ନଭେମ୍ବର ପାଖାପାଖି, ତିନି ଦିନ ଧରି ରଙ୍ଗୀନ ଆଲୋକ ଓ ମାଟି ତିଆରି ଦୀପରେ ଝଲସି ଉଠେ ମାଜୁଲି ଦ୍ୱୀପର ଗରାମୁର ବଜାର। ଶୀତ ସନ୍ଧ୍ୟାର ଆଗମନ ସହିତ ଏଣେତେଣେ ଲାଗିଥିବା ଅସୁମାରି ଡାକବାଜି ଯନ୍ତ୍ରରୁ ଝଙ୍କୃତ ହୋଇଉଠେ ଖୋଳ ଓ ଝାଞ୍ଜ ବାଜଣାର ଧ୍ୱନି।

ଆରମ୍ଭ ହୋଇଯାଇଛି ରାସ ମହୋତ୍ସବ।

ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ, ଆସାମରେ ପ୍ରଚଳିତ କଟି-ଆଘନ ମାସର ପୂର୍ଣ୍ଣିମା ଦିନ ଏହି ଉତ୍ସବ ପାଳିତ ହୁଏ। ପ୍ରତି ବର୍ଷ ଏହି ଉତ୍ସବ ପାଳନ ଅବସରରେ ବହୁସଂଖ୍ୟକ ଯାତ୍ରୀ ଓ ପର୍ଯ୍ୟଟକ ଏହି ଦ୍ୱୀପରେ ସମବେତ ହୋଇଥାଆନ୍ତି। ଏହା ଦୁଇ ଦିନ ଧରି ଚାଲେ।

ବୋରୁନ ଚିତାଦର ଚକ୍ ଗାଁରେ ଏହି ଉତ୍ସବ ଆୟୋଜନ କମିଟିର ସଂପାଦକ ରାଜା ପାୟେଙ୍ଗ କହନ୍ତି, “ଏହା ଯଦି ନ ଥାଆନ୍ତା, ଆମକୁ କିଛି ହଜେଇ ଦେବା ଭଳି ଲାଗିଥାଆନ୍ତା। ଏହା (ରାସ ମହୋତ୍ସବ) ହେଉଛି ଆମର ସଂସ୍କୃତି। ବର୍ଷ ସାରା ଏହି ଉତ୍ସବ ପାଳନକୁ ଲୋକେ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି।”

ଆସାମର ଅନେକ ବୈଷ୍ଣବ ମଠ ମଧ୍ୟରୁ ଗୋଟିଏ ଗରାମୁର ସାରୁ ସତ୍ର। ସେଠାରେ ରୁଣ୍ଡ ହୋଇଛନ୍ତି ସେ ଅଞ୍ଚଳର ଶହ ଶହ ଲୋକ। ସମସ୍ତେ ନିଜ ନିଜର ସର୍ବୋତ୍ତମ ପୋଷାକ ପରିଧାନ କରି ଆସିଛନ୍ତି।

The Garamur Saru Satra is one of the more than 60 venues in Majuli, Assam where the mahotsav was held in 2022. Krishna Dutta, (standing) works on stage decorations
PHOTO • Prakash Bhuyan

ଗରାମୁର ସାରୁ ସତ୍ର -୨୦୨୨ରେ ଆସାମର ମାଜୁଲି ଦ୍ୱୀପରେ ଯେଉଁ ୬୦ରୁ ଅଧିକ ଉତ୍ସବ ସ୍ଥଳରେ ଏହି ମହୋତ୍ସବ ପାଳିତ ହୋଇଥିଲା ସେଥିରୁ ଗୋଟିଏ।କ୍ରିଷ୍ଣା ଦତ୍ତ(ଠିଆ ହୋଇଛନ୍ତି)ମଣ୍ଡପ ସାଜସଜ୍ଜାରେ ଲାଗିଛନ୍ତି

The five hoods of the mythical snake Kaliyo Naag rest against the wall at the Garamur Saru Satra. Handmade props such as these are a big part of the festival performances.
PHOTO • Prakash Bhuyan

ଗରାମୁର ସାରୁ ସତ୍ରର କାନ୍ଥକୁ ଡେରା ହୋଇ ରହିଛି ପୁରାଣ ବର୍ଣ୍ଣିତ କାଳୀୟ ନାଗର ପାଞ୍ଚଟି ଫଣା। ଏହି ଉତ୍ସବର ଅଭିନୟ କଳା ପ୍ରଦର୍ଶନରେ ଏଭଳି ଅନେକ ହାତତିଆରି ସରଞ୍ଜାମର ଏକ ବୃହତ୍ ଭୂମିକା ରହିଛି

ରାସ ମହୋତ୍ସବ (କୃଷ୍ଣଙ୍କ ନୃତ୍ୟ ଉତ୍ସବ)ରେ ନୃତ୍ୟ, ନାଟକ ଏବଂ ସଙ୍ଗୀତ ପରିବେଷଣ ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଜୀବନ ବୃତ୍ତାନ୍ତ ପରିବେଷିତ ହୁଏ। ଏହି ଉତ୍ସବ ପାଳନ ଅବସରରେ ଗୋଟିଏ ଦିନରେ କଳାକାରମାନେ ୧୦୦ରୁ ଅଧିକ ଚରିତ୍ରରେ ମଞ୍ଚ ଉପରେ ଅବତୀର୍ଣ୍ଣ ହୁଅନ୍ତି।

ମଞ୍ଚରେ ପରିବେଷିତ ହୁଏ କୃଷ୍ଣଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ- ବୃନ୍ଦାବନରେ ବଢୁଥିବା ଜଣେ ଶିଶୁରୁ ଆରମ୍ଭ କରି ରାସଲୀଳା ରୂପେ ବର୍ଣ୍ଣିତ ଗୋପୀମାନଙ୍କ (ଗୋପାଳୁଣୀ) ସହିତ ତାଙ୍କର ନୃତ୍ୟ ପର୍ଯ୍ୟନ୍ତ। ଏହି ଅବସରରେ ପରିବେଷିତ କେତେକ ନାଟିକା ଶଙ୍କରଦେବଙ୍କ ରଚିତ ‘କେଲି ଗୋପାଲ’ ଏବଂ ତାଙ୍କ ଶିଷ୍ୟ ମାଧବଦେବଙ୍କ ରଚିତ ‘ରାସ ଝୁମୁରା’ ଶୀର୍ଷକ ଅଙ୍କିୟା ନାଟ (ଏକାଙ୍କିକା)ର ଉଦ୍ଧୃତ ରୂପ।

ଗରାମୁର ମହୋତ୍ସବରେ ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରୁଥିବା ମୁକ୍ତା ଦତ୍ତ କହନ୍ତି ଯେ ଥରେ ନାଟିକାରେ ତାଙ୍କ ଚରିତ୍ର ସ୍ଥିର ହୋଇଗଲେ ତାଙ୍କୁ କେତେକ ପରମ୍ପରା ଅନୁସରଣ କରିବାକୁ ପଡ଼େ। “ଆମ ଭିତରୁ ଯେଉଁମାନେ କୃଷ୍ଣ, ନାରାୟଣ କିମ୍ବା ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରନ୍ତି, ସେମାନେ ନିଜ ନିଜର ଭୂମିକା ସ୍ଥିର ହେବା ଦିନରୁ ହିଁ କେବଳ ସାତ୍ତ୍ୱିକ ନିରାମିଷ ଭୋଜନ କରନ୍ତି। ରାସର ପ୍ରଥମ ଦିନରେ ଆମେ ଏକ ବ୍ରତ (ଉପବାସ) ପାଳନ କରୁ। ପ୍ରଥମ ଦିନର ଅଭିନୟ ପ୍ରଦର୍ଶନ ଶେଷ ହେବା ପରେ ହିଁ ଆମର ବ୍ରତ ଭଙ୍ଗ ହୁଏ।”

ଆସାମରେ ପ୍ରାୟ ୬୪୦ କିଲୋମିଟର ଧରି ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଏକ ଖୁବ୍ ବଡ଼ ଦ୍ୱୀପ ହେଉଛି ମାଜୁଲି। ଏହି ଦ୍ୱୀପରେ ରହିଥିବା ସତ୍ର (ମଠ) ସମୂହ ବୈଷ୍ଣବପନ୍ଥୀ ଧର୍ମ ସହିତ କଳା ଓ ସଂସ୍କୃତିର କେନ୍ଦ୍ରସ୍ଥଳ ରୂପେ ପରିଗଣିତ। ପଞ୍ଚଦଶ ଶତାବ୍ଦୀରେ ସମାଜ ସଂସ୍କାରକ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସତ୍ରଗୁଡ଼ିକ ଆସାମର ନବ-ବୈଷ୍ଣବପନ୍ଥୀ ଭକ୍ତି ଆନ୍ଦୋଳନର ରୂପରେଖ ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଏକଦା ମାଜୁଲିରେ ପ୍ରତିଷ୍ଠିତ ପ୍ରାୟ ୬୫ଟି ସତ୍ର ମଧ୍ୟରୁ ଏବେ ମାତ୍ର ପ୍ରାୟ ୨୨ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ବିଶ୍ୱର ବୃହତ୍ତମ ନଦୀ ପ୍ରଣାଳୀ ମଧ୍ୟରୁ ଅନ୍ୟତମ ବ୍ରହ୍ମପୁତ୍ରରେ ବାରମ୍ବାର ବନ୍ୟା ଯୋଗୁଁ ମୃତ୍ତିକା କ୍ଷୟ ଘଟିବାରୁ ଅନ୍ୟ ସତ୍ରଗୁଡ଼ିକ ନିଶ୍ଚିହ୍ନ ହୋଇଯାଇଛି। ଗ୍ରୀଷ୍ମ ଓ ବର୍ଷା ମାସ ମଧ୍ୟରେ ହିମାଳୟର ବରଫାବୃତ୍ତ ଅଞ୍ଚଳରେ ତରଳୁଥିବା ବରଫ ଏହି ନଦୀଶଯ୍ୟାରେ ମିଶିଥାଏ। ଏହା ସହିତ ବୃଷ୍ଟିପାତ ହିଁ ମାଜୁଲି ଓ ଆଖପାଖରେ ମୃତ୍ତିକା କ୍ଷୟର ପ୍ରମୁଖ କାରଣ।

Mukta Dutta, who plays the role of Vishnu is getting his makeup done
PHOTO • Prakash Bhuyan

ଫଟୋ: ବିଷ୍ଣୁଙ୍କ ଭୂମିକାରେ ଅଭିନୟ କରୁଥିବା ମୁକ୍ତା ଦତ୍ତ ତାଙ୍କ ପ୍ରସାଧନରେ ମଗ୍ନ

Monks of the Uttar Kamalabari Satra getting ready for their 2016 performance at the Raas Mahotsav
PHOTO • Prakash Bhuyan

ଫଟୋ: ୨୦୧୬ର ରାସ ମହୋତ୍ସବରେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି ଉତ୍ତର କମଲାବାରୀ ସତ୍ରର ଅନ୍ତେବାସୀମାନେ

ଏହି ସବୁ ସତ୍ର ରାସ ମହୋତ୍ସବ ପାଳନର ଉତ୍ସବସ୍ଥଳୀ ରୂପେ ବିବେଚିତ ହୁଅନ୍ତି। ସତ୍ରର ସଭାକକ୍ଷରେ ଏବଂ ଖୋଲାପଡ଼ିଆରେ, ଏମିତି କି ବିଦ୍ୟାଳୟର ଖେଳପଡ଼ିଆରେ ସ୍ଥାପିତ ଅସ୍ଥାୟୀ ମଞ୍ଚରେ ଦ୍ୱୀପରେ ରହୁଥିବା ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକେ ଉତ୍ସବ ପାଳନ ସହିତ କଳା ପ୍ରଦର୍ଶନ କରନ୍ତି।

ସାଧାରଣତଃ ଉତ୍ତର କମଲାବାରୀ ସତ୍ର ପକ୍ଷରୁ ଆୟୋଜିତ କଳା ପ୍ରଦର୍ଶନରେ ମହିଳାମାନେ ଅଭିନୟ କରନ୍ତି। କିନ୍ତୁ ଗରାମୁର ସାରୁ ସତ୍ରରେ ମହିଳାମାନେ ଅଭିନୟରେ ଅଂଶଗ୍ରହଣ କରନ୍ତି ନାହିଁ। ଏଠାରେ ଧାର୍ମିକ ଓ ସାଂସ୍କୃତିକ ଶିକ୍ଷାଲାଭ କରୁଥିବା ଭକ୍ତ ରୂପେ ଅଭିହିତ ଚିର ଅବିବାହିତ ସନ୍ଥମାନେ ନାଟକରେ ଅଭିନୟ କରନ୍ତି ଏବଂ ଏହି ପ୍ରଦର୍ଶନ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ ହୋଇଥାଏ।

ଗରାମୁର ସାରୁ ସତ୍ରରେ ପାଳିତ ରାସ ମହୋତ୍ସବର ଅନ୍ୟତମ ପ୍ରତିଷ୍ଠାତା ହେଲେ ୮୨ ବର୍ଷୀୟ ଇନ୍ଦ୍ରନୀଲ ଦତ୍ତ। ପୁରୁଣା ଦିନର କଥାକୁ ମନେ ପକାଇ, ୧୯୫୦ ମସିହାରେ କେବଳ ପୁରୁଷ ଅଭିନେତାଙ୍କ ଅଂଶଗ୍ରହଣ ପରମ୍ପରାକୁ ଭଙ୍ଗ କରି ତତ୍କାଳୀନ ସତ୍ରାଧିକାର (ସତ୍ରର ମୁଖ୍ୟ) ପୀତାମ୍ବର ଦେବ ଗୋସ୍ୱାମୀ କିଭଳି ମହିଳା କଳାକାର ଓ ଅଭିନେତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ସେ କଥା କହନ୍ତି।

ଅତୀତର ସ୍ମୃତି ରୋମନ୍ଥନ କରି ସେ କହନ୍ତି, “ପୀତାମ୍ବର ଦେବ ନାମଘର (ପ୍ରାର୍ଥନା ଗୃହ) ବାହାରେ (ପାରମ୍ପରିକ ସ୍ଥାନ) ମଞ୍ଚ ନିର୍ମାଣ କରିଥିଲେ। ନାମଘର ପୂଜାସ୍ଥଳୀ ହୋଇଥିବାରୁ ଆମେ ବାହାରେ ମଞ୍ଚ ସ୍ଥାପନ କରିଥିଲୁ।”

ସେହି ପରମ୍ପରା ଆଜି ଯାଏଁ ଅବ୍ୟାହତ ରହିଛି। ମହୋତ୍ସବ ଆୟୋଜନ କରାଯାଉଥିବା ୬୦ରୁ ଅଧିକ ଉତ୍ସବସ୍ଥଳରୁ ଗରାମୁର ଅନ୍ୟତମ। ପ୍ରାୟ ୧,୦୦୦ ଲୋକଙ୍କ ବସିବା ବ୍ୟବସ୍ଥା ଥିବା ପ୍ରେକ୍ଷାଳୟରେ ଏହି କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଦେଖିବା ପାଇଁ ଟିକଟ କରିବାକୁ ପଡ଼େ।

Left: The rehearsals at the Garamur Satra begin two weeks before the mahotsav
PHOTO • Prakash Bhuyan
Right: Children rehearse for their roles as gopa balaks [young cowherds]. A mother fixes her child's dhoti which is part of the costume
PHOTO • Prakash Bhuyan

ବାମ: ମହୋତ୍ସବର ଦୁଇ ସପ୍ତାହ ଆଗରୁ ଗରାମୁର ସତ୍ରରେ ଅଭିନୟ ଅଭ୍ୟାସ ଆରମ୍ଭ ହୁଏ। ଡାହାଣ: ଗୋପ ବାଳକ (ଶିଶୁ ଗୋପାଳକ) ରୂପେ ସେମାନଙ୍କ ଭୂମିକାରେ ଅଭିନୟ କରିବାକୁ ପିଲାମାନେ ଅଭ୍ୟାସ କରନ୍ତି। ଜଣେ ମାଆ ତାଙ୍କ ପୁଅର ବେଶଭୁଷାରେ ବ୍ୟବହୃତ ଧୋତି ସଜାଡ଼ି ଦେଉଛନ୍ତି

ଏଠାରେ ଯେଉଁ ସବୁ ନାଟକ ପରିବେଷିତ ହୁଏ ସେ ସବୁ ଶଙ୍କରଦେବ ଏବଂ ବୈଷ୍ଣବଧର୍ମ ପରମ୍ପରାର ଅନ୍ୟମାନେ ଲେଖିଥିବା ନାଟକରୁ ଉଦ୍ଧୃତ ଏବଂ ଅଭିଜ୍ଞ କଳାକାରମାନେ ଏଥିରେ କିଛିଟା ନୂତନତ୍ୱ ସାମିଲ କରିଛନ୍ତି। ଇନ୍ଦ୍ରନୀଲ ଦତ୍ତ କହନ୍ତି, “ ମୁଁ ଯେତେବେଳେ କୌଣସି ନାଟକ ଲେଖେ, ସେଥିରେ ଲୋକ ସଂସ୍କୃତିର ଉପାଦାନ ଯୋଡ଼ିଦିଏ। ଆମକୁ ଆମ ଜାତି ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ହେବ।”

ମୁକ୍ତା ଦତ୍ତ କହନ୍ତି, “ଦୀପାବଳି ପରଦିନଠାରୁ ମୁଖ୍ୟ ରିହର୍ସାଲ ଆରମ୍ଭ ହୁଏ।” ଏହା ଫଳରେ କଳାକାରମାନେ ପ୍ରସ୍ତୁତ ହେବା ଲାଗି ଦୁଇ ସପ୍ତାହରୁ କମ୍ ସମୟ ପାଆନ୍ତି। ଜଣେ ଅଭିନେତା ତଥା ଗରାମୁର ସଂସ୍କୃତ ଟୋଲ୍ (ବିଦ୍ୟାଳୟ)ରେ ଶିକ୍ଷକତା କରୁଥିବା ଦତ୍ତ କହନ୍ତି, “ପୂର୍ବରୁ ଅଭିନୟ କରିଥିବା କଳାକାରମାନେ ଭିନ୍ନ ଭିନ୍ନ ଜାଗାରେ ରହୁଛନ୍ତି। ସେମାନଙ୍କୁ ପୁଣି ଆଣି ଏକାଠି କରିବା ସହଜ ନୁହେଁ।”

ପ୍ରାୟତଃ ଏହି ମହୋତ୍ସବ ସମୟରେ ହିଁ କଲେଜ ଓ ବିଶ୍ୱବିଦ୍ୟାଳଯ ପରୀକ୍ଷା ହୋଇଥାଏ। କଥାବାର୍ତ୍ତା ଆଗେଇ ନେବାକୁ ଯାଇ ମୁକ୍ତା କହନ୍ତି, “ଦିନକ ପାଇଁ ହେଲେ ବି ସେମାନେ (ଛାତ୍ରଛାତ୍ରୀମାନେ) ଆସନ୍ତି। ରାସରେ ସେମାନେ ନିଜ ନିଜ ଭୂମିକାରେ ଅଭିନୟ କରନ୍ତି ଏବଂ ପରଦିନ ପରୀକ୍ଷା ଦେବାକୁ ଚାଲିଯାଆନ୍ତି। ”

ପ୍ରତି ବର୍ଷ ମହୋତ୍ସବ ଆୟୋଜନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଗରାମୁରରେ ୨୦୨୨ରେ ଏହି ଖର୍ଚ୍ଚ ପ୍ରାୟ ୪ ଲକ୍ଷ ଟଙ୍କା ଥିଲା। ମୁକ୍ତା କହନ୍ତି, “ଆମେ ଟେକନିସିଆନମାନଙ୍କ ପାଉଣା ଦେଉ। ସବୁ ଅଭିନେତା ଏବଂ ସ୍ୱେଚ୍ଛାସେବୀମାନଙ୍କୁ ବି।  ପାଖାପାଖି ୧୦୦ରୁ ୧୫୦ ଲୋକ। ସେମାନେ ସମସ୍ତେ ନିଜ ଇଚ୍ଛାରେ କାମ କରନ୍ତି।”

ଆସାମର ଏକ ଅଧିସୂଚିତ ଜନଜାତି ମିସିଂ (ବା ମିଶିଂ) ସଂପ୍ରଦାୟର ସଦସ୍ୟମାନଙ୍କ ଦ୍ୱାରା ବୋରୁନ ଚିତାଦର ଚକ ପକ୍ଷରୁ ଗୋଟିଏ ସ୍କୁଲରେ ରାସ ମହୋତ୍ସବ ଆୟୋଜିତ ହୋଇଥାଏ। ଯୁବ ପିଢ଼ିର ଆଗ୍ରହ ଅଭାବରୁ ଏବଂ କାମଧନ୍ଦା ଲାଗି ଏ ଅଞ୍ଚଳର ବହୁ ଲୋକ ରାଜ୍ୟ ବାହାରକୁ ଚାଲି ଯାଉଥିବାରୁ ଗତ କିଛି ବର୍ଷ ହେଲା କଳାକାରମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତଥାପି ସେମାନେ ଉତ୍ସବ ପାଳନ ଧାରାରୁ ଓହରି ଯାଇନାହାନ୍ତି। ରାଜା ପାୟେଙ୍ଗ କହନ୍ତି, “ଆମେ ଯଦି ଏହା ପାଳନ ନ କରିବୁ ତେବେ ଗାଁରେ କିଛି ଅମଙ୍ଗଳ ଘଟିପାରେ। ଅଧିକାଂଶ ଗାଁ ଲୋକଙ୍କର ଏହି ବିଶ୍ୱାସ ରହିଛି।”

The Raas festival draws pilgrims and tourists to Majuli every year. The Kamalabari Ghat situated on the Brahmaputra river, is a major ferry station and is even busier during the festival
PHOTO • Prakash Bhuyan

ରାସ ଉତ୍ସବ ଯୋଗୁଁ ପ୍ରତି ବର୍ଷ ବହୁ ଯାତ୍ରୀ ଓ ପର୍ଯ୍ୟଟକ ମାଜୁଲିକୁ ଆସନ୍ତି ବ୍ରହ୍ମପୁତ୍ର ନଦୀରେ ଅବସ୍ଥିତ କମଲାବାରି ଘାଟ ଏକ ପ୍ରମୁଖ ଡଙ୍ଗା ଘାଟ ଏବଂ ଉତ୍ସବ ସମୟରେ ଏହା ଆହୁରି ଚଳଚଞ୍ଚଳ ହୋଇଉଠେ

For the last 11 years, Bastav Saikia has been travelling to Majuli from Nagaon district to work on sets for the festival. Here, he is painting the backdrop for Kansa's throne to be used at the Garamur performance
PHOTO • Prakash Bhuyan

ଉତ୍ସବ ସମୟରେ ମଞ୍ଚରେ ସାଜସଜ୍ଜା କାମ କରିବା ପାଇଁ ଗତ ୧୧ ବର୍ଷ ହେଲା ନଗାଓଁ ଜିଲ୍ଲାରୁ ମାଜୁଲିକୁ ଯିବାଆସିବା କରିଆସୁଛନ୍ତି ବାସ୍ତବ ସାଇକିଆ। ଏଠାରେ ସେ ଗରାମୁରରେ ପ୍ରଦର୍ଶିତ ହେବାକୁ ଥିବା କଂସଙ୍କ ସିଂହାସନର ପୃଷ୍ଠଭାଗରେ ରଙ୍ଗ ଦେଉଛନ୍ତି

Parents and guardians assemble to have their children's makeup done by Anil Sarkar (centre), a teacher in the local primary school
PHOTO • Prakash Bhuyan

ସ୍ଥାନୀୟ ପ୍ରାଥମିକ ସ୍କୁଲର ଶିକ୍ଷକ ଅନିଲ ସରକାରଙ୍କ (ମଝି) ପାଖରେ ନିଜ ନିଜ ପିଲାମାନଙ୍କର ରୂପସଜ୍ଜା କରାଇବା ପାଇଁ ବାପାମାଆ ଓ ଅଭିଭାବକମାନେ ଏକାଠି ହୋଇଛନ୍ତି

Backstage, children dressed as gopa balaks prepare for their scenes
PHOTO • Prakash Bhuyan

ମଞ୍ଚ ପଛପାଖେ ଗୋପ ବାଳକଙ୍କ ଭଳି ବେଶଭୁଷାରେ ସେମାନଙ୍କ ଦୃଶ୍ୟରେ ଅଭିନୟ ଲାଗି ପିଲାମାନେ ପ୍ରସ୍ତୁତ ହେଉଛନ୍ତି

Reporters interviewing Mridupawan Bhuyan, who plays the role of Kansa, at the Garamur Saru Satra's festival
PHOTO • Prakash Bhuyan

ଗରାମୁର ସାରୁ ସତ୍ର ପକ୍ଷରୁ ଆୟୋଜିତ ଉତ୍ସବରେ କଂସ ଭୂମିକାରେ ଅଭିନୟ କରୁଥିବା ମୃଦୁପାବନ ଭୂୟାଁଙ୍କ ସହ ସାକ୍ଷାତକାର ନେଉଛନ୍ତି ରିପୋର୍ଟରମାନେ

Mukta Dutta comforts a sleepy child backstage
PHOTO • Prakash Bhuyan

ମଞ୍ଚ ପଛପାଖରେ ନିଦ ଘାରିଥିବା ଜଣେ ପିଲାକୁ ସହଜ କରାଉଛନ୍ତି ମୁକ୍ତା ଦତ୍ତ

Women light diyas and incense sticks around a figure of Kaliyo Naag. The ritual is part of the prayers performed before the festival begins
PHOTO • Prakash Bhuyan

ମହିଳାମାନେ କାଳୀୟ ନାଗ ମୂର୍ତ୍ତି ଚାରିପଟେ ଦୀପ ଓ ଧୂପକାଠି ଜାଳୁଛନ୍ତି ଏହା ଉତ୍ସବ ଆରମ୍ଭ ହେବା ପୂର୍ବରୁ ପାଳିତ ରୀତିନୀତିର ଅଂଶବିଶେଷ

People take photographs near the gates of the Garamur Saru Satra
PHOTO • Prakash Bhuyan

ଗରାମୁର ସାରୁ ସତ୍ରର ଫାଟକ ନିକଟରେ ଲୋକମାନେ ଫଟୋ ଉଠାଉଛନ୍ତି

In the prastavana – the first scene of the play – Brahma (right), Maheshwara (centre), Vishnu and Lakshmi (left) discuss the state of affairs on earth
PHOTO • Prakash Bhuyan

ନାଟକର ପ୍ରଥମ ଦୃଶ୍ୟ- ପ୍ରସ୍ତାବନାରେ ବ୍ରହ୍ମା (ଡାହାଣ), ମହେଶ୍ୱର (ମଝି), ବିଷ୍ଣୁ ଓ ଲକ୍ଷ୍ମୀ (ବାମ) ପୃଥିବୀର ପରିସ୍ଥିତି ସଂପର୍କରେ ଆଲୋଚନା କରୁଛନ୍ତି

The demoness or rakshasi Putona (centre) in her form as a young woman (Mohini Putona) promises Kansa (left) that she can kill the baby Krishna
PHOTO • Prakash Bhuyan

ଜଣେ ଯୁବତୀ (ମୋହିନୀ ପୁତନା) ବେଶ ଧାରଣ କରିଥିବା ରାକ୍ଷସୀ ପୁତନା (ମଝି) ଶିଶୁ କୃଷ୍ଣଙ୍କୁ ବଧ କରିପାରିବ ବୋଲି କଂସଙ୍କୁ (ବାମ) କଥା ଦେଉଛି

Young women dressed as gopis (female cowherds) prepare backstage for the nandotsav scene where the people of Vrindavan celebrate the birth of Krishna
PHOTO • Prakash Bhuyan

ବୃନ୍ଦାବନରେ କୃଷ୍ଣଙ୍କ ଜନ୍ମ ସମୟରେ ନନ୍ଦୋତ୍ସବ ପାଳନ ଦୃଶ୍ୟରେ ଗୋପୀ ବେଶରେ ଅଭିନୟ ଲାଗି ଯୁବତୀମାନେ ପ୍ରସ୍ତୁତ ହେଉଛନ୍ତି

The Raas Mahotsav celebrates the life of Lord Krishna through dance, drama and musical performances. More than 100 characters may be depicted on stage during a single day of the festival
PHOTO • Prakash Bhuyan

ରାସ ମହୋତ୍ସବରେ ନୃତ୍ୟ, ନାଟକ ଓ ସଙ୍ଗୀତ ପରିବେଷଣ ଜରିଆରେ ଭଗବାନ କୃଷ୍ଣଙ୍କ ଜୀବନ ବୃତ୍ତାନ୍ତ ସଂପର୍କିତ ଉତ୍ସବ ପାଳନ କରାଯାଏ। ଉତ୍ସବର ଗୋଟିଏ ଦିନରେ ମଞ୍ଚ ଉପରେ ୧୦୦ ରୁ ଅଧିକ ଚରିତ୍ର ନିଜ ନିଜର ଅଭିନୟ ପରିବେଷଣ କରନ୍ତି

The demoness Putona tries to poison the infant Krishna by breastfeeding him. Instead, she is herself killed. Yashoda (left) walks in on the scene
PHOTO • Prakash Bhuyan

ଶିଶୁ କୃଷ୍ଣଙ୍କୁ ସ୍ତନ୍ୟପାନ କରାଇ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରେ ରାକ୍ଷସୀ ପୁତନା। ହେଲେ ପରିଶେଷରେ ସେ ନିଜେ ପ୍ରାଣ ହରାଏ। ଏହି ଦୃଶ୍ୟରେ ଯଶୋଦା (ବାମ) ମଞ୍ଚରେ ପ୍ରବେଶ କରୁଛନ୍ତି

A young Lord Krishna dances with gopis in Vrindavan
PHOTO • Prakash Bhuyan

ବୃନ୍ଦାବନରେ ଗୋପୀମାନଙ୍କ ସହ ନୃତ୍ୟରତ ଭଗବାନ କୃଷ୍ଣ

At the Garamur Saru Satra, children acting out the scene where a young Krishna defeats and kills the demon Bokasur, who takes the form of a crane
PHOTO • Prakash Bhuyan

ଗରାମୁର ସାରୁ ସତ୍ରରେ ଶିଶୁ କୃଷ୍ଣଙ୍କ ହାତରେ ପରାସ୍ତ ଓ ନିହତ ବକାସୁର ରାକ୍ଷସ ବଗ ରୂପ ଧାରଣ କରୁଥିବା ଦୃଶ୍ୟରେ ଛୋଟ ପିଲାମାନଙ୍କ ଅଭିନୟ

Young actors playing Krishna and his brother Balaram perform the scene of the Dhenukasura badh – death of the demon Dhenuka
PHOTO • Prakash Bhuyan

ଧେନୁକା ରାକ୍ଷସର ମୃତ୍ୟୁ ସମ୍ବଳିତ ଧେନୁକାସୁର ବଧ ଦୃଶ୍ୟରେ କୃଷ୍ଣ ଓ ତାଙ୍କ ବଡ଼ଭାଇ ବଳରାମ ଭୂମିକାରେ ଛୋଟ ପିଲାଙ୍କ ଅଭିନୟ

Children make up a large number of the performers at the Garamur Saru Satra Raas Mahotsav held in Majuli, Assam
PHOTO • Prakash Bhuyan

ଆସାମର ମାଜୁଲିରେ ଗରାମୁର ସତ୍ର ପକ୍ଷରୁ ଆୟୋଜିତ ରାସ ମହୋତ୍ସବରେ ବହୁସଂଖ୍ୟକ ଛୋଟ ଛୋଟ ପିଲା ନିଜ ନିଜର ଅଭିନୟ କଳା ପ୍ରଦର୍ଶନ କରନ୍ତି

The Kaliyo daman scene shows Krishna defeating the Kaliyo Naag living in the Yamuna river and dancing on his head
PHOTO • Prakash Bhuyan

କା ଳୀ ୟ ଦମନ ଦୃଶ୍ୟରେ ଯମୁନା ନଦୀରେ ରହୁଥିବା କାଳୀୟ ନାଗକୁ ପରାସ୍ତ କରି କୃଷ୍ଣ ତା ର ଫଣା ଉପରେ ନାଚୁଛନ୍ତି

Actors and audience members enjoy the performances from the wings
PHOTO • Prakash Bhuyan

ମଞ୍ଚ ପା ର୍ଶ୍ୱ ପରଦା ଆଢୁଆଳରେ ରହି କଳାକାରଙ୍କ ପ୍ରଦର୍ଶନକୁ ଉପଭୋଗ କରନ୍ତି ଅନ୍ୟ କଳାକାର ଏବଂ ଦର୍ଶକ

At the Uttar Kamalabari Satra in 2016, monks prepare for the rehearsal of the Keli Gopal play set to be performed at the mahotsav. Before this auditorium was built in 1955, performances happened in the namghar (prayer house)
PHOTO • Prakash Bhuyan

୨୦୧୬ ରେ ଉତ୍ତର କମଲାବାରୀ ସତ୍ରର ମହୋତ୍ସବରେ ପରିବେଷିତ ହେବା ଲାଗି ଆୟୋଜିତ କେ ଳି ଗୋପା ନାଟିକାରେ ଅଭିନୟ କରିବା ସକାଶେ ମଠର ଅନ୍ତେବାସୀ ସନ୍ଥମାନେ ପ୍ରସ୍ତୁତି ଚଳାଇଛନ୍ତି ୧୯୫୫ ରେ ଏହି ପ୍ରେକ୍ଷାଳୟ ନିର୍ମାଣ କରାଯିବା ପୂର୍ବରୁ ନାମଘର (ପ୍ରାର୍ଥନା ଗୃହ)ରେ ଅଭିନୟ ପ୍ରଦର୍ଶନ କରାଯାଉଥିଲା

The last day of rehearsals at the Uttar Kamalabari Satra for the Raas Mahotsav
PHOTO • Prakash Bhuyan

ରାସ ମହୋତ୍ସବ ନିମନ୍ତେ ଉତ୍ତର କମଲାବାରି ସତ୍ରରେ ଅଭିନୟ ଅଭ୍ୟାସର ଶେଷ ଦିନ

Niranjan Saikia (left) and Krishna Jodumoni Saika (right) – monks from the Uttar Kamalabari Satra – in their boha (quarters). Getting into costumes is an elaborate process
PHOTO • Prakash Bhuyan

ସେମାନଙ୍କ ବୋହାରେ (ବାସଗୃହରେ) ଉତ୍ତର କମଲାବାରି ସତ୍ରର ଅନ୍ତେବାସୀ ସନ୍ଥ ନିରଞ୍ଜନ ସାଇକିଆ (ବାମ) ଏବଂ କ୍ରିଷ୍ଣ ଯଦୁମୋନି ସାଇକିଆ (ଡାହାଣ)। ଅଭିନୟ ପାଇଁ ବେଶଭୁଷା ପରିଧାନ ଏକ ବିସ୍ତୃତ ପ୍ରକ୍ରିୟା

The masks used in the performances and the process of making them are an integral part of the Raas Mahotsav. Here, actors step onto the stage in masks made for the roles of asuras and danabs
PHOTO • Prakash Bhuyan

ଅଭିନୟ ପ୍ରଦର୍ଶନରେ ବ୍ୟବହୃତ ମୁଖା ଏବଂ ସେଗୁଡ଼ିକର ନିର୍ମାଣ ପ୍ରକ୍ରିୟା ରାସ ମହୋତ୍ସବର ଏକ ଅଭିନ୍ନ ଅଙ୍ଗ। ଏଠାରେ ଅସୁର ଓ ଦାନବ ଭୂମିକାରେ ଅଭିନୟ ଲାଗି ନିର୍ମିତ ମୁଖା ପିନ୍ଧି କଳାକାରମାନେ ମଞ୍ଚରେ ପ୍ରବେଶ କରୁଛନ୍ତି

A Kaliyo Naag mask is painted at the Borun Chitadar Chuk village's venue for the festival
PHOTO • Prakash Bhuyan

ବୋରୁନ ଚିତାଦର ଚକ୍ ଗାଁର ଉତ୍ସବସ୍ଥଳୀରେ ଗୋଟିଏ କା ଳୀ ୟ ନାଗ ମୁଖାରେ ରଙ୍ଗ ଦିଆଯାଉଛି

Munim Kaman (centre) lights a lamp in front of Domodar Mili's photograph at the prayers marking the beginning of the festival in Borun Chitadar Chuk. Mili, who passed away a decade ago, taught the people of the village to organise raas
PHOTO • Prakash Bhuyan

ବୋରୁନ ଚିତଦାର ଚକ୍ ଗାଁରେ ଉତ୍ସବ ପ୍ରାରମ୍ଭରୁ ମୋଦର ମିଲିଙ୍କ ଫଟୋ ଆଗରେ ପ୍ରଦୀପ ପ୍ର ଜ୍ଜ୍ୱ ଳନ ପୂର୍ବକ ପ୍ରାର୍ଥନା କରୁଛନ୍ତି ମୁନିମ କମାନ (ମଝି)। ଦଶ ବର୍ଷ ତଳେ ପ୍ରାଣ ହରାଇଥିବା ମିଲି ଗାଁ ଲୋକଙ୍କୁ ରାସ ଆୟୋଜନ ଶିଖାଉଥିଲେ

The stage at Borun Chitadar Chuk in Majuli
PHOTO • Prakash Bhuyan

ମାଜୁଲିର ବୋରୁନ ଚିତଦାର ଚକରେ ପ୍ରସ୍ତୁତ ମଞ୍ଚ

Apurbo Kaman (centre) pepares for his performance. He has been performing the role of Kansa at the Borun Chitadar Chuk festival for several years now
PHOTO • Prakash Bhuyan

ଅପୂର୍ବୋ କମାନ (ମଝି) ନିଜ ପ୍ରଦର୍ଶନ ଲାଗି ପ୍ରସ୍ତୁତ ହେଉଛନ୍ତି। ଆଜିକୁ ବହୁ ବର୍ଷ ହେଲା ବୋରୁନ ଚିତଦାର ଚକ୍ ଉତ୍ସବରେ ସେ କଂସ ଭୂମିକାରେ ଅଭିନୟ କରିଆସୁଛନ୍ତି

A young boy tries out one of the masks to be used in the performance
PHOTO • Prakash Bhuyan

ଅଭିନୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ମୁଖାକୁ ଛୋଟ ପିଲାଟିଏ ନିଜେ ନିଜେ ଲଗାଇ ଦେଖୁଛି

Roasted pork and apong , a traditional rice beer made by the Mising community, are popular fare at the Borun Chitadar Chuk mahotsav
PHOTO • Prakash Bhuyan

ବୋରୁନ ଚିତଦାର ମହୋତ୍ସବ ସମୟରେ ଆୟୋଜିତ ମେଳାର ଅନ୍ୟତମ ଆକର୍ଷଣ ହେଲା ଘୁଷୁରୀ ମାଂସ କଷା ଏବଂ ଅପଙ୍ଗ ନାମକ ମିସିଂ ସଂପ୍ରଦାୟ ଦ୍ୱାରା ଚାଉଳରୁ ପ୍ରସ୍ତୁତ ହାଣ୍ଡିଆ ଭଳି ପାନୀୟ


ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ଦ୍ୱାରା ପ୍ରଦତ୍ତ ଏକ ଫେଲୋସିପ୍‌ର ସହାୟତା ରହିଛି

ଅନୁବାଦ: ଓଡ଼ିଶାଲାଇଭ୍‍

Prakash Bhuyan

ପ୍ରକାଶ ଭୂୟାଁ ଆସାମର ଜଣେ କବି ଓ ଫଟୋଗ୍ରାଫର। ସେ ୨୦୨୨-୨୩ର ଜଣେ MMF-PARI ଫେଲୋ ଯେ କି ଆସାମର ମାଜୁଲିରେ କଳା ଓ ହସ୍ତଶିଳ୍ପ ପରମ୍ପରା ସଂପର୍କରେ ରିପୋର୍ଟ କରିଥିଲେ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prakash Bhuyan
Editor : Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Swadesha Sharma
Photo Editor : Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିନାଇଫର୍ ଭାରୁଚ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE