୪.୩% ରହିଛି। ଅନ୍ୟପକ୍ଷରେ, ୧ କୋଟିରୁ ଅଧିକ ପରିମାଣର ପ୍ରତ୍ୟକ୍ଷ କୃଷି ଋଣର ଅଂଶ ୨୦୦୫ ରେ ୭.୫% ରୁ ୨୦୧୩ ରେ ୧୦% କୁ ବୃଦ୍ଧି ପାଇଛି |

"୧୯୯୦ ଦଶକ ଗ୍ରାମୀଣ ବ୍ୟାଙ୍କିଂ ପାଇଁ ଯେମିତି ହଜିଯାଇଥିଲା। ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ବାଣିଜ୍ୟିକ ବ୍ୟାଙ୍କ ବନ୍ଦ ହୋଇଗଲା," ରାମକୁମାର କୁହନ୍ତି। ୨୦୦୦ ମସିହାରୁ କୃଷି ଋଣରେ ଅଭିବୃଦ୍ଧି ଘଟିଛି, କିନ୍ତୁ ଏହି ଅଭିବୃଦ୍ଧିର ପ୍ରମୁଖ ଅଂଶ ଭ୍ରମାତ୍ମକ। କୃଷି ସହ ଜଡିତ କର୍ପୋରେଟ୍ ଏବଂ କୃଷି-ବ୍ୟବସାୟ ପ୍ରତିଷ୍ଠାନକୁ ପାଣ୍ଠି ଯୋଗାଣ, ସହରାଞ୍ଚଳ ଏବଂ ମହାନଗର ଶାଖାରୁ ଅଧିକ ପରିମାଣର ଋଣର ଚାହିଦା ସୃଷ୍ଟି ହୋଇଥିବା ସେ କହିଛନ୍ତି।

ରିପୋର୍ଟ ୧୧ : ଏହି ଖବରର ମୂଳ ସଂସ୍କରଣ ୧୨ ଏପ୍ରିଲ ୨୦୧୫ରେ ଦ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିଲା।

ଏହି ଶୃଙ୍ଖଳାରେ ଅଧିକ :

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରିପୋର୍ଟ ୨ : ମହାରାଷ୍ଟ୍ରରେ ମରୁଡ଼ି ଦ୍ୱାରା ୯୦ ଲକ୍ଷ କୃଷକ ପ୍ରଭାବିତ

ରିପୋର୍ଟ ୩ : ମରୁଡ଼ି ଯୋଗୁଁ ଖରିଫ ଫସଲ ପ୍ରଭାବିତ ଡାଲି ଫସଲରେ ବ୍ୟାପକ କ୍ଷତି

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି

ରିପୋର୍ଟ ୫ : କୃଷି କଷ୍ଟ : ଯେଉଁଠି ଗୋଟିଏ ପାତ୍ର ଭରିବା ଲାଗି ଗ୍ରାମବାସୀଙ୍କୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ

ରିପୋର୍ଟ ୬ : ମରୁଡ଼ି ଜନିତ ସ୍ଥାନାନ୍ତର ଯୋଗୁଁ ବୟସ୍କ ପାଲଟୁଛନ୍ତି କୃଷି ଶ୍ରମିକ

ରିପୋର୍ଟ ୭ : ମରୁଡ଼ି ପୀଡ଼ିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ଚାଷ

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପୀଡ଼ିତ ଚାଷୀ ସହାୟତାରୁ ବଞ୍ଚିତ।

ରିପୋର୍ଟ ୯ : ଚାଷୀ ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଉଲ୍ଲେଖ କଲେ ବିରୋଧୀ

ରିପୋର୍ଟ ୧୦ : ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୨: ମହାରାଷ୍ଟ୍ରର 70ହଜାର କ୍ଷୁଦ୍ର ଡ୍ୟାମର ମାତ୍ର 12 ପ୍ରତିଶତ ଜଳ ବ୍ୟବହାର ହୋଇପାରୁଛି

ରିପୋର୍ଟ ୧୩ : ଅଦିନିଆ ବର୍ଷା: ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE