ଏଠାରେ ଲେହ ଜିଲ୍ଲାରେ ସଡ଼କ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରୁଥିବା ପେମା ରିନଚେନ୍ କହିଲେ, ‘‘ଏହା ମହୋତ୍ସବ ପାଳନ ଲାଗି ଏକ ଉପଯୁକ୍ତ ଦିନ। ଏପରିକି ପାଗ ମଧ୍ୟ ଭଲ ଅଛି।’’
ଲଦାଖର ହାନଲେ (ଆନଲେ ବୋଲି ମଧ୍ୟ କୁହାଯାଏ) ଗାଁର ବାସିନ୍ଦା ୪୨ ବର୍ଷୀୟ ରିନଚେନ୍ ତିବ୍ବତୀୟ କ୍ୟାଲେଣ୍ଡର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମହୋତ୍ସବ ସାଗା ଦାୱା କଥା କହୁଛନ୍ତି। ଏହାକୁ ଲଦାଖ, ସିକ୍କିମ ଏବଂ ଅରୁଣାଚଳପ୍ରଦେଶର ବୌଦ୍ଧମାନେ ପାଳନ କରନ୍ତି। ତିବ୍ଦତୀୟ ଭାଷାରେ ‘ସାଗା’ ହେଉଛି ଚତୁର୍ଥ ସଂଖ୍ୟା ଏବଂ ‘ଦାୱା’ ହେଉଛି ମାସ। ସାଗା ଦାୱା ମାସ ‘ଗୁଣର ମାସ’ ଭାବେ ପରିଚିତ -ଏହି ସମୟରେ କରାଯାଇଥିବା ଭଲ କାମର ଫଳ ବହୁଗୁଣିତ ହୋଇ ମିଳିଥାଏ ବୋଲି କୁହାଯାଏ।
ନାଗା ବସତିର ବାସିନ୍ଦା ୪୪ ବର୍ଷୀୟ ସୋନମ୍ ଦୋରଜେ ଯିଏକି ହାନଲେରେ ଥିବା ଇଣ୍ଡିଆନ୍ ଆଷ୍ଟ୍ରୋନୋମିକାଲ୍ ଅବଜରଭେଟୋରିରେ କାମ କରନ୍ତି କହିଲେ, ‘‘ପୂର୍ବରୁ, ପ୍ରତି ବସ୍ତିର ବାସିନ୍ଦା ନିଜ ନିଜ ଅଞ୍ଚଳରେ ସାଗା ଦାୱା ପାଳନ କରୁଥିଲେ। କିନ୍ତୁ ଚଳିତବର୍ଷ [୨୦୨୨], ୬ଟି ବସ୍ତିର ଲୋକମାନେ ଏହାକୁ ପାଳନ କରିବାକୁ ଏକାଠି ହୋଇଛନ୍ତି।’’ କୋଭିଡ୍-୧୯ ମହାମାରୀ ସମୟରେ ଦୁଇ ବର୍ଷର କଟକଣାଯୁକ୍ତ ସମାରୋହ ପରେ, ପୁଙ୍ଗୁକ୍, ଖଲଦୋ, ନାଗା, ଶାଦୋ, ଭୋକ ଏବଂ ଜିଗସୋମା ବସ୍ତି ଉତ୍ସବ ପାଳନ ଲାଗି ଏକାଠି ହୋଇଛନ୍ତି। କମ୍ ଜନସଂଖ୍ୟାବିଶିଷ୍ଟ ଏହି ବସ୍ତିଗୁଡିକ ହାନଲେ ଗାଁର ଅଂଶବିଶେଷ ଯାହାର ଜନସଂଖ୍ୟା ୧,୮୭୯ଜଣ (୨୦୧୧ର ଜନଗଣନା)।
ବୌଦ୍ଧ ଧର୍ମର ମହାଯାନ ସଂପ୍ରଦାୟ ଦ୍ୱାରା ପାଳିତ ହେଉଥିବା ସାଗା ଦାୱା ଯାହାକୁ ‘ସାକା ଦାୱା’ ବୋଲି ବି କୁହାଯାଏ ତାକୁ ତିବ୍ଦତୀୟ ଚନ୍ଦ୍ର କ୍ୟାଲେଣ୍ଡରର ଚତୁର୍ଥ ମାସର ୧୫ତମ ଦିନରେ ପାଳନ କରାଯାଇଥାଏ; ବର୍ଷ ୨୦୨୨ରେ ଏହା ଜୁନ୍ ମାସରେ ପଡିଥିଲା। ଏହି ମହୋତ୍ସବରେ ବୁଦ୍ଧଙ୍କୁ ସ୍ମରଣ କରାଯାଇଥାଏ ଏବଂ ଏହା ତାଙ୍କର ଜନ୍ମ, ଜ୍ଞାନ ଏବଂ ପରିନିର୍ବାଣ ବା ପୂର୍ଣ୍ଣ ନିର୍ବାଣର ପ୍ରତୀକ































