ରତ୍ନା ବିଶ୍ୱାସଙ୍କର ମାସରେ ୧୫ ଦିନ ଏକ କାମ ଅଛି। ସେ କୁହନ୍ତି, ‘‘ମତେ ୨୦ଟି କୋଠରୀ ଏବଂ ଚାରୋଟି ଗାଧୁଆ ଘର ସଫା କରିବାକୁ ହୁଏ।’’ ସେ ତାଙ୍କ ଗାଁ, ପଶ୍ଚିମବଙ୍ଗର ତେମାରପୁରର ସରକାରୀ ପ୍ରାଇମେରୀ ସ୍କୁଲ୍ରେ କାମ କରନ୍ତି। ରତ୍ନା ଜାଣନ୍ତି ନାହିଁ ସେ ସ୍କୁଲ୍ର ଜଣେ କର୍ମଚାରୀ ନା ଜଣେ ଅନୌପଚାରିକ କର୍ମଚାରୀ। ସେଠାରୁ ସେ ମାସିକ ୨୫୦୦ ଟଙ୍କା ପାଉଣା ପାଆନ୍ତି। ମାସର ଅନ୍ୟ ୧୫ ଦିନ ପାଇଁ ଅନ୍ୟ ଜଣେ ସଫେଇ କର୍ମଚାରୀ ସମାନ କାମ କରନ୍ତି।
୩୫ ମର୍ଷ ବୟସ୍କା ରତ୍ନା ଜାଣନ୍ତି ନାହିଁ, ଏହି ହାଫ୍-ଟାଇମ୍ ଦରମା ମଧ୍ୟ ସେ ପାଇବେ କି ନାହିଁ । ସେ କୁହନ୍ତି, ‘‘ଏବେ ବର୍ଷେ ହେଲାଣି ସ୍କୁଲ୍ ମତେ ଦରମା ଦେଇନି। ପଞ୍ଚାୟତ କହୁଛି ସେମାନେ ଆମ ପାଇଁ ପାଣ୍ଠି ପାଇ ନାହାଁନ୍ତି ଏବଂ ସେମାନେ ଆମକୁ ଅର୍ଥ ଦେଇପାରିବେ ନାହିଁ। ’’
୨୦୧୮ ମସିହା ନଭେମ୍ବର ମାସରେ ରତ୍ନା ଅନ୍ୟ ସରକାରୀ ସ୍କୁଲ୍ କର୍ମଚାରୀମାନଙ୍କ ସହ ଉଦାହରଣ ସୃଷ୍ଟିକାରୀ କିଷାନ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ। ସେମାନେ ସମସ୍ତେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର କରାଣ୍ଡିଘି ବ୍ଲକ୍ର ବିଭିନ୍ନ ଗ୍ରାମରୁ ଆସିଥିଲେ।







