“ହାରମୋନିୟମ ହେଉଛି ଆମର ଆତ୍ମା ଏବଂ ଜୀବନରେଖା, ଆମର କୃଷିଉଦ୍ୟାନ ଏବଂ ଆମର ଗୃହ ।”
ସେହି ଚବିଶ ବର୍ଷ ବୟସର ଆକାଶ ଯାଦବ ଯେ କି, ବାୟୁ ଲିକ୍ ପରୀକ୍ଷା ନିମିତ୍ତ ହାରମୋନିୟମର ଢ଼ାଙ୍କୁଣୀକୁ ପମ୍ପ କରୁଥିବା ବେଳେ କୁହନ୍ତି । ସେ ଚାବିଗୁଡିକୁ ଖୋଲି ସେଗୁଡିକୁ ସଫା କରିବା ପାଇଁ ତାହାକୁ ତଳଉପର କରିଦେଇ କଥାକୁ ଜାରି ରଖିଲେ, “ଆମେ ବହୁ କଷ୍ଟରେ ଗୋଟିଏ ଓଳିର ଭୋଜନ ଯୋଗାଡ଼ କରିପାରୁ । ଆମେ ଅସହାୟ ଭାବରେ ଆମର ପିଲାଙ୍କ ଆଡକୁ ଦେଖୁ, ଯେଉଁମାନେ କି ଅଭିଯୋଗଟିଏ ମଧ୍ୟ କରନ୍ତି ନାହିଁ, ଭୋକରେ ଶୋଇଥାନ୍ତି । ଏହି ତାଲାବନ୍ଦ, ହେଉଛି ଆମ ଜୀବନର ସବୁଠାରୁ ନିଷ୍ଠୁର ତଥା ଆଘାତଜନକ ସମୟ ।
ଆକାଶ ଏବଂ ତାଙ୍କର ୧୭ ସହଯୋଗୀ ମରାମତିକାରୀ ଏଠାରେ ଏକ ବିରଳ ଗୋଷ୍ଠୀ। ଯେଉଁମାନେ କି ମଧ୍ୟପ୍ରଦେଶରୁ ପ୍ରତିବର୍ଷ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଛୋଟ ବଡ ୨୦ଟି ସହରକୁ ହାରମୋନିୟମ ମରାମତି କରିବା ପାଇଁ ଯାଇଥାନ୍ତି । ତାହା ଏପରି ଏକ ଜୀବିକା ଯାହାକି ଉତ୍ତମ କାର୍ଯ୍ୟକୁଶଳତା ସହିତ ଶାସ୍ତ୍ରୀୟ ସଙ୍ଗୀତରେ ସର୍ବୋତ୍ତମ ଦକ୍ଷତା ଏବଂ ଅସାଧାରଣ ଶ୍ରବଣ କ୍ଷମତା ଅଭିଯାଚନା କରିଥାଏ ।
ସେମାନେ ବହନ କରୁଥିବା ହାରମୋନିୟମ ଏବଂ ଟୁଲବକ୍ସ ଯୋଗୁଁ ସେମାନେ ଯାଉଥିବା ଅଧିକାଂଶ ସ୍ଥାନରେ ସେମାନଙ୍କୁ ପେଟୀଵାଲା କୁହାଯାଏ । ସେମାନେ ସମସ୍ତେ କରାହୀର, ମଧ୍ୟପ୍ରଦେଶର ଅହୀର କିମ୍ବା ଗାୱଲି ସମ୍ପ୍ରଦାୟର ଏକ ଉପଗୋଷ୍ଠୀ, (ଓବିସି) ଯାଦବ ଜାତି ସମୂହ ମଧ୍ୟରେ ଗଣ୍ୟ ।
ମହାରାଷ୍ଟ୍ରର ଲାଟୁର ସହରଠାରୁ ୧୮ କି. ମି ଦୂରତାରେ ଥିବା ରେନାପୁରରେ ଆକାଶ ମତେ କହୁଥିଲା, ସର୍ବମୋଟ ୮୧ ଜଣ ସଦସ୍ୟ ବିଶିଷ୍ଟ ୧୮ ଜଣ ହାରମୋନିୟମ ଟ୍ୟୁନରଙ୍କର ପରିବାର ସେମାନଙ୍କ ସହିତ ଅଛନ୍ତି, ତାଲାବନ୍ଦମାନଙ୍କୁ ଏକ ଉନ୍ମୁକ୍ତ ପ୍ରାନ୍ତରରେ ତମ୍ବୁ ମଧ୍ୟରେ ଅଟକାଇ ରଖେଇଛି ଯାହାକି ରେନାପୁର ନଗରନିଗମ ପରିଷଦ ସେମାନଙ୍କୁ ସେହି ସ୍ଥାନ ଅଧିକୃତ କରିବାକୁ ଅନୁମତି ଦେଇଥିଲା ।
ସେମାନେ ସମସ୍ତେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଗାନ୍ଧୀଗ୍ରାମ ସିହୋରା ତହସିଲର । ୯୪୦ ଜନବସତି ବିଶିଷ୍ଟ ଗ୍ରାମ (ଜନଗଣନା ୨୦୧୧) ଅନୁଯାୟୀ । ଯଦି ଏହି ବ୍ୟାଧି (କୋଭିଡ ୧୯) କାୟମ ରହେ ଏବଂ ଯାତ୍ରା ସ୍ଥିତି ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଆମେ ନିଶ୍ଚୟ ମରିବୁ । ଆମ ପାଖରେ ଧନ ନାହିଁ । ପ୍ରତିବର୍ଷ ଆମେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମେ ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡିକ ଆମ ଗ୍ରାମର ପଡୋଶୀମାନଙ୍କ ନିକଟରେ ରଖୁ କାରଣ ସେଠାରେ ଆମେ ମାଟି କାଦୁଅ ଘରେ ବାସ କରୁ । ତେଣୁ କରି ଆମ ପାଖରେ ଆମର ‘ହଳଦୀବର୍ଣ୍ଣ’ର ରାସନ କାର୍ଡ ନାହିଁ । ଆମେ ଏଠାରେ ଭୋକରେ ଅଛୁ । ଆପଣ ଦୟାକରି ଆମ୍ଭେମାନେ ଫେରିଯିବାକୁ ଅଧିକାରୀଙ୍କ ନିକଟରେ ଅନୁରୋଧ କରିପାରିବେ କି ? ଆକାଶ ପଚାରନ୍ତି ।






