ଶହଶହ ବର୍ଷ ଧରି, ସାଦ୍ରୀ ଗ୍ରାମ, ରାଜସ୍ଥାନର ପାଲି ଜିଲ୍ଲାରେ ଥିବା ଏକ ଗ୍ରାମରେ ବାସ କରୁଥିବା ରାଇକା ସମ୍ପ୍ରଦାୟର ଲୋକମାନେ ଓଟ ପାଳନ କରି ଆସୁଛନ୍ତି । ମୁଁ ଫୁୟାରାମ୍ଙ୍କ ସହିତ ଚଡିୟେରେ ଗଲି – ଯେତେବେଳେ ପଶୁମାନଙ୍କୁ ଚରାଇବା ପାଇଁ ନିଆଯାଏ । ସାଧାରଣତଃ, ଏହା ଦିନସାରା ଚାଲିଥାଏ । ଚା ଓ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ ନିଜ ପଗଡିରେ ଖୋସି ସେ ଭୋର୍ରୁ ବାହାରି ଯାଆନ୍ତି ଓ ଉତ୍ତୀର୍ଣ୍ଣ ସନ୍ଧ୍ୟା କାଳରେ ଫେରିଥାନ୍ତି । ରାଜସ୍ଥାନରେ ଗ୍ରୀଷ୍ମ ଋତୁର ଜାଳିଦେବା ଭଳି ସେହି ଉତ୍ତାପକୁ ଖାତିର ନକରି ଓ ୨୦ଟି ଓଟର ଦେଖାରଖା କରିବାକୁ ଥିଲେ ମଧ୍ୟ, ସେ ଆମ ଦୁଇଜଣଙ୍କ ପାଇଁ ଚାହା ପ୍ରସ୍ତୁତ କଲେ ।
ଫୁୟାରାମ୍ଜୀ ବୋଧହୁଏ ଏହା ଜାଣି ପାରିଛନ୍ତି ଯେ, ତାଙ୍କ ପରିବାରର କେହି ମଧ୍ୟ ତାଙ୍କ ଚଲାପଥ ଅନୁସରଣ କରିବେ ନାହିଁ । ତାଙ୍କ ପିଲାମାନେ ତାଙ୍କର ଏହି କାମ ଭବିଷ୍ୟତରେ ଆଉ କିପରି ଜାରି ରଖିବେ ନାହିଁ ସେ ବିଷୟରେ ସେ କହିଲେ । ଏବେ ମଧ୍ୟ ପଶୁଚାରଣକାରୀଙ୍କ ଅଧିକାର ସୀମା ମଧ୍ୟରେ ରହୁଥିବା କେତେକ ଜମି ମଧ୍ୟ ଦେଇ ଆମେ ଯେତେବେଳେ ଚାଲିଚାଲି ଯାଉଥିଲୁ ସେତେବେଳେ ସେ ମୋତେ ଏକ ସମୟରେ ରାଇକାମାନେ କିଭଳି ଭାବେ ସଦ୍ରୀର ଜଙ୍ଗଲ ଓ ଚାଷଜମିଗୁଡିକରେ ମୁକ୍ତ ଭାବେ ବୁଲି ପାରୁଥିଲେ, ରାସ୍ତାରେ ଯେଉଁମାନେ ମିଶୁଥିଲେ ସେମାନଙ୍କ ସହିତ କିଭଳି ବନ୍ଧୁତ୍ୱ ସ୍ଥାପନ କରୁଥିଲେ, ସେ ବିଷୟରେ କହିଲେ।
କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଗଲାଣି । ସେମାନଙ୍କୁ ଚରେଇବା ପାଇଁ ବର୍ତ୍ତମାନ ଆଉ ଯଥେଷ୍ଟ ପରିମାଣର ଚାରଣ ଭୂମି ଉପଲବ୍ଧ ହେଉ ନାହିଁ, କାରଣ ଲମ୍ବା ଜମିଖଣ୍ଡଗୁଡିକ ବର୍ତ୍ତମାନ ବେସରକାରୀ ସମ୍ପତ୍ତି ହୋଇଗଲାଣି ବା ସରକାର ଏହାର ଅଧିଗ୍ରହଣ କରିସାରିଛନ୍ତି । ଏହି ସମ୍ପ୍ରଦାୟର ପାରମ୍ପରିକ ଚାରଣଭୂମିର ଆକାର କ୍ରମଶଃ ଛୋଟ ହୋଇଗଲାଣି ଓ ବର୍ଷବର୍ଷ ଧରି ପରସ୍ପର ସହିତ ମିଳିମିଶି ରହି ଆସୁଥିବା ପଶୁପାଳକ ଓ କୃଷକମାନଙ୍କ ସମ୍ପର୍କ ମଧ୍ୟରେ ଫାଟ ଦେଖାଦେଲାଣି ।
ମୁଁ ଫୁୟାରାମ୍ଜୀଙ୍କୁ ତାଙ୍କ ପିଲାଦିନରେ ଶୁଣିଥିବା ଏକ କାହାଣୀ କହିବାକୁ କହିଲି । ସେ ଏହି ଅଲୌକିକ କାହାଣୀ ବର୍ଣ୍ଣନା କଲେ – ଏହା ହେଉଛି ଦୁଇଜଣ ଭାଇ ଓ ଭଉଣୀ, ଦୁଇଜଣ ଭଗବାନ, ଭାଗ୍ୟ ଓ ସମ୍ପତ୍ତି ବିଷୟରେ ଏକ କାହାଣୀ । ଯେଉଁମାନେ ଧନ ସମ୍ପତ୍ତି ପଛରେ ଗୋଡାଇ ଥାନ୍ତି, ସେମାନଙ୍କୁ ସାବଧାନ କରିବା ପାଇଁ ଏହି କାହାଣୀ କୁହାଯାଇଥାଏ ।
ଏହିପରି ଅନ୍ୟ କାହାଣୀ : ରାଜସ୍ଥାନର ରାଇକାମାନେ
ଅନୁବାଦ: ଓଡ଼ିଶାଲାଇଭ୍