ତା’ର ଦେଶ ଥିଲା କୋଟି କୋଟି ଲୋକ ଦେଖୁଥିବା ସ୍ଵପ୍ନଠାରୁ ବି ଅଧିକ।ଏଭଳି କିଛି ଲୋକ ଥିଲେ ଯେଉଁମାନେ ସେହି ଦେଶ ପାଇଁ ସେମାନଙ୍କ ଜୀବନକୁ ବି ତ୍ୟାଗ କରିଥିଲେ।ବିଗତ କିଛି ବର୍ଷ ଧରି ସେ ମଧ୍ୟ ସ୍ଵପ୍ନ ଦେଖିବା ଆରମ୍ଭ କରିଥିଲା।ସେ ଦେଖୁଥିଲା ଯେ କୋଉଠୁ କେଜାଣି ଦଳେ ଲୋକ ବାହାରି ଆସୁଥିଲେ ଓ ଜଣେ ଲୋକକୁ ନିଆଁ ଲଗେଇ ଜାଳି ଦେଉଥିଲେ।ସେ ସେମାନଙ୍କୁ ଅଟକାଇ ପାରୁନଥିଲା।ଏଥର ସେ ଦେଖିଲା ଗୋଟେ ଭଙ୍ଗା ଘରର ବାରଣ୍ଡାରେ ଦଳେ ଲୋକ ଥିଲେ ଓ କିଛି ସ୍ତ୍ରୀ ଲୋକ କାନ୍ଦୁଥିଲେ।ଚାଦର ଘୋଡ଼ା ହେଇଥିବା ଦୁଇଟି ଶବ ନିକଟରେ କିଛି ଲୋକ ନିଥର ଭାବେ ଠିଆ ହେଇଥିଲେ।ମୃତ ଦେହ କଡ଼କୁ ଜଣେ ସ୍ତ୍ରୀଲୋକ ଅଚେତ ହୋଇ ପଡ଼ି ରହିଥିଲା।ଶବ ଦୁଇଟିକୁ ସେଠାରେ ବସିଥିବା ଛୋଟ ଝିଅଟିଏ ଅପଲକ ଆଖିରେ ଚାହିଁ ରହିଥିଲା।ଏ ପର୍ଯ୍ୟନ୍ତ ସ୍ଵପ୍ନ ଦେଖୁଥିବାରୁ ତା’ ନିଜକୁ ଦୋଷୀ ଲାଗୁଥିଲା।ବହୁତ ଆଗରୁ ସେ ଏହାକୁ ବନ୍ଦ କରିବା ଦରକାର ଥିଲା।ସେ ଜାଣିଥିଲା ଯେ ସ୍ଵପ୍ନ ଜଗତ ବାହାରେ ଏ ଦେଶ ସଂପୂର୍ଣ୍ଣ ଭାବେ ଗୋଟେ ଗୋଟେ ଶ୍ମଶାନରେ ପରିଣତ ହୋଇ ସାରିଥିଲା। କିନ୍ତୁ ସେ ଜାଣି ନଥିଲା ଯେ ବର୍ତ୍ତମାନ ସେ କେମିତି ସ୍ଵପ୍ନ ଦେଖିବା ବନ୍ଦ କରିବ, କିମ୍ବା ସେଥିରୁ ସେ କେମିତି ବାହାରି ଯାଇପାରିବ!

ଶୁଣନ୍ତୁ ହିନ୍ଦୀରେ ଦେବେଶ ଆବୃତ୍ତି କରିଥିବା ଏହି କବିତା!

ଶୁଣନ୍ତୁ ଇଂରାଜୀରେ ପ୍ରତିଷ୍ଠା ପାଣ୍ଡ୍ୟା ଆବୃତ୍ତି କରିଥିବା ଏହି କବିତା


तो यह देश नहीं…

1.
एक हाथ उठा
एक नारा लगा
एक भीड़ चली
एक आदमी जला

एक क़ौम ने सिर्फ़ सहा
एक देश ने सिर्फ़ देखा
एक कवि ने सिर्फ़ कहा
कविता ने मृत्यु की कामना की

2.
किसी ने कहा,
मरे हुए इंसान की आंखें
उल्टी हो जाती हैं
कि न देख सको उसका वर्तमान
देखो अतीत

किसी ने पूछा,
इंसान देश होता है क्या?

3.
दिन का सूरज एक गली के मुहाने पर डूब गया था
गली में घूमती फिर रही थी रात की परछाई
एक घर था, जिसके दरवाज़ों पर काई जमी थी
नाक बंद करके भी नहीं जाती थी
जलते बालों, नाखूनों और चमड़ी की बू

बच्ची को उसके पड़ोसियों ने बताया था
उसका अब्बा मर गया
उसकी मां बेहोश पड़ी थी

एक गाय बचाई गई थी
दो लोग जलाए गए थे

4.
अगर घरों को रौंदते फिरना
यहां का प्रावधान है
पीटकर मार डालना
यहां का विधान है
और, किसी को ज़िंदा जला देना
अब संविधान है

तो यह देश नहीं
श्मशान है

5.
रात की सुबह न आए तो हमें बोलना था
ज़ुल्म का ज़ोर बढ़ा जाए हमें बोलना था

क़ातिल
जब कपड़ों से पहचान रहा था
किसी का खाना सूंघ रहा था
चादर खींच रहा था
घर नाप रहा था
हमें बोलना था

उस बच्ची की आंखें, जो पत्थर हो गई हैं
कल जब क़ातिल
उन्हें कश्मीर का पत्थर बताएगा
और
फोड़ देगा
तब भी
कोई लिखेगा
हमें बोलना था

ଏହା ଦେଶ ନୁହେଁ...

(୧)
ହାତଟିଏ ଉର୍ଦ୍ଧ୍ଵକୁ ଉଠିଲା,
ନାରାବାଜି ହେଲା,
ଦଳେ ଲୋକ ଆଗକୁ ବଢିଲେ,
ଜଣେ ଲୋକକୁ ଜୀଅନ୍ତା ଜାଳି ଦିଆଗଲା।

ଗୋଟିଏ ଗୋଷ୍ଠୀ କିଛିଟା କଷ୍ଟ ପାଇଲେ।
ଗୋଟିଏ ଦେଶ ଚାହିଁ ରହିଥିଲା।
କବିଟିଏ କେବଳ କହିଲା,
କବିତାଟିଏ ମରିଗଲା।

(୨)
କେହି ଜଣେ କହିଲା,
ମୃତବ୍ୟକ୍ତିର ଆଖି ଯୋଡ଼ିକ
ଉପରୁ ତଳକୁ ଓଲଟିଯାଏ।
ଏପରି ସ୍ଥିତିରେ ବର୍ତ୍ତମାନକୁ କେହି ଦେଖି ପାରେନି,
କେବଳ ପଛ କଥାକୁ ଚାହିଁ ରହେ।
କେହି ଜଣେ ପଚାରିଲା
ରାଷ୍ଟ୍ର ହେଇ ପାରିବକି ବ୍ୟକ୍ତିଟିଏ?

(୩)
ସେଦିନ ଗଳି ରାସ୍ତା ମୁଣ୍ଡରେ ହୋଇଥିଲା ସୂର୍ଯ୍ୟାସ୍ତ।
ରାତିର ଛାଇ ରାସ୍ତାରେ ବୁଲୁଥିଲା ଦିଗହରା ହେଇ।
ଗୋଟିଏ ଘର ଥିଲା ଯାହାର କବାଟରେ ଶିଉଳି ଚରି ଯାଉଥିଲା।
ସେ ଘରକୁ କେହି ଅତିକ୍ରମ କରି ଯାଇ ପାରୁ ନଥିଲେ,
ଯଦିଓ ବା ତୁମ ନାକ ଟେକି ହେଇ ଯାଉଥିଲା,
କୌଣସି ପୋଡ଼ା ମାଂସର ଗନ୍ଧରେ
ତୁମ ଫୁସଫୁସ ଭରି ଯାଉଥିଲା।

ପଡ଼ୋଶୀମାନେ ଝିଅଟିକୁ କହିଲେ,
ମରି ସାରିଛି ତା’ର ବାପା,
ମା’ ତା’ର ଚେତାଶୂନ୍ୟ ହୋଇ ପଡ଼ି ରହିଥିଲା,
ଗାଈଟିଏ ରକ୍ଷା ପାଇଗଲା,
ଓ ଦୁଇ ଜଣଙ୍କୁ ପୋଡ଼ି ମାରି ଦିଆଗଲା।

(୪)
ଏବେ ସେଠାରେ ବ୍ୟବସ୍ଥା ରହିଛି
ଘରଦ୍ଵାର ଭାଙ୍ଗିରୁଜି ଦେବାକୁ,
ନିୟମ କହୁଛି
ଶାରୀରିକ ଉତ୍ପୀଡନ ସହ ହତ୍ୟା କରିବାକୁ
ଓ ଜୀଅନ୍ତା ବି ପୋଡ଼ି ମାରିବାକୁ,
ବର୍ତ୍ତମାନର ସମ୍ବିଧାନରେ ବି ପ୍ରାବଧାନ ଅଛି।

କିଏ କହେ ଏହା ଏକ ଦେଶ?
ଏହା ତ ଶ୍ମଶାନଟିଏ।

(୫)
ଯେବେ ଦିନଟିଏ ରାତି ପରେ ଆସେ ନାହିଁ,
ଆମକୁ କହିବାକୁ ହେବ।
ଯେବେ କ୍ଷମତା ପାଲଟିବ ଅତ୍ୟାଚାର
ଆମକୁ କହିବାକୁ ହେବ।

ଯେତେବେଳେ ହତ୍ୟାକାରୀ
ତା’ର ପୋଷାକ ଖୋଜୁଥିବ,
ଖାଦ୍ୟର ଗନ୍ଧ ବାରୁଥିବ,
ଆବରଣ ଭିଡ଼ି ଚାଲିଥିବ,
ତା’ ଘରର ଚାରିପଟ ମାପିବାରେ ମଗ୍ନ ଥିବ,
ଆମକୁ କହିବାକୁ ହେବ।

ଛୋଟ ଝିଅଟି
ଏବେ ବସିଛି ପଥର ଆଖିରେ।
ସେମାନେ କହିବେ କାଲି,
ସେ ଲୁଚାଇ ରଖିଛି କାଶ୍ମୀରୀ ପଥର
ତା’ର ଆଖି ଡୋଳା ତଳେ,
ଆମେ ଚାଲ ତାକୁ ବିସ୍ଫୋରଣ କରିବା।
ସେତେବେଳେ ବି ହୁଏତ,
କେହି ଜଣେ କହିବ,
ଓଃ, ଆମକୁ କହିବାକୁ ହେବ!

ମୂଳ ଇଂରାଜୀରୁ ଅନୁବାଦ: କପିଳାସ ଭୂୟାଁ

Poem and Text : Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Devesh
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Painting : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE