ଯେତେବେଳେ ସେମାନଙ୍କର ସମସ୍ତ ବିକଳ୍ପ ସମାପ୍ତ ହୋଇଗଲା, ବିଜୟ କୋରେତି ଏବଂ ତାଙ୍କର ସାଙ୍ଗମାନେ ଘରକୁ ଚାଲିକରି ଯିବା ପାଇଁ ସ୍ଥିର କଲେ।
ଏହା ଏପ୍ରିଲର ମଧ୍ୟଭାଗ ଥିଲା। କୋଭିଡ-୧୯ କାରଣରୁ ସାରା ଭାରତରେ କଠୋର ତାଲାବନ୍ଦ ନିୟମ ଲାଗୁ କରାଯାଇଥିଲା। ଏବଂ ସେମାନେ ବିଚଳିତ ହୋଇଯାଇଥିଲେ ଯେ କେତେଦିନ ଧରି ସେମାନେ ଏହି ସୁଦୂର ମାଟିରେ ଥିବା ତାଙ୍କର ଛୋଟିଆ କୁଡିଆରେ ବନ୍ଦୀ ହୋଇ ରହିବେ।
କୋରେତି ମନେପକାଇ କୁହନ୍ତି,"ଯେତେବେଳେ ଆମ ସାଙ୍ଗମାନେ ସେହି ସ୍ଥାନ ପରିତ୍ୟାଗ କରିବା ପାଇଁ ଚେଷ୍ଟା କଲେ, ପୋଲିସ୍ ସେମାନଙ୍କୁ ଦୁଇଥର ଅଧା ବାଟରେ ଅଟକାଇଲେ ଏବଂ ପୁନର୍ବାର ସେହି ସ୍ଥାନକୁ ଫେରାଇ ଦେଇଥିଲେ।" "କିନ୍ତୁ ଜଣ ଜଣ ହୋଇ ସମସ୍ତେ ଚାଲିକରି ଘରେ ପହଚିଁବା ପାଇଁ କୌଣସି ଉପାୟରେ ସେହି ସ୍ଥାନ ପରିତ୍ୟାଗ କଲେ।"
ବନ୍ଧୁମାନଙ୍କର ଏହି ଦଳ ଯେଉଁମାନଙ୍କ ପାଖରେ ଗୋଟିଏ ହେଲେ ବି ଜିପିଏସ୍ ଥିବା ସ୍ମାର୍ଟଫୋନ ନଥିଲା, ଏକ ଅନୁମାନିକ ରାସ୍ତାରେ ଚାଲିଥିଲେ:
ତେଲେଙ୍ଗାନାର କୋମାରମଭିମ ଜିଲ୍ଲାର ସିରପୁର-କାଗଜନଗର ଥିବା ଏକ କର୍ଟନ ଗିନିଂ ଏବଂ ପ୍ରେସିଂ ମିଲ୍ରେ ସେମାନେ କାମ କରୁଥିଲେ, ତାହା ହାଇଦ୍ରାବାଦ-ନାଗପୁର ରେଲୱେ ସେକସନ ଅଧିନରେ ଆସେ।
ଯଦି ସେମାନେ ଟ୍ରାକରେ ଚାଲନ୍ତି ତେବେ ଜସିନଗରଠାରୁ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଅର୍ଜୁନି ମୋର୍ଗୋନ୍ ତହସିଲରେ ଥିବା ସେମାନଙ୍କ ଗାଁର ଦୂରତା ୭୦୦-୮୦୦ କିଲୋମିଟର ହେବ। ହଁ, ଏହା କଷ୍ଟଦାୟକ, କିନ୍ତୁ ଚେଷ୍ଟା କରିବା ଦରକାର। ଏବଂ ଯଦି ସେମାନେ ରେଲୱେ ଲାଇନ ଦେଇ ଯାଆନ୍ତି, ତେବେ ପୋଲିସ ସେମାନଙ୍କୁ ଅଟକାଇବାର ସମ୍ଭାବନା କମ୍ ରହିବ।
ଏବଂ ଏହିପରି, ସମଗ୍ର ଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ପରି ଏକ ଏକର ଜମିର ଗୋଣ୍ଡ ଆଦିବାସୀ କୃଷକ ୩୯ ବର୍ଷୀୟ କୋରେତି - ଏବଂ ଜସିନଗରର ଅନ୍ୟମାନେ - କାଗଜନଗରରୁ ସେମାନଙ୍କ ଘରେ ପହଁଚିବା ପାଇଁ ୧୩ ରାତି ୧୪ ଦିନର ସେହି କଷ୍ଟଦାୟକ ଯାତ୍ରା ଆରମ୍ଭ କରିଥିଲେ।
ଏହି ଦୂରତା ଟ୍ରେନ୍ କିମ୍ବା ବସରେ ଅଧା ଦିନ ମଧ୍ୟରେ ଅତିକ୍ରମ କରାଯାଇପାରିବ। କିନ୍ତୁ ସେମାନେ ଚାଲିକରି ଏହି ଦୂରତା ଅତିକ୍ରମ କରୁଥିଲେ।












