ସେ ଦୁଇ ପିଲାଙ୍କ ସହିତ ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ଚାଲୁଛନ୍ତି ଏବଂ ବୋଧହୁଏ ଅନେକ ଦିନ ଧରି ଚାଲିବେ । ଯେତେବେଳେ ଆମେ ଏହି ଲକଡାଉନ୍ ବାହାରେ ‘ନୂତନ ସ୍ୱାଭାବିକ’ ବିଷୟରେ ଆଲୋଚନା କରିବା ବେଳେ ଏବଂ ଆମେ ବନ୍ଦ ହୋଇ ରହିବା ଯୋଗୁଁ ଚାରିଆଡେ ଉଦ୍‌ବେଗ ଏବଂ ଚାପ କିପରି ବଢ଼ୁଛି ତାହା ଆଲୋଚନା କରୁଥିବା ବେଳେ, ଏଠାରେ ଜଣେ ମା’  ଚାଲିବାରେ ଏବଂ ହସିବାରେ ଲାଗିଛନ୍ତି ! ତା’ର ପିଲାମାନେ - ଗୋଟିଏ ତାଙ୍କ କାନ୍ଧରେ, ଅନ୍ୟଟି କାଖରେ ଅଛି - ଥକି ଯାଇଛନ୍ତି । ସେ ମଧ୍ୟ ଥକି ଯାଇଛନ୍ତି, କିନ୍ତୁ ସେ ଚାଲିବା ବନ୍ଦ କରନ୍ତି ନାହିଁ କିମ୍ବା ହସିବାକୁ ଭୁଲି ନାହାଁନ୍ତି - ସତେ ଯେପରି ସେ ବୋହୁଥିବା ଓଜନ ଭାର ନୁହେଁ ବରଂ ଏକ ଆନନ୍ଦ । ସେ ବିସ୍ମୟ ଜନକ ନୁହଁନ୍ତି କି?

In those huge lines of migrants walking determinedly along the Mumbai-Nashik highway in Maharashtra, the image of this extraordinary mother sparked the imagination of the artist
PHOTO • Sohit Misra
In those huge lines of migrants walking determinedly along the Mumbai-Nashik highway in Maharashtra, the image of this extraordinary mother sparked the imagination of the artist
PHOTO • Labani Jangi


ସୂଚନା: ମୁମ୍ବାଇ-ନାଶିକ୍ ରାଜପଥରେ ଚାଲୁଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଭିଡ଼ ବଢ଼ିବା ସହ ଦ୍ରୁତ ଗତିରେ ଆଗେଇବା ଯୋଗୁଁ ଏହି ଦୃଶ୍ୟକୁ ତୋଳି ଧରିଥିବା ଟେଲିଭିଜନ ସାମ୍ବାଦିକ ସେମାନଙ୍କ ସହ କଥା ହୋଇପାରିନଥିଲେ । ଚିତ୍ରଶିଳ୍ପୀ, ଲାବାନୀ ଜାଙ୍ଗୀ, ଏହି ଚିତ୍ରକୁ ସୋହିତ ମିଶ୍ରଙ୍କ ଦ୍ୱାରା ଏକ ରିପୋର୍ଟ ଦେଶ କି ବାତ୍‌, ରବିଶ କୁମାର କେ ସାଥ (ଏନ୍‌ଡିଟିଭି ଭାରତ)ରେ, ୬ ମେ’ ୨୦୨୦ ରେ ଦେଖିଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE