ସେ ଗାଈର ମୋଟେଇ, ଏକ କୁକୁଡ଼ାର ଉଚ୍ଚତା ମାପି ଦେଇଥିଲେ ଏବଂ ବିଭିନ୍ନ ପ୍ରକାର ପତ୍ରର ଚିତ୍ର ଆଙ୍କିଥିଲେ। ଏପରିକି ସେ ବିଭିନ୍ନ ପ୍ରକାରର ମଞ୍ଜିକୁ ସେଗୁଡ଼ିକର ବ୍ୟବହାର ଅନୁସାରେ ଅଲଗା ଭାବେ ସଜାଡ଼ିବା ରଖିବା ଶିଖିଯାଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ୧୩ ବର୍ଷୀୟା ବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହିତ, “ଆମ ଗାଁର ମାନଚିତ୍ର ତିଆରି କରି ଦେଇଥିଲେ”। ସେ କହିଥିଲେ ଯେ “ମୋତେ ଆମ ଗାଁ, ପଡ଼ୋଶୀ ଗ୍ରାମ, ଆମ ବ୍ଲକ ଓ ଜିଲ୍ଲାର ଅନେକ କଥା ଧ୍ୟାନରେ ରଖିବାକୁ ପଡ଼ିଥିଲା । ତା’ପରେ ଯାଇ ମୁଁ ଏହାକୁ ଠିକ ଭାବେ ଆଙ୍କି ପାରିଥିଲି ।”
ଏବେ ଲକଡାଉନ କାରଣରୁ ସଞ୍ଜନା ମାଝୀଙ୍କୁ ହୁଏତ’ ଅନେକ ମାସ ପର୍ଯ୍ୟନ୍ତ ସ୍କୁଲ ଠାରୁ ଦୂରରେ ରହିବାକୁ ପଡ଼ିଛି । କିନ୍ତୁ ସେ ପାଠପଢ଼ା ବନ୍ଦ କରିପାରିନାହାନ୍ତି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀ ଝିଅର ମନୋବୃତ୍ତି ମାର୍କ ଟ୍ୱାଇନଙ୍କ ପ୍ରସିଦ୍ଧ ଉକ୍ତି : “ନିଜ ଶିକ୍ଷାରେ କେବେ ସ୍କୁଲକୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁନାହିଁ, ଏକ ନୂଆ ଅର୍ଥ ଦେଇଛି। ଏହାଛଡ଼ା, ସଞ୍ଜନାଙ୍କର ଜଣେ ଶିକ୍ଷକ ଅଛନ୍ତି। ଯିଏକି ତାଙ୍କ ସ୍କୁଲ ଚାଲୁନଥିବା ସମୟରେ ମଧ୍ୟ ବ୍ୟକ୍ତିଗତ ଭାବେ ସକ୍ରିୟ ଅଛନ୍ତି।
Read the full story School 2020: mapping futures in the lockdown on PARI Education.
ପରୀ ଏଜୁକେସନରେ “ସ୍କୁଲ୍ ୨୦୨୦: ଲକ୍ଡାଉନରେ ଭବିଷ୍ୟତର ଆକଳନ ସମ୍ପୂର୍ଣ୍ଣ ରିପୋର୍ଟ ପଢ଼ନ୍ତୁ।
Read also other Children's Day 2020 stories on PARI Education:
ପରୀ ଏଜୁକେସନରେ ଅନ୍ୟ ଶିଶୁ ଦିବସ ୨୦୨୦ କାହାଣୀ ପଢ଼ନ୍ତୁ:
Profiles of migrants: Journeys of hope – Part IV
and The ‘Ha ppy Box’: learning delivered


