ଭାରତର ପଶ୍ଚିମତଟରେ କେରଳର କୋଝିକୋଡ଼ର କପ୍ପାଡ଼ର ଉତ୍ତରରେ ଥିବା ଏକ ଛୋଟ ସହର ହେଉଛି କୋଇଲାଣ୍ଡି। କୁହାଯାଏ ୧୪୯୮ ମସିହାରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଏହି ସ୍ଥାନରେ ପହଞ୍ଚିଥିଲେ।
୫୦୦ ବର୍ଷ ପୂର୍ବେ ପଶ୍ଚିମ ଏସିଆର ୟେମେନର ବ୍ୟବସାୟୀମାନେ ବାଣିଜ୍ୟ କରିବାକୁ କୋଇଲାଣ୍ଡି ଆସୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଏଠି ଅବସ୍ଥାନ ବି କଲେ। ସେମାନେ ସ୍ଥାନୀୟ କୋଷଭା ସମ୍ପ୍ରଦାୟର ଲୋକଙ୍କୁ ନେଇ ହୁକ୍କା ତିଆରି କରିବା ଆରମ୍ଭ କରିଥିଲେ। ଏହି ସୁନ୍ଦର ପାଇପଗୁଡ଼ିକ ମାଲାବାର ହୁକ୍କା ବା କୋଇଲାଣ୍ଡି ଭାବେ ଜଣାଶୁଣା। ପରେ କେରଳର ଥିୟା ଜାତିର ଲୋକମାନେ ମଧ୍ୟ ଏହି ହୁକ୍କା ତିଆରି କରିବା ଆରମ୍ଭ କରିଥିଲେ।



