ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି, ଏବଂ ଦିନ ତମାମ ଘରେ, କ୍ଷେତରେ କାମ କରନ୍ତି। ପରିବାରରେ ଥିବା ଛୋଟ ପିଲା ଓ ପୁରୁଷ ଏବଂ ଗୃହପାଳିତ ପଶୁଙ୍କ କଥା ବୁଝନ୍ତି। ଆଉ ସେମାନେ ଉଚ୍ଚ ହିମାଳୟର ଉଠାଣି ଗଡ଼ାଣି ଓ ସରୁ ପାଦଚଲା ରାସ୍ତାରେ ପିଠିରେ ବିଭିନ୍ନ ଜିନିଷ ଓ ପଶୁଖାଦ୍ୟ ନେଇ ଯାଆସ କରନ୍ତି। ହିମାଚଳ ପ୍ରଦେଶର ପାହାରି ମହିଳାଙ୍କୁ ଭେଟନ୍ତୁ।
ଦୀପାବଳିର ଦୁଇ ଦିନ ପୂର୍ବରୁ ସୁଭଦ୍ରା ଠାକୁର (ଫଟୋରେ ଡାହାଣ ପଟେ ତଳେ ଅଛନ୍ତି) ତାଙ୍କ ରୋଷେଇ ଘରକୁ ରଙ୍ଗ ଦେଉଛନ୍ତି। ହାତରେ ରବର ଗ୍ଲୋଭ୍ ଲଗାଇ କାନ୍ଥଗୁଡ଼ିକରେ ନୀଳ ଏବଂ ସ୍ଲାପ୍ ଉପରେ ଧଳା ରଙ୍ଗ ମାରୁଛନ୍ତି। ଘର ଏକଦମ୍ ସ୍ୱଛ, ରୋଷେଇ ସରିଯାଇଛି। ସକାଳ ୧୧ଟା ୩୦ରେ ଛୋଟ ବିରତିରେ ସେ ବାହାରକୁ ବାହାରିଛନ୍ତି; ତାଙ୍କ ଘରକୁ ଆସିଥିବା ନାତି ନାତୁଣୀମାନେ ଖରାରେ ଖେଳୁଛନ୍ତି। ହସହସ ମୁହଁରେ ସେ ତାଙ୍କ ଉପରେ ନଜର ରଖିଛନ୍ତି। ଖରାଦିନେ ସେ କ୍ଷେତରେ ପୂରା ଦିନ ସମୟ ଦେବେ। କିନ୍ତୁ ଶୀତ ଦିନ ଆସୁଛି, ଏବଂ ଏହା ସହିତ ସାମାନ୍ୟ ବିଶ୍ରାମ ....











