‘‘ଏହା ଠିକ୍ ଅମଳ ଋତୁ ଥିଲା । ଜିଲ୍ଲାପାଳ ଆମ ସବୁ ଗାଁର ପ୍ରତିନିଧିମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଲେ ଏବଂ ଗୋଟିଏ ୩ ମାସିଆ ଚରମ ନିର୍ଦ୍ଦେଶ ଦେଲେ । ଡିସେମ୍ବର ପୂର୍ବରୁ ସ୍ଥାନ ଖାଲି କର ନଚେତ୍ ଆମେ ପୋଲିସ ଡକାଇବୁ ଏବଂ ତୁମମାନଙ୍କୁ ତଡ଼ିଦେବୁ’’ । ଏହା ମନେପକାଇ କହିଥିଲେ ୬୮ ବର୍ଷ ବୟସ୍କ ବିଠଲ୍ ଗନୁ ବିଡ଼େ ।


Thane, Maharashtra
|WED, SEP 18, 2019
‘ହଜିଗଲେଣି ଅନେକ ପରିବାର...’
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଭାତ୍ସା ଜଳସେଚନ ପ୍ରକଳ୍ପ ନିମନ୍ତେ ନିଜର ଭୂମିହରାଇ ବାସଚ୍ୟୁତ ହୋଇଥିବା ଆଦିବାସୀ ଏବଂ ଅଛୁଆଁବର୍ଗର ପରିବାରମାନେ ଅର୍ଦ୍ଧ ଶତାବ୍ଦୀ ପରେ ବି ଆଜି ମଧ୍ୟ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।
Author
Translator

Jyoti Shinoli
ଏହା ଥିଲା ୧୯୭୦ ଅକ୍ଟୋବରର ଘଟଣା ।
ବିଡ଼େ ଆମ ସହିତ ସାରଙ୍ଗପୁରୀ ଗାଁରେ କଥାବାର୍ତ୍ତା କରୁଥିଲେ । ଏହା ମୁମ୍ବାଇ ସହରଠାରୁ ୮୪ କିଲୋମିଟର ଦୂରରେ । ମହାରାଷ୍ଟ୍ରର ଥାନେ ଜିଲ୍ଲାର ସାହାପୁର ତାଲୁକାରେ ଏହା ଏକ ଅଗମ୍ୟ ନିଛାଟିଆ ସ୍ଥାନ । ୪୬ ବର୍ଷ ତଳେ ଏହି ଜିଲ୍ଲାର ୫ଟି ଗ୍ରାମ ଏବଂ ଆଦିବାସୀ ପଡ଼ାଗୁଡ଼ିକରୁ ୧୨୭ଟି ପରିବାର ଭାତ୍ସା ଜଳସେଚନ ଯୋଜନା ନିମନ୍ତେ ବାସଚ୍ୟୁତ ହୋଇଥିଲେ । ଆଶ୍ରୟ ଏବଂ ପୁନର୍ବାସ- ଏହି ଚିନ୍ତାରେ ପ୍ରାୟ ୨ ଦଶକ କଟିଗଲାଣି। ଯେଉଁସବୁ ପରିବାର ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିଲେ ସେମାନଙ୍କୁ ନିଜ ପରିବାର ବି ପୋଷିବାର ଥିଲା । ସେମାନେ ଏହି ଜଙ୍ଗଲ ଅଞ୍ଚଳରେ ସ୍ଥାନ ଖୋଜି ଏଠାରେ ବସବାସ ଆରମ୍ଭ କଲେ । ଏମାନଙ୍କ ମଧ୍ୟରୁ କେହି କେହି କିଛି ଟଙ୍କା ମଧ୍ୟ ପାଇଲେ - ଏକର ପିଛା ୨୩୦ ଟଙ୍କା - ବେଆଇନ୍ ଭାବରେ, ଏହାର କୌଣସି ଦସ୍ତାବିଜ୍ ନଥିଲା । ଅଧିକାଂଶ କିଛି ବି ପାଇନଥିଲେ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେମାନେ ବାସଚ୍ୟୁତ ବ୍ୟକ୍ତି ବୋଲି ସାର୍ଟିଫିକେଟ ବ୍ୟତୀତ ତାହା ମଧ୍ୟ ଏକ ଆନ୍ଦୋଳନ ପରେ ।
ବିଡ଼େ କୁହନ୍ତି, “୧୫ ଦିନ ପର୍ଯ୍ୟନ୍ତ ଆମେ ଲଗାତାର ଚାଲୁଥିଲୁ । ଯାନବାହନ ବିନା ଆମର ସବୁ ଜିନିଷପତ୍ର ଏକାବେଳକେ ନେବା ସମ୍ଭବ ନଥିଲା । ପୁରୁଷ, ଛୋଟ ଛୋଟ ପିଲାଙ୍କୁ ଧରିଥିବା ମହିଳା, ଛୋଟ ପିଲା, ବାସନକୁସନ, ଚାଷ ଉପକରଣ, ଖାଦ୍ୟସାମଗ୍ରୀର ବସ୍ତା, ପୋଷା ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଲମ୍ବା ଧାଡ଼ି ରହୁଥିଲା । ଲୋକମାନେ ସେମାନଙ୍କ କୁକୁଡ଼ା କିମ୍ବା ଗାଈମାନଙ୍କୁ ମରିବା ପାଇଁ ଛାଡ଼ି ଆସିବାକୁ ଚାହୁଁନଥିଲେ । କବାଟ, କାନ୍ଥରେ ବଡ଼ ବଡ଼ କଣ୍ଟା, ମାଟିହାଣ୍ଡି- ସେମାନେ ନିଜର ପୁରୁଣା ଘରୁ ଯେତେସମ୍ଭବ ସବୁକିଛି ନିଜ ସହ ନେବାକୁ ଚାହୁଁଥିଲେ । ଏଗୁଡ଼ିକ ସେମାନେ ଯେଉଁଠାରେ ଘର କରି ରହିବେ ସେଠାରେ ଆବଶ୍ୟକ ହେବ’’।
୫ଟି ଅସହାୟ ଗାଁ ଏବଂ ଜନପଦର ୧୨୭ଟି ପରିବାର ମଧ୍ୟରେ ତାଙ୍କର ପରିବାର ମଧ୍ୟ ଥିଲା । ବାକିଚାପଡ଼ା, ପଲାସଗଡ଼ା ଓ ଗୋଧେପଡ଼ୁଲ ଆଦି ଆଦିବାସୀ ବସ୍ତି ଥିଲା । ପାଲ୍ହେରୀ ଏବଂ ପାଚିୱାରେ ଆଦି ଗ୍ରାମର ଅଧିକାଂଶ ପରିବାର ପଛୁଆ ବର୍ଗ (ଓବିସି)ର ଥିଲେ । ଏହି ୫ଟି ଯାକ ଗ୍ରାମ ୧୯୭୦-୭୨ ଭାତ୍ସା ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ଭାବରେ ବିଲୀନ ହୋଇଯାଇଥିଲା ।
ବିଡ଼େ କୁହନ୍ତି, ‘‘ମୋ ଗାଁ ଥିଲା ପାଲ୍ହେରୀ । ଏହା ପାଖରେ ଅନେକ ଆଦିବାସୀ ବସ୍ତି ମଧ୍ୟ ଥିଲା । ଏହା ଘଞ୍ଚ ଜଙ୍ଗଲ ଏବଂ ନଦୀ ଦ୍ୱାରା ଆବୃତ ଥିଲା’’।
‘ଜିଲ୍ଲାପାଳ ଆମ ସବୁ ଗ୍ରାମର ପ୍ରତିନିଧିମାନଙ୍କୁ ନିଜ ଅଫିସ୍କୁ ଡକାଇଲେ ଏବଂ ଆମକୁ ଚରମ ନିଷ୍ପତ୍ତି ଶୁଣାଇଲେ: ଡିସେମ୍ବର ପୂର୍ବରୁ ସ୍ଥାନ ଖାଲି କର ନଚେତ୍ ଆମେ ପୋଲିସ୍ ଡକାଇବୁ ଏବଂ ତୁମମାନଙ୍କୁ ତଡ଼ିଦେବୁ’. ମନେପକାନ୍ତି ବିଡ଼େ ।

ସରକାର ଭାତ୍ସା ପ୍ରକଳ୍ପ ପାଇଁ ୩୨୭୮ ହେକଫର ଜମି ଅଧିଗ୍ରହଣ କରିଥିଲେ । ଏ ମଧ୍ୟରୁ ୬୫୩ ହେକଟର ବ୍ୟକ୍ତିଗତ ଜମି ଏବଂ ଅବଶିଷ୍ଟ ରାଜ୍ୟ ମାଲିକାନାରେ ଥିବା ଜଙ୍ଗଲ । ଯେଉଁ ୧୨୭ଟି ପରିବାର ନିଜର ବାସ ହରାଇଥିଲେ, ସେ ମଧ୍ୟରେ ଥିଲେ ୯୭ଟି ମା’ ଠାକୁର ଜନଜାତି ଏବଂ ୩୦ଟି ପଛୁଆବର୍ଗର ପରିବାର ଏବଂ ପରିଣାମ ଅର୍ଦ୍ଧଶତାବ୍ଦୀ ପରେ ବି ୫୭୮ ଜଣ ମଣିଷ ‘‘ପୁନର୍ବାସ’’କୁ ଅପେକ୍ଷା କରି ରହିଛନ୍ତି ।
ସେ ସମୟର ଯନ୍ତ୍ରଣାକୁ ମନେପକାଇ ବିଡ଼େ କୁହନ୍ତି, “୧୯୭୦ ଅମଳ ଋତୁରେ ଆମର କୌଣସି ପାରମ୍ପରିକ ଉତ୍ସବ ପାଳନ ହୋଇନଥିଲା । ସେହି ୩ ମାସ (ଅକଟୋବରରୁ - ଡିସେମ୍ବର) ଖୁବ୍ କଷ୍ଟକର ଥିଲା । ଆମେ ଆମର ଧରିତ୍ରୀ ମା’କୁ ଧନ୍ୟବାଦ ବି ଦେଇପାରିନଥିଲୁ । ସେ ବର୍ଷ ଦଶହରା ନଥିଲା କି ଦୀପାବଳୀ ନଥିଲା’’ ।
ତାଙ୍କ ଗାଁଠାରୁ ମାତ୍ର ଦୁଇ କିଲୋମିଟର ଦୂର ମୁରବିଚାପଡ଼ାରେ ଗୋଧେପାଦୁଲୁରୁ ୧୯୭୧-୭୨ ମସିହାରେ ବିସ୍ଥାପିତ ହୋଇଥିବା ୩୫ଟି ଆଦିବାସୀ ପରିବାର ଅଛନ୍ତି । ସେତେବେଳେ ଜୟତୁ ଭାଉ କେଭରୀଙ୍କୁ ୧୬ ବର୍ଷ ହୋଇଥିଲା । ସେ ନିଜର ପିତାମାତା ଏବଂ ୪ ଭାଇଭଉଣୀଙ୍କ ସହ ଗାଁ ଛାଡ଼ିଥିଲେ।
କେଭରୀ କୁହନ୍ତି, “ପ୍ରଥମ ଥର ପାଇଁ ଆମେ ଆମର ଅମଳକୁ ପାରମ୍ପରିକ ଢ଼ୋଲ ଏବଂ ନୃତ୍ୟ ଦ୍ୱାରା ସ୍ୱାଗତ କରିନଥିଲୁ । ସମସ୍ତେ ଚିନ୍ତା ଏବଂ ଭୟରେ ଥିଲେ ଯେ, କେତେଦିନ ନିଜର କ୍ଷତିପୂରଣ ଅର୍ଥରେ ବଞ୍ଚିହେବ’’ ।

Paresh Bhujbal

Paresh Bhujbal
କେଭରୀ କୁହନ୍ତି, “କେଇଜଣ ଅନ୍ୟଗ୍ରାମରେ ଥିବା ନିଜ ସମ୍ପର୍କୀୟମାନଙ୍କ ଘରେ ଆଶ୍ରୟ ନେଲେ । ଅନ୍ୟମାନେ ନିକଟବର୍ତ୍ତୀ ଓ ପଡ଼ା ଯଥା - ସାରଙ୍ଗପୁରୀ, ବିରୱାଡ଼ି, ଅଟଗାଓଁ, ଖୁଟଗର, ଖାଇରେ, ମୁରବିଚାପଡ଼ାକୁ ଚାଲିଗଲେ । ଅନେକ ପରିବାର ତ ଉଭେଇ ଗଲେ । ଆମେ ଜାଣିନୁ ସେମାନେ କୁଆଡେ ଗଲେ?’’
କେଭରୀ କହିଥିଲେ ‘‘ଏହାପୂର୍ବରୁ ଆମ ଜୀବନ ଖୁବ୍ ଶାନ୍ତିପୂର୍ଣ୍ଣ ଏବଂ ସ୍ୱୟଂସମ୍ପୂର୍ଣ୍ଣ ଥିଲା । ଆମର ଜମି ଖୁବ ଉର୍ବର ଥିଲା । ଆମେ ଗହମ ଏବଂ ଅନ୍ୟାନ୍ୟ ଫସଲ ଅମଳ କରୁଥିଲୁ । ଜାଳେଣୀ କାଠ, ଫଳ, ଏବଂ ଔଷଧୀୟ ଗଛଲତା ପାଇଁ ଜଙ୍ଗଲ ଥିଲା । ଗଛଲତା ଅନେକ ରୋଗ ଦୂର କରୁଥିଲା । ସବୁକିଛି ଜଙ୍ଗଲରୁ ଆସୁଥିଲା । ଆମର ୬ଟି ଗାଈ ଥିଲା । ସେମାନେ ସବୁସମୟରେ ଖିର ଦେଉଥିଲେ । ଏବେ ଖିର ଦେଖିବା ବି କଷ୍ଟ’’ ।
ବେଟାପଡ଼ାର ରମି କେଭରୀ ମାତ୍ର ୧୫ ବର୍ଷର ହୋଇଥିଲେ । ଯେତେବେଳେ ସେ ପଲାସପଡ଼ାର ବାବୁ ଭାଉ କେଭରୀଙ୍କୁ ବିବାହ କରିଥିଲେ । ସେ କୁହନ୍ତି, “ଆମେ କେବଳ ଆମ ଦୁନିଆ ଚଳାଇବା ଦରକାର କରୁଥିଲୁ । ଏ ଦୁନିଆ ଆମ ଚାରିପାଖରେ ଥିଲା । ଆମର ଧାନଜମି ଓ ଗାଈ ଥିଲା । ଆମେ ପନିପରିବା ଏବଂ ମୁଗ, ହରଡ, ଚଣା, ମଟର ଆଦି ଡାଲି ଚାଷ କରୁଥିଲୁ । ଏଗୁଡ଼ିକ ପ୍ରଚୁର ପରିମାଣରେ ଆମ ପାଖରେ ଥିଲା । ଏବେ ଏହା ଆମ ପାଇଁ ଅପହଞ୍ଚ । ଆମେ କେବେ ଖାଦ୍ୟ ପାଇଁ ଖର୍ଚ୍ଚ କରୁନଥିଲୁ କିନ୍ତୁ ଏବେ ଆମକୁ ସେଥିପାଇଁ ବି ଖର୍ଚ୍ଚ କରିବାକୁ ହେଉଛି’’ ।

Paresh Bhujbal

Paresh Bhujbal
ଆଜି ରମୀ କେଭରି, ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍) ରେସନ୍ କାର୍ଡଧାରୀ, ତାଙ୍କୁ କିଲୋଗ୍ରାମ୍ ପିଛା ୮୦ ଟଙ୍କାରେ ଡାଲି କିଣିବା ପାଇଁ ୧୫ କିଲୋମିଟର ଦୂରରେ ଥିବା ଶାହାପୁର ଯିବାକୁ ପଡ଼ୁଛି। ତାଙ୍କ ପରି ଅନ୍ୟମାନଙ୍କର ମଧ୍ୟ ସମାନ ଦଶା।
ବିସ୍ଥାପନ ପରେ ଜନ୍ମ ହୋଇଥିବା ପିଢ଼ି ଏହି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏହି ଅଞ୍ଚଳରେ କୌଣସି ଶିଳ୍ପ ନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ ଅଧୀନରେ କାମର ମଧ୍ୟ କୌଣସି ସ୍ଥିତି ନାହିଁ। ଜମିରେ ମୂଲ ଲାଗିବା, ମିସ୍ତ୍ରୀ କାମ, ମାଛ ଧରିବା କିମ୍ବା ଜଙ୍ଗଲଜାତ ଉତ୍ପାଦ ବିକ୍ରି କରିବା ହେଉଛି ଏକମାତ୍ର ଉପଲବ୍ଧ ଆୟର ପନ୍ଥା।
୩୫ ବର୍ଷ ବୟସ୍କ ଗୋପାଳ ଦତ୍ତୁ କେଭରି ତାଙ୍କ ବୟସ ଗୋଷ୍ଠୀ ଅନ୍ୟମାନଙ୍କ ପରି ଜଣେ କୃଷି ଶ୍ରମିକ ଭାବରେ କାମ କରନ୍ତି । ତାଙ୍କର ୧୬ ଜଣିଆ ପରିବାର । ସେ କୁହନ୍ତି, ‘‘ମୁଁ ଦିନକୁ ୨୦୦-୨୫୦ ଟଙ୍କା ରୋଜଗାର କରେ । କିନ୍ତୁ ବର୍ଷକୁ ୧୫୦ ଦିନରୁ ଅଧିକ କାମ ପାଇପାରେନି’’ ।
ଗୋପାଳଙ୍କର ଛ’ ଝିଅ ଓ ଗୋଟିଏ ପୁଅ । ତାଙ୍କର ପାଞ୍ଚଜଣ ସାନଭାଇ ବି ଅଛନ୍ତି ଯେଉଁମାନେ ନିର୍ଦ୍ଦିଷ୍ଟ କାମ ନାହିଁ । ‘‘ଆମେ ସମସ୍ତେ ଏକାଠି ଅଛୁ । ମାସକୁ ୫୦୦୦-୬୦୦୦ ଟଙ୍କାରୁ ଆମେ ଅଧିକ ରୋଜଗାର କରିପାରୁନୁ ’’।
ମୁବିଚାରପଡ଼ାରେ ଗୋଟିଏ ପ୍ରାଇମେରୀ ସ୍କୁଲ ଅଛି । କିନ୍ତୁ ନିକଟସ୍ଥ ହାଇସ୍କୁଲ କୋଠାରେ ଗାଁରେ ଛ’ କିଲୋମିଟର ଦୂରରେ । ନିଜର ପରିଚୟ ଗୁପ୍ତ ରଖିବା ସର୍ତ୍ତରେ ଜଣେ ସ୍ଥାନୀୟ ଶିକ୍ଷକ କହିଥିଲେ, ‘‘ଦଶମ ଶ୍ରେଣୀ ପରେ ସବୁ ପଡ଼ାର ଛାତ୍ରଛାତ୍ରୀଙ୍କୁ ଶାହାପୁର ଯିବାକୁ ହେବ, ଯେଉଁଠି କଲେଜ ଓ ହଷ୍ଟେଲ ଅଛି । କିନ୍ତୁ କମ୍ ଜଣ ଏହା ପାରନ୍ତି । ତେଣୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ଅଧିକ’’ ।

Paresh Bhujbal

Paresh Bhujbal
ମୁର୍ବିଚାପଡ଼ାର ୨୩ ବର୍ଷ ବୟସ୍କ ସଚିନ କେଭରି କୃଷି ଶ୍ରମିକ ଭାବରେ କାମ କରୁଥିବା ବେଳେ ପ୍ରାୟ ଆଠ ବର୍ଷ ତଳେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ହତାଶ ଭାବରେ ସେ କୁହନ୍ତି, ମୁଁ ହଷ୍ଟେଲ ଖର୍ଚ୍ଚ ଦେଇପାରିନଥାନ୍ତି କିମ୍ବା ଯିବା ଆସିବା କରିପାରି ନଥାନ୍ତି । ପରିବାର ପୋଷଣ ପାଇଁ ଅର୍ଥ ରୋଜଗାର କରିବା ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ।
୮୮ ମିଟର ଉଚ୍ଚ ଭାତସା ଜଳଭଣ୍ଡାରର ୯୭୬ କ୍ୟୁବିକ୍ ମିଟର ଜଳ ଧାରଣ କ୍ଷମତା ଓ ୧୫ ମେଗାୱାଟ୍ ଶକ୍ତି ଉତ୍ପାଦନ କ୍ଷମତା ରହିଛି । ଏହା ୨୩,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରେ । ଏହା ମୁମ୍ବାଇ ଓ ଥାନେକୁ ହଜାର ହଜାର ଲିଟର ପିଇବା ପାଣି ମଧ୍ୟ ଯୋଗାଏ ।

Paresh Bhujbal
“ଏହା ଦୀପ (ଲ୍ୟାମ୍ପ) ତଳ ଅନ୍ଧାର ପରି । ଏହି ଲୋକମାନେ ଏହି ପ୍ରକଳ୍ପ ପାଇଁ ନିଜ ପୂର୍ବ ପୁରୁଷଙ୍କ ଭୂମି ତ୍ୟାଗ କଲେ । କିନ୍ତୁ କିଛି ପାଇଲେନି... କୌଣସି ସୁବିଧା ନୁହେଁ, କାମ ନୁହେଁ, ଶିକ୍ଷା ବି ନୁହେଁ ।” ଏ କଥା କୁହନ୍ତି ସାମାଜିକ କର୍ମୀ ବାବନ ହରାନେ । ସେ ୧୯୮୬ ମସିହାରେ ସ୍ଥାପିତ ଭାତସା ଜଳସେଚନ ପ୍ରକଳ୍ପ ଥଇଥାନ କମିଟି (BIPRC)ର କୋ- ଅର୍ଡିନେଟର୍ । (ଅବଶ୍ୟ ବାସଚ୍ୟୁତ ଲୋକମାନଙ୍କର ସଂଘର୍ଷ ଅନେକ ଆଗରୁ ଆରମ୍ଭ ହୋଇଯାଇଥିଳା ।)
ବିଆଇପିଆରସିର ଅଧ୍ୟକ୍ଷ ୬୩ ବର୍ଷ ବୟସ୍କ ଭାଉ ବାବୁ ମହାଲୋଙ୍ଗେ ମଧ୍ୟ ଜଣେ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି । ସେ ସଂଶୋଧିତ ମହାରାଷ୍ଟ୍ର ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି ବିଶେଷ ଥଇଥାନ ଆଇନ , ୧୯୯୯ ଅନୁଯାୟୀ ବାସଚ୍ୟୁତଙ୍କ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି।
ମହାଲୁଙ୍ଗେ କୁହନ୍ତି, “ସେମାନଙ୍କ ଚାଷ ଜମି ଅତିକମ୍ ମୂଲ୍ୟରେ ଚଞ୍ଚକତାପୂର୍ଣ୍ଣ ନୀତିରେ ୧୯୭୦-୭୧ ମସିହାରେ ଏକର ପିଛା ୨୩୦ ଟଙ୍କା ଦାମ୍ ଦେଇ ଅଧିକରଣ କରାଯାଇଥିଲା। ଜାତୀୟ ଥଇଥାନ ଓ ପୁନର୍ବାସ ନୀତି ,୨୦୦୭ ଅଧିନରେ ଆବଶ୍ୟକତା ଅନୁଯାୟୀ ଏ ପର୍ଯ୍ୟନ୍ତ ‘ସାମାଜିକ ପ୍ରଭାବ ଆକଳନ’ କରାଯାଇନାହିଁ।”
୧୯୭୩ ମସିହାଠାରୁ, ବାସହରା ଆଦିବାସୀ ଓ ପଛୁଆ ବର୍ଗର ଗ୍ରାମୀଣମାନେ ଶହ ଶହ ଦିନ ବିକ୍ଷୋଭ, ଅନଶନ, ଧାରଣା, ବୈଠକ, ଏବଂ ସରକାରୀ ଅଧିକାରୀଙ୍କ ସହ ବୈଠକ (ଚିଠି ମଧ୍ୟ)ରେ ଖର୍ଚ୍ଚ କଲେଣି । ବର୍ତ୍ତମାନର ପିଢି ବଞ୍ଚିବା ପାଇଁ ବଧ୍ୟ ସଂଘର୍ଷ କରୁଛି ।
ସଚିନ୍ କେଭରି ପ୍ରଶ୍ନ କରନ୍ତି, “ସହରାଞ୍ଚଳରେ ଜଣେ ମାଟ୍ରିକ୍ ପାସ୍ କି ପ୍ରକାର କାମ ପାଏ ? ସେମାନେ ଭଲ ରୋଜଗାର କରିପାରନ୍ତି?”
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ହଜିଗଲେଣି-ଅନେକ-ପରିବାର

