ସେ ଦେଖିବା କ୍ଷଣି ସୁନାକୁ ଚିହ୍ନି ନିଅନ୍ତି। ରଫିକ୍ ପାପାଭାଇ ସେଖ୍ କହନ୍ତି, ‘‘ ମୋ ହାତରେ ରଖିଲେ ମୁଁ ଗୋଟିଏ ଗହଣାର କ୍ୟାରେଟ୍ ବାବଦରେ କହିପାରିବି। ମୁଁ ଜଣେ ଜୋହରି(ତାଙ୍କ କ୍ଷେତ୍ରେରେ ବଣିଆ, ଜଣେ ଗହଣା ନିର୍ମାତା)। ’’ ପୁନେ-ସତାରା ଜାତୀୟ ରାଜପଥର ପାଡଭି ଗାଁ ନିକଟରେ ସେ ଆମ ସହ କଥା ହେଉଛନ୍ତି, ଯେଉଁଠାରେ ପୁଣି ଥରେ ସୁନା ଦ୍ୱାରା ପ୍ରଭାବିତ ହୋଇଥାଇପାରନ୍ତି। ଏଥର ଗୋଟିଏ ରେସ୍ତୋରାଁରେ ଯାହା ଖୋଲିବାକୁ ଅଛି।
ଆମେ ପୁନେ ଜିଲ୍ଲାର ସୀମାବର୍ତ୍ତୀ ଦୌଣ୍ଡ ତହସିଲ ଦେଇ ଯାଉଥିଲୁ, ଯେତେବେଳେ ଆମେ ଏହାକୁ ଅତିକ୍ରମ କଲୁ। ଧଳା ରଙ୍ଗର ଗୋଟିଏ କୁଡ଼ିଆ ଭଳି ଆକାର : ଉପରେ ଝଟକୁଥିବା ସବୁଜ ଓ ଲାଲ୍ରଙ୍ଗରେ ‘ହୋଟେଲ୍ ସେଲ୍ଫି’ ଲେଖାଥିଲା। ଆମେ ବୁଲିଲୁ ଏବଂ ଖୁବ୍ ଦ୍ରୁତ ଗତିରେ ପଛକୁ ଫେରିଲୁ। ଆମକୁ ଏହାକୁ ଦେଖିବାକୁ ଥିଲା।
ରଫିକ୍ କହନ୍ତି, ‘‘ପ୍ରକୃତରେ ମୁଁ ମୋ ପୁଅ ପାଇଁ ରେସ୍ତୋରାଁ ଖୋଲିଥିଲି। ମୁଁ ଜଣେ ଜୋହରି, କିନ୍ତୁ ତା ପାଇଁ ମୁଁ ଭାବିଲି ଏହି ବ୍ୟବସାୟକୁ କାହିଁକି ପଶିବା ନାହିଁ। ଏହି ଜାତୀୟ ରାଜପଥରେ ବେଶ୍ ୟାତାୟାତ ରହୁଛି ଏବଂ ଲୋକେ ଚା’ ଓ ଖାଦ୍ୟ ପାଇଁ ରହୁଛନ୍ତି। ’’ ଏମିତି ଅନ୍ୟ ଆକାରର ଘର ଭଳି ତାଙ୍କର ଘରଟି ଜାତୀୟ ରାଜପଥର ବିଲକୁଲ୍ କଡ଼ରେ ନାହିଁ, କିନ୍ତୁ ତା ସାମ୍ନାରେ ବେଶ୍ କିଛି ଜାଗା ଛଡ଼ାଯାଇଛି। ଯାହା ଫଳରେ ଲୋକେ ସେମାନଙ୍କ ଗାଡ଼ି ସହ ରହିପାରିବେ, ଯେମିତି ଆମେ କଲୁ।



