ସେ ଦୁଇ ପିଲାଙ୍କ ସହିତ ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ଚାଲୁଛନ୍ତି ଏବଂ ବୋଧହୁଏ ଅନେକ ଦିନ ଧରି ଚାଲିବେ । ଯେତେବେଳେ ଆମେ ଏହି ଲକଡାଉନ୍ ବାହାରେ ‘ନୂତନ ସ୍ୱାଭାବିକ’ ବିଷୟରେ ଆଲୋଚନା କରିବା ବେଳେ ଏବଂ ଆମେ ବନ୍ଦ ହୋଇ ରହିବା ଯୋଗୁଁ ଚାରିଆଡେ ଉଦ୍ବେଗ ଏବଂ ଚାପ କିପରି ବଢ଼ୁଛି ତାହା ଆଲୋଚନା କରୁଥିବା ବେଳେ, ଏଠାରେ ଜଣେ ମା’ ଚାଲିବାରେ ଏବଂ ହସିବାରେ ଲାଗିଛନ୍ତି ! ତା’ର ପିଲାମାନେ - ଗୋଟିଏ ତାଙ୍କ କାନ୍ଧରେ, ଅନ୍ୟଟି କାଖରେ ଅଛି - ଥକି ଯାଇଛନ୍ତି । ସେ ମଧ୍ୟ ଥକି ଯାଇଛନ୍ତି, କିନ୍ତୁ ସେ ଚାଲିବା ବନ୍ଦ କରନ୍ତି ନାହିଁ କିମ୍ବା ହସିବାକୁ ଭୁଲି ନାହାଁନ୍ତି - ସତେ ଯେପରି ସେ ବୋହୁଥିବା ଓଜନ ଭାର ନୁହେଁ ବରଂ ଏକ ଆନନ୍ଦ । ସେ ବିସ୍ମୟ ଜନକ ନୁହଁନ୍ତି କି?


Nashik, Maharashtra
|FRI, JUN 26, 2020
ସବୁ ହସର ଏହି ଜନନୀଙ୍କୁ ଆପଣ ଲକ୍ଡାଉନ୍ କରି ପାରିବେନି
ମହାରାଷ୍ଟ୍ରର ମୁମ୍ବାଇ-ନାଶିକ୍ ରାଜପଥରେ ସଂକଳ୍ପବଦ୍ଧ ଭାବରେ ଚାଲୁଥିବା ପ୍ରବାସୀମାନଙ୍କର ସେହି ବିରାଟ ଧାଡିଗୁଡ଼ିକରେ ଏହି ଅସାଧାରଣ ମା’ଙ୍କର ଛବି ଜଣେ ଚିତ୍ରଶିଳ୍ପୀଙ୍କର କଳ୍ପନାକୁ ଜାଗ୍ରତ କରିଥିଲା
Author
Translator

Sohit Misra

Labani Jangi
ସୂଚନା: ମୁମ୍ବାଇ-ନାଶିକ୍ ରାଜପଥରେ ଚାଲୁଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଭିଡ଼ ବଢ଼ିବା ସହ ଦ୍ରୁତ ଗତିରେ ଆଗେଇବା ଯୋଗୁଁ ଏହି ଦୃଶ୍ୟକୁ ତୋଳି ଧରିଥିବା ଟେଲିଭିଜନ ସାମ୍ବାଦିକ ସେମାନଙ୍କ ସହ କଥା ହୋଇପାରିନଥିଲେ । ଚିତ୍ରଶିଳ୍ପୀ, ଲାବାନୀ ଜାଙ୍ଗୀ, ଏହି ଚିତ୍ରକୁ ସୋହିତ ମିଶ୍ରଙ୍କ ଦ୍ୱାରା ଏକ ରିପୋର୍ଟ ଦେଶ କି ବାତ୍, ରବିଶ କୁମାର କେ ସାଥ (ଏନ୍ଡିଟିଭି ଭାରତ)ରେ, ୬ ମେ’ ୨୦୨୦ ରେ ଦେଖିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସବୁ-ହସର-ଏହି-ଜନନୀଙ୍କୁ-ଆପଣ-ଲକ୍ଡାଉନ୍-କରି-ପାରିବେନି

