“ହେ ଭଗବାନ! ସେ ତାଙ୍କର ସକାଳର ଫିଲ୍ଟର୍ କଫି କପ୍କୁ ତଳେ ରଖି ଦେଇ ହଠାତ୍ ଚିତ୍କାର କରିବାକୁ ଲାଗିଲେ । ତାପରେ ଦୁଇ ହାତରେ ତାଙ୍କର ଫୋନ୍କୁ ଧରି ଅଫିସ୍ ଇ-ମେଲ୍ ପଢିବାରେ ବ୍ୟସ୍ତ ଥିବା ତାଙ୍କ ସ୍ୱାମୀ ଶୁଣିବା ପାଇଁ ବଡ ପାଟିରେ ପଢିବାକୁ ଲାଗିଲେ: “ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଏକ ମାଲବାହୀ ଟ୍ରେନ୍ ୧୬ଜଣ ପ୍ରବାସୀ ଶ୍ରମିକ ଉପରେ ମାଡିଗଲା – ତୁମେ କ’ଣ ଏହା ଦେଖିଛ? ଏ ସବୁ କ’ଣ ହେଉଛି ?” ସେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ ଓ ତାଙ୍କର କଫି ମଧ୍ୟ ସମ୍ପୂର୍ଣ୍ଣ ଥଣ୍ଡା ହୋଇଯାଇଥିଲା ଯାହାକୁ ସେ କାହାଣୀର ଅବଶିଷ୍ଠାଂଶ ପଢିବା ସହିତ ଗୋଟିଏ ଢୋକରେ ପିଇ ପାରିବେ । “ଓ ହୋଃ! ସେମାନଙ୍କ ମଧ୍ୟରୁ କେତେଜଣ – ଆଉ ସେମାନେ ସମସ୍ତେ କେଉଁଠାରୁ ଆସିଥିଲେ?” ଏଥର ଏକ ଅବଦମିତ ସ୍ୱରରେ ସେ ଆଶ୍ଚର୍ଯ୍ୟ ପ୍ରକାଶ କଲେ ।
“ଏମାନଙ୍କ ମଧ୍ୟରୁ ଏକ ଭାଗ ହେଉଛନ୍ତି ଉମରିଆର । ଆମେ କ’ଣ ଗତ ଡିସେମ୍ବରରେ ଏହି ସ୍ଥାନକୁ ଯାଇନଥିଲେ, ମନୁ?”। “ସେହି ଛୁଟି କଥା ଉଲ୍ଲେଖ ହେବା ମାତ୍ରେ ସେ ସ୍ୱଳ୍ପକାଳ ପାଇଁ ଉପରକୁ ଚାହିଁଲେ ଓ ସେହି ଅସନ୍ତୋଷଜନକ ଇମେଲ୍ଗୁଡିକୁ ଫେରିବା ପୂର୍ବରୁ ତାଙ୍କୁ କିଛି ସମୟ ତାଙ୍କୁ ଆନନ୍ଦିତ କଲେ । “ହଁ,” ସେ କହିଲେ । “ବନ୍ଧରବର୍ଗ ଜାତୀୟ ଉଦ୍ୟାନ । ମଧ୍ୟପ୍ରଦେଶର ସବୁଠାରୁ ପଛୁଆ ଜିଲ୍ଲାଗୁଡିକ ମଧ୍ୟରୁ ଗୋଟିଏ ଜିଲ୍ଲାରେ ଅବସ୍ଥିତ । ସେହି ଲୋକମାନେ କାମଧନ୍ଦା ଅନ୍ୱେଷଣରେ ଜଲ୍ନାକୁ ଆସିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ହେଲେ ରେଳପଥ ଉପରେ ଶୋଇବା? ସେମାନେ କେତେ ମୂର୍ଖାମି କରିପାରନ୍ତି?”
“ଓଃ, ଏହା ଅତି ସୁନ୍ଦର ଥିଲା,” ଅନ୍ୟ ଏକ ଗ୍ରହରେ ପଦାର୍ପଣ କରିବା ଭଳି ତାଙ୍କର ମନେହେଲା, “ଶେଷ ସୈୟା ମନେ ପକାଅ? ବିଷ୍ଣୁଙ୍କର ସେହି ଚିତ୍ତାକର୍ଷକ ମୂର୍ତ୍ତି ଓ ସବୁଜ ଶାଳ ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ସେହି ଶାନ୍ତ ଝରଣା … ଏହି ତାଲାବନ୍ଦ ସରିବା ପରେ ଆମେ ପୁଣି ସେଠାକୁ ଯିବା ଉଚିତ…”



