ସେମାନେ ହାତୁଡ଼ି, ଛେଣି, ରେଞ୍ଚି ଏବଂ ଅନ୍ୟାନ୍ୟ ଉପକରଣରେ ସେମାନଙ୍କର ସଂଗୀତ ତିଆରି କରନ୍ତି। ଏବଂ ଏହି ବାଦକଦଳ ସେମାନଙ୍କ ପରିଶ୍ରମରୁ ବିରତି ନେଇ ଏହି ସଙ୍ଗୀତ ପ୍ରଦର୍ଶନ କରନ୍ତି ନାହିଁ, ବରଂ ଏହା ସେମାନଙ୍କ କାମର ଅଂଶ ଭାବରେ ପ୍ରଦର୍ଶନ କରନ୍ତି। ସେମାନେ ନିଜର ପରିଶ୍ରମ ସହ ସଙ୍ଗୀତକୁ ମିଶାଇ ଦିଅନ୍ତି। ୪୪ଟି ନଦୀ ସହିତ, କେରଳରେ ଏକଦା ଜଳପଥରେ ଅନେକ ଡଙ୍ଗା ଚଳାଚଳ କରୁଥିଲା। କିନ୍ତୁ ଅତ୍ୟଧିକ ସଡ଼କ ପଥ ସଂଯୋଜନା ଏବଂ ମେସିନ୍‌ ତିଆରି ପୂର୍ବରୁ ଯୋଡ଼େଇ ହୋଇଥିବା ଡଙ୍ଗା ନିର୍ମାଣ ଆରମ୍ଭ ହେବା କାରଣରୁ ଡଙ୍ଗା ତିଆରି ଶିଳ୍ପରେ ଶ୍ରମ ବଳ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଆଉ ଯାହା ବଳକା ହେଉଛି ଖୁବ୍‌ଶୀଘ୍ର ସଙ୍କୁଚିତ ହେଉଥିବା ଅତ୍ୟଧିକ କୁଶଳୀ ଡଙ୍ଗା ମରାମତି ବାଲା, ଯେଉଁମାନଙ୍କ ମଧ୍ୟରେ ଅନେକ ବୟସ୍କ ଅଛନ୍ତି। ସେମାନଙ୍କ ଅପ୍ରତିଦ୍ୱନ୍ଦୀ କୁଶଳତା ଦ୍ୱାରା ଏହି ପୁରାତନ କଳା ଜୀବିତ ଅଛି। ଏହି ଫିଲ୍ମରେ ସେମାନେ ଆମକୁ ସେମାନଙ୍କର କାହାଣୀ କହୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

V. Sasikumar

ଭି.ଶଶିକୁମାର ହେଉଛନ୍ତି ଜଣେ ୨୦୧୫ ପରୀ ଫେଲୋ ଓ ଥିରୁବନନ୍ତପୂରମ୍‌ରର ଜଣେ ଚଳଚିତ୍ର ନିର୍ମାତା ଯିଏ ଗ୍ରାମାଞ୍ଚଳ, ସାମାଜିକ ଓ ସାଂସ୍କୃତିକ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରୀତ କରିଥାନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ V. Sasikumar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE