‘‘ଆପଣଙ୍କର ଝିଅ ହୋଇଛି,’’ ଡାକ୍ତର କହିଲେ।
ଏହା ଆଶାଙ୍କର ଚତୁର୍ଥ ସନ୍ତାନ ହେବ - କିନ୍ତୁ ନିଶ୍ଚିତ ଭାବରେ ତାଙ୍କର ଶେଷ ନୁହେଁ। ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କ ମା କାନ୍ତାବେନ୍ଙ୍କୁ ସାନ୍ତ୍ୱନା ଦେଇଥିବାର ସେ ଶୁଣିଥିଲେ: “ମା, ତୁମେ କାନ୍ଦ ନାହିଁ। ଆବଶ୍ୟକ ହେଲେ ମୁଁ ଆଉ ଆଠଟି ସିଜରିଆନ୍ କରିବି। କିନ୍ତୁ ସେ ଏକ ପୁଅକୁ ଜନ୍ମ ଦେବା ଯାଏଁ ମୁଁ ଏଠାରେ ଅଛି। ତା’ର ଦାୟିତ୍ୱ ମୋର। ”
ଏହାପୂର୍ବରୁ ଆଶାଙ୍କର ତିନି ସନ୍ତାନ ସମସ୍ତେ ଝିଅ ଥିଲେ, ସମସ୍ତେ ସିଜରିଆନ୍ ସର୍ଜରୀ ମାଧ୍ୟମରେ ଜନ୍ମ ହୋଇଥିଲେ। ଏବଂ ବର୍ତ୍ତମାନ ସେ ଅହମ୍ମଦାବାଦ ସହରର ମଣିନାଗର ଅଞ୍ଚଳର ଏକ ଘରୋଇ କ୍ଲିନିକରେ ଭ୍ରୁଣ ଲିଙ୍ଗ ନିରୀକ୍ଷଣ ବାବଦରେ ରାୟ ଦେଉଥିବା ଶୁଣୁଥିଲେ। (ଏହିପରି ପରୀକ୍ଷା ବେଆଇନ୍, କିନ୍ତୁ ବହୁଳ ଭାବରେ ଉପଲବ୍ଧ ଅଛି।) ବହୁ ବର୍ଷ ମଧ୍ୟରେ ଏହା ତାଙ୍କର ଚତୁର୍ଥ ଗର୍ଭଧାରଣ ଥିଲା। ସେ କାନ୍ତାବେନ୍ଙ୍କ ସହିତ ୪୦ କିଲୋମିଟର ଦୂରରେ ଥିବା ଖାନପର୍ ଗାଁରୁ ଏଠାକୁ ଆସିଥିଲେ। ଉଭୟ ମା ଓ ଝିଅ ଶୋକଗ୍ରସ୍ତ ଥିଲେ। ସେମାନେ ଜାଣିଥିଲେ ଆଶାଙ୍କ ଶ୍ୱଶୁର ତାଙ୍କୁ ଗର୍ଭପାତ କରିବାକୁ ଦେବେ ନାହିଁ। କାନ୍ତାବେନ୍ କହିଲେ, ‘ଏହା ଆମର ବିଶ୍ୱାସର ବିରୋଧୀ। ’
ଅନ୍ୟ ଶବ୍ଦରେ କହିଲେ : ଏହା ଆଶାଙ୍କର ଶେଷ ଗର୍ଭଧାରଣ ହେବ ନାହିଁ।
ଆଶା ଓ କାନ୍ତାବେନ୍ ଭରୱାଡ୍ ସମ୍ପ୍ରଦାୟର ପାଳକ, ଯେଉଁମାନେ ସାଧାରଣତଃ ମେଣ୍ଢା ଓ ଛେଳି ପାଳନ୍ତି। ଅବଶ୍ୟ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଳ୍ପ ସଂଖ୍ୟାରେ ଗାଈ ଓ ମଇଁଷି ପାଳନ କରନ୍ତି। ଅହମ୍ମଦାବାଦ ଜିଲ୍ଲାର ଢୋଲକା ତାଲୁକା ଅଧୀନ ତାଙ୍କ ଗାଁ ଖାନପରରେ ମାତ୍ର ୨୭୧ ପରିବାର ଓ ୧,୫୦୦ ରୁ କମ୍ ଲୋକ ଅଛନ୍ତି (ଜନଗଣନା ୨୦୧୧) । ପାରମ୍ପରିକ ସାମାଜିକ ସ୍ତରରେ, ଏହି ସମ୍ପ୍ରଦାୟ ପାଳକ ଜାତିଙ୍କ ମଧ୍ୟରେ ସର୍ବନିମ୍ନ ଭାବରେ ଦେଖାଯାଏ ଓ ଗୁଜୁରାଟରେ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ।







