“ଆଜାଦି! ଆଜାଦି! ” ଲକ୍ଷ ଲକ୍ଷ ଜୀବ ସେହି ସ୍ଥାନଠାରୁ କିଛି ଦୂରରେ ଅପେକ୍ଷା କରିରହିଥିଲେ । ସେ ଘୃଣା କରନ୍ତି ଯେତେବେଳେ ସେହି ପ୍ରାଣୀମାନେ ଏକତ୍ରିତ ହୋଇ ଆକାଶକୁ ହଲାଇଦିଅନ୍ତି । “ ଆଜାଦି! ଆଜାଦି! ” ସେ ଘୃଣା କରନ୍ତି ଯେତେବେଳେ ପଶୁମାନେ ଏକ ମର୍ଯ୍ୟାଦାଯୁକ୍ତ ଜୀବନ ବଞ୍ଚିବାକୁ ସାହାସ କରନ୍ତି । “ ଆଜାଦି! ଆଜାଦି! ” ସେ ସେହି ସତ୍ୟତାକୁ ଘୃଣାଜନକ ମନେକରନ୍ତି ଯାହା ସେହି କୀଟଗୁଡିକ ଏକତାର କଳାଯାଦୁରେ ନିପୁଣ ହେବାକଥା ଦର୍ଶାଇଥାଏ । “ ଆଜାଦି! ଆଜାଦି! ” ସେହି କୀଟସମୂହ ମଇଳା ଓ ଝାଳକୁ ଏପରି ଗରିମାସମ୍ପନ୍ନ ଚାରାରେ ରୂପାନ୍ତରିତ କରିବାର ଦୁଃସାହାସ କିପରି କରୁଛନ୍ତି ? କି ପାଗଳାମି ସତେ? “ ଆଜାଦି! ଆଜାଦି! ” ସେହି ନିର୍ବୋଧ କୃମିଗୁଡିକ ସେମାନଙ୍କ ପରିଶ୍ରମ ବଦଳରେ ପଇସା ଦାବି କରିବାକୁ ସେମାନେ କିଭଳି ସାହାସ କରୁଛନ୍ତି?
ସେହି ବିରକ୍ତିକର ପଶୁଗୁଡିକୁ ପୁଣିଥରେ ସେମାନଙ୍କ ଯନ୍ତା ଭିତରେ ସେ ଭର୍ତ୍ତି କରିବା ଦରକାର ଥିଲା । ଇଶ୍ୱର – ସାର୍ବଭୌମ ଶାସକ, ମେଘ ମିନାରର ହସୁଥିବା ଭଗବାନଙ୍କୁ ଧନ୍ୟବାଦ, ଏକ ନୂତନ ବେମାରୀ ଶୂନ୍ୟରୁ ପ୍ରକଟ ହୋଇଛି ଓ ତାହାର ସେହି ଲୁହା ସିନ୍ଧୁକ ତୀବ୍ର ବ୍ୟାପାର ଯୋଗୁ ବନ୍ୟା ରୂପରେ ବହିବାକୁ ଆରମ୍ଭ ହୋଇଛି । ଏହା ପଶୁପଲକୁ ପତଳା କରୁଛି । “ ଆଜାଦି! ଆଜାଦି! ” ତା’ପାଖରେ ଅମୃତ ଥିଲା, ଅସ୍ୱାସ୍ଥ୍ୟକର ବାୟୁର ଏକମାତ୍ର ଉପଚାର, ପ୍ରଚ୍ଛନ୍ନଭାବେ ତାଙ୍କ ହାତରେ । ମାଗଣାରେ ସମସ୍ତ ରୋଗର ଏହି ପ୍ରତିକାର ପ୍ରାପ୍ତି ଦାବି କରିବା ସେହି କୀଟଗୁଡିକ ପାଇଁ କେତେ ହାସ୍ୟାସ୍ପଦ ନୁହେଁ ସତେ ?
ତାଙ୍କ ସାମ୍ରାଜ୍ୟରେ ରାତି ଅବତରଣ କରିଛି ଓ ସେ ତାଙ୍କ ଝରକାରୁ ତାଙ୍କ ନୂଆ ପ୍ରାସାଦର ଗମ୍ବୁଜକୁ ତୀବ୍ର ଅଭିଳାଷ ସହିତ ଦେଖିଲେ । “ ଆଜାଦି! ଆଜାଦି!” ଧିକ୍କାର ଏହିସବୁ ସ୍ୱରକୁ, ଧିକ୍କାର ସେହିସବୁ ଆଙ୍ଗୁଳିଗୁଡିକୁ ଯାହା କାଦୁଅକୁ ଉଜ୍ଜ୍ୱଳ ସବୁଜ ରଙ୍ଗର ମରକତ ମଣିଠାରୁ ଆହୁରି ସବୁଜ ରଙ୍ଗରେ ରୂପାନ୍ତରିତ କରିଛି । ଶାନ୍ତି! ଝରକା ପାଖରେ ଖସ୍ଖସ୍ ଶବ୍ଦ ହେଉଛି । ଏକ ଅଦ୍ଭୁତ ଦ୍ରାକ୍ଷାଲତା ଛପିଛପି ଓ ଘୁସୁରି ଘୁସୁରି ଉପରକୁ ଉଠିଲା, ଯାହାର ପତ୍ର ସ୍ଥାନରେ ନଖ ଥିଲା ଓ ଫୁଲ ସ୍ଥାନରେ ଥିଲା ଗାଢ ନାଲି ବର୍ଣ୍ଣର ମୃତଦେହ ।
ବାହାର ପାଖକୁ ଝୁଲିବା ସ୍ଥିତିରେ ରହିଥିବା ତାଙ୍କ ଝରକାର ବାହାର ପାଖରେ ଦୁଇଟି ଜହ୍ନ ଉଦୟ ହୋଇଥିଲେ । ଗୋଟିଏ ଆମର ନିର୍ବାସିତ ରମ୍ଜାନ୍ର ଦାଆ, ଅନ୍ୟଟି ଏକ ଟ୍ରାକ୍ଟରର ଏକମାତ୍ର ଚକ।












