ପିପୁଲ୍ସ ଆର୍କାଇବ୍ ଅଫ୍ ରୁରାଲ ଇଣ୍ଡିଆ ନିକଟରେ ନିତିଦିନିଆ ଭାରତୀୟ ଯିଏ ସମସ୍ତଙ୍କୁ ଗୋଟିଏ ଦୁଇଟି ଜିନିଷ ଶିଖାଇ ଦେଇପାରିବେ ସେମାନଙ୍କର ଶହ ଶହ ସଂଖ୍ୟକ କାହାଣୀ ଏବଂ ଦଲିଲ, ଫଟୋଗ୍ରାଫ ଏବଂ ଫିଲ୍ମ ରହିଛି ।
ସେମାନଙ୍କ ମଧ୍ୟରେ ଅଛନ୍ତି ତ୍ରିପୁରାର ରତନ ବିଶ୍ୱାସ, ଯିଏକି ଟ. ୨୦୦ ଟଙ୍କା ଲାଭ ପାଇବା ପାଇଁ ପ୍ରାୟ ୨୦୦ କିଲୋଗ୍ରାମର ପାଞ୍ଚଟି ବାଉଁଶ ୧୭ କିଲୋମିଟର ଦୂରକୁ ନେବା ପାଇଁ ଗୋଟିଏ ସାଇକେଲକୁ ନୂଆକରି ତିଆରି କରିଛନ୍ତି । ସେ ଆମକୁ ସାମାନ୍ୟ ପଦାର୍ଥ ବିଜ୍ଞାନ, ଉଦ୍ଭାବନ ଏବଂ ଭୂଗୋଳ ଶିଖାଇପାରିବେ । ଏବଂ ଜଳବାୟୁ ପରିବର୍ତ୍ତନ ସହ ପ୍ରଭାବିତ ହୋଇଥିବା ଗୁଜରାଟରେ ଜଣେ ପଶୁଚାଳକ କାରାଭାଇ ଆଲ, ଏଥିସହିତ କେରଳର ଜଣେ କୃଷକ ଅଗଷ୍ଟିନ ବଡ଼ାକିଲ, ଉଭୟେ ଆମକୁ ପରିସଂସ୍ଥାନ ଏବଂ ଅର୍ଥନୈତିକ ବିକାଶ ସମ୍ପର୍କରେ କିଛି ଶିଖାଇପାରିବେ । କିନ୍ତୁ ସେମାନଙ୍କ କାହାଣୀଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବାହାରେ ରହିଯାଏ।
ଗତ ଦୁଇବର୍ଷ ଧରି, ପରି ଏଜୁକେସନ ଏହିପରି କାହାଣୀଗୁଡ଼ିକୁ ଶ୍ରେଣୀକକ୍ଷକୁ ଆଣିବା ପାଇଁ ସାରା ଦେଶରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସହିତ କାର୍ଯ୍ୟ କରୁଛି, କାରଣ ଆମେ ବିଶ୍ୱାସ କରୁଯେ, ଏଠାରେ ଶିଖିବା ପାଇଁ ଅନେକ କିଛି ଅଛି । ଯୁବ ଭାରତୀୟମାନେ ସେମାନଙ୍କ ଦେଶ ବିଷୟରେ ଜାଣିବା ପାଇଁ ଏବଂ ସେମାନଙ୍କ ଆଖପାଖର ବାସ୍ତବିକତା ସମ୍ପର୍କରେ ଆଲୋଚନା ଭିତରକୁ ଯିବା ପାଇଁ ଆଗ୍ରହୀ । ସେମାନଙ୍କ ସହିତ ଏକାଠି ଆମେ ଭାରତୀୟ ଗ୍ରାମାଞ୍ଚଳର ଅନନ୍ୟ ବିବିଧତା ଏବଂ ଜଟିଳତାକୁ ପ୍ରକାଶିତ କରିବାକୁ ଚାହୁଁଛୁ ।
ସମ୍ମୋହକ ଏବଂ ଆଲୋଚନା ଉଦ୍ଦିପକ କାହାଣୀଗୁଡ଼ିକ କହିବା ପାଇଁ ଯେମିତି ସବୁ କାହାଣୀ ପରିରେ ରହିଛି, ସେଗୁଡ଼ିକ ହେଉଛି ଜଳବାୟୁ ପରିବର୍ତ୍ତନ କାରଣରୁ ମହାରାଷ୍ଟ୍ରରେ ଚାଷ ଜମିକୁ ପଶି ଯାଉଥିବା ବଣୁଆ ମଇଁଷିମାନଙ୍କ ସମ୍ପର୍କରେ, ଓଡ଼ିଶାର ନିୟମଗିରି ପାହାଡ଼ରେ ଆଦିବାସୀ ସମୂହର ବିସ୍ଥାପନ ସମ୍ପର୍କରେ ଗୀତ ଗାଉଥିବା ବିପ୍ଳବୀ କବିଙ୍କ ସମ୍ପର୍କରେ ଏବଂ ଲଦାଖରେ ଚଙ୍ଗପା ଗୋଷ୍ଠୀର ମହିଳାମାନଙ୍କ ସମ୍ପର୍କରେ। ଯେମିତି ଜଣେ ଛାତ୍ର ଆମକୁ କହିଲେ, ‘‘ମୁଁ ଖୁବ୍ ଲଜ୍ଜିତ ଯେ ମୁଁ ମୋ ଦେଶ ବିଷୟରେ ଏସବୁ ଜାଣିନଥିଲି’’ ଏବଂ ‘‘ମୁଁ ଜାଣିଥିଲି ଗ୍ରାମୀଣ ଭାରତ କେବଳ ଚାଷକୁ ନେଇ ।’’ ଗ୍ରାମୀଣ ଭାରତୀୟମାନଙ୍କର ଜୀବନ ଏବଂ ସମୟ ବିଷୟରେ ଏହି ସାକ୍ଷାତ, ଏହି ଘଟଣାକ୍ରମିକ ଶିକ୍ଷା ହେଉଛି ‘ପରି ଏଜୁକେସନ’ର ସାରକଥା ।
ଆପଣଙ୍କ ଦେଶ ବିଷୟରେ ଅଧିକ ଜାଣିବା ପାଇଁ ସେହି ଦେଶ ଯାହା ଖୁବ୍ ବିରଳ ଭାବରେ ଆମ ପାଠ୍ୟପୁସ୍ତକରେ ରହିଛି, ହେଉଛି କେବଳ ଏକ ଆରମ୍ଭ ମାତ୍ର । ଯେତେବେଳେ ପରି ଏଜୁକେସନ ଆପଣଙ୍କ ଅନୁଷ୍ଠାନକୁ ଯାଏ, ଆପଣ ବୁଝନ୍ତି ଯେ, ୮୦୦ ନିୟୁତ ଗ୍ରାମୀଣ ଭାରତୀୟଙ୍କର ଏକ ଦୁନିଆ ରହିଛି । ଯାହା ସମ୍ପର୍କରେ ଆପଣ କଦବା କ୍ୱଚିତ ମୁଖ୍ୟ ଧାରାର ଗଣମାଧ୍ୟମରେ ଶୁଣନ୍ତି ଏବଂ ପଢ଼ନ୍ତି । ସେମାନଙ୍କ ଜୀବନ, ଶ୍ରମ, କାରିଗରୀ, ସଂସ୍କୃତି, ଭାଷାର; ପ୍ରବାସୀ ଏବଂ କାର୍ଯ୍ୟର ସନ୍ଧାନରେ ସେମାନଙ୍କର ଯାତ୍ରାର; ସେମାନଙ୍କର ଜମି ଏବଂ ପରିବେଶକୁ ବଞ୍ଚାଇବା ପାଇଁ ନାରୀ ନେତୃତ୍ୱାଧୀନ ସଂଘର୍ଷଗୁଡ଼ିକର । ଯେପରି ଜଣେ କଲେଜ ଛାତ୍ର ଟ୍ୱିଟ୍ କରିଥିଲେ: ‘‘ଏହା ପ୍ରକୃତରେ ଆମେ ଦୈନନ୍ଦିନ ଯେଉଁ ଖବର ଉପଯୋଗ କରୁ ତା’ ଉପରେ ପ୍ରଶ୍ନ ଉଠାଇବା ପାଇଁ ମୋତେ ବାଧ୍ୟ କରିଥିଲା । ଆମେମାନେ ଭାରତର ବୃହତ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ କ’ଣ ହେଉଛି ସେ ସମ୍ପର୍କରେ ଏତେ ଅସଚେତନ ।’’
ଆମେ ବିଶ୍ୱାସ କଲୁ ଯେ, ଶିକ୍ଷା ଗ୍ରହଣ ହେଉଛି ଏକ ଯାତ୍ରା, ଯାହାର ମୂଳ ରହିଛି ଅଭିଜ୍ଞତାରେ। ତେଣୁ ଆମେ ସୂଚନା ଦେବାରେ ଅଟକି ପାରିବୁ ନାହିଁ, ବରଂ ଛାତ୍ରଛାତ୍ରୀମାନଙ୍କୁ ତୃଣମୂଳସ୍ତରରୁ ସମ୍ବାଦ ସଂଗ୍ରହ ପାଇଁ କହିଥାଉ, ଯେଉଁମାନଙ୍କ ଜୀବନ ସେମାନେ ଅଧ୍ୟୟନ କରନ୍ତି ତାଙ୍କ ସହ ସଂଯୁକ୍ତ ରହିବାକୁ ଏବଂ ସହୃଦୟତା ଓ ସମ୍ବେଦନଶୀଳତା ଗଢ଼ିବାକୁ। ଜଣେ ଛାତ୍ର ଯାହାଙ୍କର ଅର୍ଥନୈତିକ ପ୍ରକଳ୍ପ ବର୍ତ୍ତମାନ ପରିର ଏକ କାହାଣୀ କହିଥିଲେ, ‘‘ମୋର [ପରି] ପ୍ରକଳ୍ପ ମୋତେ ଦେଖାଇଥିଲା କିପରି କେବଳ ଅଧିକ ୫,୦୦୦ ଟଙ୍କା ରୋଜଗାର କରିବା ପାଇଁ ଜଣେ ବ୍ୟକ୍ତି ହଜାର ହଜାର କିଲୋମିଟର ଯାତ୍ରା କରନ୍ତି । ଏହା ପ୍ରକୃତରେ ମୋ ହୃଦୟକୁ ଛୁଇଁଥିଲା ଏବଂ ମୋତେ ପ୍ରେରଣା ଦେଇଥିଲା। ’’



