ବଡ ବଡ଼ ତେନ୍ତୁଳି ଗଛ ପରିବେଷ୍ଟିତ ତାଙ୍କ ମୁକ୍ତ ଆକାଶ କର୍ମଶାଳାରେ ମଣିରାମ ମାଣ୍ଡୱି ବସି ବାଉଁଶ କାଟି ବଂଶୀ ତିଆରି କରନ୍ତି - ଏକ ଯନ୍ତ୍ର ଯାହା ଭିତରେ ପବନ ପଶିଲେ ସଙ୍ଗୀତ ସୃଷ୍ଟି ହୁଏ, ଏହା ଏକ ସୁଦୃଢ଼ ଅସ୍ତ୍ର ମଧ୍ୟ ଯାହା ଜୀବଜନ୍ତୁମାନଙ୍କୁ ଭୟ ଦେଖାଇ ଘଉଡାଇ ଦିଏ। ୪୨ ବର୍ଷୀୟ ମଣିରାମ କହନ୍ତି, "ସେହି ଦିନଗୁଡିକରେ ବାଘ, ଚିତାବାଘ ଓ ଭାଲୁ ସବୁ ଜଙ୍ଗଲରେ ଥିଲେ। କିନ୍ତୁ ଯଦି ତୁମେ ଏହାକୁ ଟିକିଏ ହଲାଇ ଦେଇଥିବ, ସେମାନେ ତୁମଠାରୁ ସବୁ ଦୁରକୁ ପଳାଉଥିଲେ।
ସେ ଏହି ବାଉଁଶ ଯନ୍ତ୍ରକୁ ଏକ 'ଝୁଲନ୍ତା ବଂଶୀ ' କିମ୍ବା ଛତିଶଗଡ଼ ଭାଷାରେ 'ସୁକୁଦ ବାଂସୁରୀ ' ବୋଲି କହନ୍ତି ଏହାର କୌଣସି ମୁଖ ନଥାଏ କେବଳ ଦୁଇଟି ଛିଦ୍ର ଥାଏ ଏବଂ ବଜାଇବାକୁ ହେଲେ ପବନରେ ଝୁଲାଇବାକୁ ହୁଏ ।
ସେହି ୪୨ ବର୍ଷୀୟ ମଣିରାମ ଦିନକୁ ଗୋଟିଏ ବଂଶୀ ଗଢ଼ିପାରନ୍ତି - ଯାହା ନିକଟବର୍ତ୍ତୀ ସହରରେ ହେଉଥିବା ପ୍ରଦର୍ଶନୀରେ କିମ୍ବା ହସ୍ତଶିଳ୍ପ ସଂସ୍ଥାରେ ବିକିଲେ ତାଙ୍କୁ ପ୍ରାୟ ୫୦ ଟଙ୍କା ପ୍ରାପ୍ୟ ମିଳିଥାଏ। ଗ୍ରାହକମାନେ ପରେ ଏହି ବଂଶୀ ଗୋଟିଏକୁ ଅନ୍ତତଃ ୩୦୦ ଟଙ୍କାରେ କିଣିଥାନ୍ତି ।
ଦକ୍ଷ ବଂଶୀ କାରିଗର ମନ୍ଦର ସିଂ ମାଣ୍ଡୱିଙ୍କ ସହ ମିଳିତ ହେବାର ଏକ ସୁଯୋଗ ମିଳିଥିଲା । ଯେ କି ମଣିରାମଙ୍କୁ ପ୍ରାୟ ତିନିଦଶନ୍ଧି ପୂର୍ବେ ଏହି ବାଂସୁରୀ ଶିଳ୍ପକୁ ଆଣିଥିଲେ । ସେ କହନ୍ତି, "ମୋତେ ପ୍ରାୟ ୧୫ ବର୍ଷ ବୟସ ହୋଇଥିଲା ଏବଂ ମୁଁ ଜଙ୍ଗଲକୁ ଜାଳକାଠ ଆଣିବାପାଇଁ ଯାଇଥିଲି । ସେତେବେଳେ ସେ ମୋତେ ଡାକିଲେ ଏବଂ କହିଲେ, "ତୁମେ ବିଦ୍ୟାଳୟକୁ ଯାଉନାହଁ । ଆସ, ମୁଁ ତୁମକୁ କିଛି ଶିଖାଇଦେବି ।" ତେଣୁ ମଣିରାମ ଆନନ୍ଦରେ ବିଦ୍ୟାଳୟ ଯିବା ବନ୍ଦ କରିଦେଲେ ଏବଂ ସ୍ୱର୍ଗୀୟ ଦକ୍ଷ ଶିଳ୍ପୀଙ୍କ ସହ କାମ କରିବା ଆରମ୍ଭ କଲେ ।




