apne aage sabhi jhuke hain, kya raja kya sainik'
‘ନୌକର ହୋ ୟା ମାଲିକ୍ , ଲିଡର୍ ହୋୟା ପବ୍ଲିକ୍
ଅପନେ ଆଗେ ସଭି ଝୁକେ ହେଁ କ୍ୟା ରାଜା କ୍ୟା ସୈନିକ୍ ’



apne aage sabhi jhuke hain, kya raja kya sainik'
‘ନୌକର ହୋ ୟା ମାଲିକ୍ , ଲିଡର୍ ହୋୟା ପବ୍ଲିକ୍
ଅପନେ ଆଗେ ସଭି ଝୁକେ ହେଁ କ୍ୟା ରାଜା କ୍ୟା ସୈନିକ୍ ’
୧୯୫୭ ଚଳଚ୍ଚିତ୍ର ପ୍ୟାସାର ‘ତେଲ ମାଲିସ୍’ ଗୀତରେ ସାହିର ଲୁଧିଆନଭିଙ୍କ ଚମତ୍କାର ଗୀତି କବିତାର ସେହି ଧାଡ଼ିଗୁଡ଼ିକ, ସେହି ଅବହେଳିତ ତଥା ଭେଦଭାବ ସାମ୍ନା କରୁଥିବା ସମୂହ - ବାରିକମାନଙ୍କ ପାଇଁ କିଛି ଗୌରବ ଯୋଗାଇଛି ।
ଲକ୍ଡାଉନ୍ରେ ଲାଟୁର ଜିଲ୍ଲାରେ ସେମାନଙ୍କର ବର୍ତ୍ତମାନର ଅବସ୍ଥା - ଏବଂ ପ୍ରକୃତରେ ମହାରାଷ୍ଟ୍ର ଏବଂ ସମଗ୍ର ଭାରତରେ ମଧ୍ୟ - ସେମାନଙ୍କୁ ସେହି ଗୌରବର କୌଣସି ଚିହ୍ନବର୍ଣ୍ଣରୁ ବଞ୍ଚିତ କରିଛି । ଏହା ସେହି ବୃତ୍ତି ପାଇଁ ଏକ ଦ୍ୱେତ ଆଘାତ ଯାହା ସମ୍ପୁର୍ଣ୍ଣ ଭାବରେ ଦୈନିକ ରୋଜଗାର ଉପରେ ନିର୍ଭର କରେ - ଏବଂ ଯେଉଁମାନଙ୍କ ପାଇଁ ସେମାନଙ୍କ ଗ୍ରାହକମାନଙ୍କଠାରୁ ଶାରୀରିକ ଦୂରତାର ବିଚାର ବିଷୟରେ ଚିନ୍ତା ମଧ୍ୟ କରି ହୁଏ ନାହିଁ ।
୪୦ ବର୍ଷ ବୟସ୍କ ଉତ୍ତମ ସୂର୍ଯ୍ୟବଂଶୀ କୁହନ୍ତି, “ଲକଡାଉନ୍ ଆମ ଉତ୍ତରଜୀବିକା ପାଇଁ ବିପଦ।ଏହି ଆଗାମୀ ୧୦-୧୫ ଦିନ ମୁଁ କିପରି ମୋ ପରିବାରକୁ ଖାଇବାକୁ ଦେବି, ତାହା ମୁଁ ଜାଣେ ନାହିଁ। (ପୁତୁରା ଆରୁଶଙ୍କ ସହିତ ପ୍ରଚ୍ଛଦ ଫଟୋର ଉପର ବାମରେ)। ସେ ଲାଟୁର ସହରଠାରୁ ୧୧ କିଲୋମିଟର ଦୂରରେ ଥିବା ପ୍ରାୟ ୬,୦୦୦ ଲୋକଙ୍କ ଗାଁ ଗଙ୍ଗାପୁରର ଜଣେ ବାରିକ।
“ମୋ ଗାଁରେ, ୧୨ଟି ପରିବାର ଏହି ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଆମେ ରୋଜଗାର ନକଲେ ଖାଇପାରିବୁ ନାହିଁ ।’’ ଲକଡାଉନ୍ ସମୟରେ ସେମାନଙ୍କର ଅସହାୟତା ବିଷୟରେ ବର୍ଣ୍ଣନା କରି ଉତ୍ତମ ଏହା କହିଥିଲେ । ତାଙ୍କ ସେଲୁନରେ ତିନୋଟି ଚେୟାର ଅଛି, ଅନ୍ୟ ଦୁଇଟିରେ ତାଙ୍କ ଭାଇ ଶ୍ୟାମ, ୩୬ ଏବଂ କୃଷ୍ଣ, ୩୧ (ଉପରେ ପ୍ରଚ୍ଛଦରେ ମଝି ଏବଂ ଡାହାଣ) ସେବା ଦିଅନ୍ତି । ସୂର୍ଯ୍ୟବଂଶୀ ହେୟାର ସେଲୁନରେ କେଶ କାଟିବା ପାଇଁ ଟ. ୫୦. କ୍ଷୌର ପାଇଁ ଟ.୩୦, ମୁଣ୍ଡ ମାଲିସ ପାଇଁ ଟ.୧୦ ଏବଂ ଫେସିଆଲ୍ ପାଇଁ ଟ.୫୦ ନିଆଯାଏ । ମାର୍ଚ୍ଚ ୨୫ ରେ ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ତିନି ଭାଇ ଯାକ ଦିନକୁ ପ୍ରାୟ ଟ. ୩୦୦-୪୦୦ ଲେଖାଏଁ ରୋଜଗାର କରୁଥିଲେ ।
Kalyan Dale

Awais Sayed
କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ଚାରି ଜଣିଆ ପରିବାରକୁ ଖାଇବାକୁ ଦେବା ଉତ୍ତମଙ୍କ ପାଇଁ ଏକ ପ୍ରକୃତ ଆହ୍ୱାନ। ସେ ପଚାରନ୍ତି, ‘‘ଚାହିଦା ଅଧିକ ଥିବା ସମୟରେ ବନ୍ଦ ହେବା ଠାରୁ କ’ଣ ଅଧିକ ଯନ୍ତ୍ରଣାଦାୟକ ହୋଇପାରେ?’’। ସେ ବୁଝାଇ କୁହନ୍ତି, ଗ୍ରୀଷ୍ମ ହେଉଛି ବିବାହ ଋତୁ, ଏବଂ ଏହା ବାରିକମାନଙ୍କୁ ଭଲ ରୋଜଗାର କରିବାର ସୁଯୋଗ ଦେଇଥାଏ ଏବଂ ଏହା ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଋଣ ପରିଶୋଧ କରି ଋଣ ଜାଲରୁ ମୁକୁଳିବାର ସୁଯୋଗ ଦେଇଥାଏ ।
"୨୦୧୮ ପରଠାରୁ ଆମ ଅଞ୍ଚଳରେ ଲଗାତାର ମରୁଡ଼ି ଆମର ସେବାରେ ଯେ କୌଣସି ମୂଲ୍ୟ ବୃଦ୍ଧିକୁ ସୀମିତ ରଖିଛି ’’ ଏହା ଦର୍ଶାଇଛନ୍ତି ଲାଟୁର ଜିଲ୍ଲା କେଶକର୍ତ୍ତନାଳୟ ସଂଗଠନ (ସେଲୁନ୍ ୟୁନିଅନର ଏକ ସଂଘ) ର ଅଧ୍ୟକ୍ଷ ଭାଉସାହେବ ଶେଣ୍ଡ୍ରେ ଦର୍ଶାଇଛନ୍ତି । ସେ କହିଛନ୍ତି, ‘‘ଆମମାନଙ୍କ ମଧ୍ୟରୁ ପ୍ରାୟ ୮୦% ଭୂମିହୀନ ଏବଂ ବାସହୀନ। ଏଥିସହ ସେହି ସମୟ ମଧ୍ୟରେ ଆମେ ଘର ଏବଂ ସେଲୁନ୍ ଭଡା ଉପରେ ୧୫ ପ୍ରତିଶତ ବୃଦ୍ଧିର ଭାର ମଧ୍ୟ ସହିଛୁ ।’’ ଜୀବନ ଧାରଣର ମୂଲ୍ୟ ବଢ଼ୁଥିବା ବେଳେ ଆମ ଆୟ ହ୍ରାସ ପାଉଛି । ଆମ ପାଇଁ କ୍ଷତି ନିଶ୍ଚିତ, ଜୀବିକା ଅନିଶ୍ଚିତ।
ଶେଣ୍ଡ୍ରେଙ୍କ ୟୁନିଅନ୍ ରାଜ୍ୟର ଓବିସି ସମ୍ପ୍ରଦାୟ ନାଭିକ (ବାରିକ)କୁ ସଂଯୋଗ କରୁଥିବା ଏକ ଫେଡେରେସନ୍ ରାଜ୍ୟ ସ୍ତରୀୟ ମହାରାଷ୍ଟ୍ର ନାଭିକ ମହାମଣ୍ଡଳ ସହିତ ଅନୁବନ୍ଧିତ। ମହାମଣ୍ଡଳର ମୁଖ୍ୟ କଲ୍ୟାଣ ଡାଲେ ଦୃଢ଼ୋକ୍ତି କରନ୍ତି ଯେ ମହାରାଷ୍ଟ୍ରରେ ୪ ନିୟୁତରୁ ଅଧିକ ନାଭିକ ଅଛନ୍ତି। ଯଦିଓ, ଏହାକୁ ପୁଷ୍ଟି କରୁଥିବା କୌଣସି ସରକାରୀ ତଥ୍ୟ ନାହିଁ । କିନ୍ତୁ ମୋଟାମୋଟି (ବହୁ ପୁରୁଣା) ଆକଳନଗୁଡ଼ିକ ସୂଚାଏ ଏହା ଅନେକ ଲକ୍ଷ ହେବ ।
ଜିଲ୍ଲାରେ ୬,୦୦୦ ସେଲୁନ୍ ଅଛି– ଏହା ପ୍ରାୟ ୨୦,୦୦୦ ଲୋକଙ୍କୁ ନିଯୁକ୍ତି ଦିଅନ୍ତି - ସେଥିମଧ୍ୟରୁ ୮୦୦ କେବଳ ଲାଟୁର ସହରରେ। ୟୁନିୟନ କହିଛି ଯେ ପ୍ରତ୍ୟେକ ସେଲୁନରେ ହାରାହାରି ୩-୪ ଟି ଚେୟାର ଅଛି ଏବଂ ପ୍ରତ୍ୟେକ ଚେୟାରରେ ଦୈନିକ ପ୍ରାୟ ଟ.୪୦୦-୫୦୦ ଆୟ କରିଥାଏ । ଯାହାର ଅର୍ଥ ହେଉଛି ସେମାନେ ଏକତ୍ର ଦୈନିକ ପ୍ରାୟ ଟ.୧୨-୧୩ ଲକ୍ଷ ଟଙ୍କା ବ୍ୟବସାୟ କରନ୍ତି ।
ଜିଲ୍ଲାର ବାକି ୫,୨୦୦ ସେଲୁନ୍ରେ ହାରାହାରି ୨-୩ ଟି ଚେୟାର ରହିଛି ଏବଂ ପ୍ରତ୍ୟେକ ଚେୟାର ପ୍ରତିଦିନ ଟ.୨୦୦-୩୦୦ ଆୟ କରେ । ତାହା ପ୍ରାୟ ଦୈନିକ ୪୭ ଲକ୍ଷ ମୂଲ୍ୟର ବ୍ୟବସାୟ ।
୨୧ ଦିନ ପାଇଁ ବନ୍ଦ ଥିବା ସମସ୍ତ ସେଲୁନ୍ ଗୁଡିକ କେବଳ ଲାଟୁର ଜିଲ୍ଲାର ଏହି ଗରିବ ତଥା ଦଳିତ ସମ୍ପ୍ରଦାୟ ପ୍ରତି ଟ.୧୨.୫ କୋଟିରୁ ଅଧିକ କ୍ଷତିକୁ ସୂଚିତ କରେ ।ବାରିକମାନେ ସେମାନଙ୍କର ଦୈନନ୍ଦିନ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଯାହାକି ଏକ ନିର୍ଦ୍ଦିଷ୍ଟ ଦିନରେ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ସହିତ ଭିନ୍ନ ଭିନ୍ନ ହୋଇଥାଏ ... ସେମାନଙ୍କ ମଧ୍ୟରୁ କାହାର କୌଣସି ସଞ୍ଚୟ ନାହିଁ, ଅନେକେ ଋଣରେ ଅଛନ୍ତି । ଏବଂ ବର୍ତ୍ତମାନ ଲକଡାଉନ୍ ସେମାନଙ୍କର ଅସହାୟତା ବହୁଗୁଣିତ କରିଛି

ଶେଣ୍ଡ୍ରେ କୁହନ୍ତି, "ଯେଉଁ ବାରିକମାନେ ଆମ ସହ କାମ କରନ୍ତି ସେମାନେ ଏତେ ପରିମାଣରେ ଯନ୍ତ୍ରଣା ଭୋଗୁଛନ୍ତି, ସେମାନେ ଗୋଟିଏ ଉପଯୁକ୍ତ ଭୋଜନ ପାଇଁ ମଧ୍ୟ ଅସମର୍ଥ।" “ତେଣୁ ଆମେ ଟ. ୫୦,୦୦୦ ସଂଗ୍ରହ କଲୁ ଏବଂ ଜିଲ୍ଲାର ୫୦ଟି ଅସହାୟ ପରିବାରକୁ ଟ.୧୦୦୦ ମୂଲ୍ୟର କିଟ୍ ପ୍ରଦାନ କଲୁ । ଏହି କିଟ୍ରେ ୧୦ କିଲୋଗ୍ରାମ ଗହମ, ପାଞ୍ଚ କିଲୋ ଚାଉଳ, ଦୁଇ କିଲୋ ତେଲ ଏବଂ ମସୁର ଡାଲି, ଚିନି ଏବଂ ବାଦାମ କିଲେ ଲେଖାଏଁ ସାମିଲ। ଏଥିସହ ଗୋଟିଏ ଡେଟଲ୍ ସାବୁନ୍ । ଆମେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ତିନି ମାସର ଅନିଶ୍ଚିତ ମାଗଣା ରାସନ ଉପରେ ନିର୍ଭର କରିପାରିବୁ ନାହିଁ ବୋଲି ଶେଣ୍ଡ୍ରେ ନିରାଶ ହୋଇ କହିଛନ୍ତି।
ବାରିକମାନେ ସେମାନଙ୍କର ଦୈନନ୍ଦିନ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଯାହାକି ଏକ ନିର୍ଦ୍ଦିଷ୍ଟ ଦିନରେ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ସହିତ ଭିନ୍ନ ଭିନ୍ନ ହୋଇଥାଏ । ପ୍ରାୟତଃ, ଏହି ବିନୟୀ କାରିଗରମାନେ କମ୍ ଖର୍ଚ୍ଚରେ ଯୁବ ପିଢ଼ିଙ୍କ ଦ୍ୱାରା ଦାବି କରାଯାଉଥିବା ଆନନ୍ଦଦାୟକ କେଶ କର୍ତ୍ତନ କରନ୍ତି । ସେମାନଙ୍କ ମଧ୍ୟରୁ କାହାର କୌଣସି ସଞ୍ଚୟ ନାହିଁ, ଅନେକେ ଋଣରେ ଅଛନ୍ତି।
ଏବଂ ବର୍ତ୍ତମାନ ଲକଡାଉନ୍ ସେମାନଙ୍କର ଅସହାୟତାକୁ ବହୁଗୁଣିତ କରିଛି । ଋଣ ନେବା ପାଇଁ ସେମାନଙ୍କର କେବଳ ଦୁଇଟି ଉତ୍ସ ଅଛି: ‘ନ୍ୟୁ ଏଜ୍’ ଫାଇନାନ୍ସ କମ୍ପାନୀ ଯାହା ବାର୍ଷିକ ୧୫ ପ୍ରତିଶତ ଦାବି କରନ୍ତି (ଯଦିଓ ଚୂଡ଼ାନ୍ତ ବୋଝ ସେହି ସଂଖ୍ୟା ତୁଳନାରେ ଅଧିକ ଭାରୀ ହୁଏ) । କିମ୍ବା ବେସରକାରୀ ଋଣଦାତା ଯେଉଁମାନେ ମାସିକ ୩ ରୁ ୫ ପ୍ରତିଶତ ସୁଧ ଦାବି କରନ୍ତି ।
ଲାଟୁର ସହରର ଉପକଣ୍ଠରେ ଥିବା ଖଡଗାଓଁରେ ରହୁଥିବା ଜଣେ ବାରିକ ସୁଧାକର ସୂର୍ଯ୍ୟବଂଶୀ ଋଣ ସହ ସଂଘର୍ଷ କରୁଛନ୍ତି। ସେ କୁହନ୍ତି, “ମୋ ଆୟର ସର୍ବାଧିକ ଅଂଶ ମୋ ପିଲାମାନଙ୍କ ଟ୍ୟୁସନ ଫି ଦେବାରେ ଯାଇଥାଏ।(ଲକ୍ଡାଉନ୍ ପୂର୍ବରୁ ସେ ଦିନକୁ ପ୍ରାୟ ୩୦୦ ଟଙ୍କା ରୋଜଗାର କରୁଥିଲେ)’’। ଏହି ଜାନୁଆରୀ ମାସରେ ସେ ତାଙ୍କ ପିଲାମାନଙ୍କର ପାଠପଢ଼ା ପାଇଁ ମାସିକ ୩ ପ୍ରତିଶତ ସୁଧ ହାରରେ ଜଣେ ଋଣଦାତାଙ୍କଠାରୁ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ।। ଏପରିକି ସେ ମାର୍ଚ୍ଚ ମାସରେ ୩,୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଯଦିଓ ତାଙ୍କର ସମସ୍ୟା, ଏହା ପୂର୍ବରୁ ମଧ୍ୟ ଆରମ୍ଭ ହୋଇଥିଲା ।
Vilas Gawali

Vilas Gawali
ସେ କୁହନ୍ତି ଡିସେମ୍ବର ୨୦୧୯ ରେ, “ମୁଁ ମୋ ବ୍ୟାଙ୍କରୁ ଏକ ଫୋନ୍ ପାଇଲି ଯେ ମୋର ଜନଧନ ଆକାଉଣ୍ଟ ବାତିଲ ହୋଇଯାଇଛି ।" ଏହା ଦୁଇଟି ଉପାୟରେ ଅଦ୍ଭୁତ ଥିଲା । ପ୍ରଥମତଃ: ସେ ଆବଶ୍ୟକ କରୁଥିବା ପ୍ରତ୍ୟେକ ଡକ୍ୟୁମେଣ୍ଟ୍ ଦାଖଲ କରିଥିଲେ - ପାନ୍ କାର୍ଡ, ଆଧାର, ‘କମଳା’ ରାସନ କାର୍ଡ ଇତ୍ୟାଦି । ଦ୍ୱିତୀୟତଃ: ଯାହା ହେଉନା କାହିଁକି ସେହି ଆକାଉଣ୍ଟରେ ସେ କେବେ କୌଣସି ଟଙ୍କା ପାଇ ନଥିଲେ । ‘କମଳା’ କାର୍ଡ ସେହିମାନଙ୍କ ପାଇଁ ମହାରାଷ୍ଟ୍ର ସହରାଞ୍ଚଳରେ ଯେଉଁମାନଙ୍କର ବାର୍ଷିକ ଆୟ ଟ. ୫୯,୦୦୦ ଏବଂ ଟ. ୧ ଲକ୍ଷ ଟଙ୍କା ମଧ୍ୟରେ ଅଛି । ତାଙ୍କ ପରିବାରର ରାସନ କାର୍ଡରେ ପ୍ରାଧାନ୍ୟ କୁଟୁମ୍ବ (ଅଗ୍ରାଧିକାର ପରିବାର) ଷ୍ଟାମ୍ପ ରହିଛି, ଯାହା ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ କରିଛି ।
“ମୋର ସେହି ରାସନ କାର୍ଡ ଅଛି, କିନ୍ତୁ ଏହି ମାସ ପାଇଁ କିଛି ପାଇଲି ନାହିଁ । ତେଜରାତି ଦୋକାନ ମାଲିକ କହିଛନ୍ତି ଯେ ସେ କେବେ ଜିନିଷ ପାଇବେ ତାହା ସେ ମଧ୍ୟ ଜାଣି ନାହାଁନ୍ତି । ଏହି ଅବଧିରେ ସେ କିପରି ଭଡା ଦେବେ ସେ ବିଷୟରେ ମଧ୍ୟ ସେ ବାଟ ପାଉ ନାହାଁନ୍ତି ।ଚଳିତ ବର୍ଷ ଜାନୁଆରୀରେ ଘର ମାଲିକାଣି ତାଙ୍କ ଭଡାକୁ ଟ. ୨,୫୦୦ ରୁ ଟ. ୩,୦୦୦ ବୃଦ୍ଧି କରିଥିଲେ। ଭାର ବଢ଼ିବାର ଲାଗେ।
ସେ କରୋନା ଭାଇରସ୍ ଉପରେ ଗଣ ମାଧ୍ୟମର ଅଭିଯାନକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । “ଯେତେବେଳେ ଆମେ ପ୍ରତିଦିନ ଓଳିଏ ଖାଇବା ପାଇଁ ସଂଘର୍ଷ କରୁଛୁ, ଆମେ କିପରି ହ୍ୟାଣ୍ଡ ସାନିଟାଇଜର ଏବଂ ସୁରକ୍ଷାତ୍ମକ ମାସ୍କ ବିଷୟରେ ଚିନ୍ତା କରିପାରିବୁ ?
“ଆମ ପାଇଁ ସଙ୍କଟ ନିରନ୍ତର।ଗତକାଲି, ଆଜି ଏବଂ ଆସନ୍ତାକାଲି। ”
ପ୍ରଚ୍ଛଦ ଚିତ୍ର: କୁମାର ସୁର୍ଯ୍ୟବଂଶୀ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଲକ୍ଡାଉନ୍ରେ-ଥିବା-ବାରିକମାନେ-ବିନାଶରୁ-କେଶ-ମାତ୍ର