ଅନୁବାଦ: ଓଡ଼ିଶାଲାଇଭ୍
T


Mumbai, Maharashtra
|THU, AUG 27, 2020
ମେହବୁବ୍ନଗରର ପ୍ରବାସୀ କେମିତି ମୁମ୍ବାଇ ଗଢ଼ିଲେ
ଏକ ଦୁର୍ବଳ କୃଷି ଋତୁକୁ ପଛରେ ଛାଡ଼ି ଭାରତର ଗୋଟିଏ ଦରିଦ୍ରତମ ଜିଲ୍ଲାର ଲୋକମାନେ କୌଣସି ନିଶ୍ଚିତତା ବିନା ସହରର ନିର୍ମାଣସ୍ଥଳକୁ ଯାଉଛନ୍ତି
Author
Translator

Sapana Jaiswal
ମୌସୁମୀ ଏବଂ ଅମଳ ଋତୁରେ ମେହେବୁବ୍ ନଗରର ଲୋକମାନେ ନିଜ ନିଜ ଜିଲ୍ଲା କିମ୍ବା ଆଖପାଖରେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ କାମ ନଥିବା ଋତୁରେ କିମ୍ବା ଯେତେବେଳେ ଫସଲ ନଷ୍ଟ ହୁଏ, ସେତେବେଳେ ସେମାନେ ସାଧାରଣତଃ କାମର ସନ୍ଧାନରେ ସହରଗୁଡ଼ିକରେ ଥିବା ନିର୍ମାଣ କ୍ଷେତ୍ରକୁ ଚାଲିଯାଆନ୍ତି

Sapana Jaiswal
ସେମାନେ ନିଜର ଘର ଏବଂ ଗାଁ ଛାଡ଼ନ୍ତି ଏବଂ ଏକ ନୂଆ ଓ ଅପରିଚତ ସହରକୁ ଆସନ୍ତି

Sapana Jaiswal
ସର୍ବନିମ୍ନ ସୁବିଧା ସହିତ ରାସ୍ତାକଡ଼ରେ ଟିଣ ଆଉ ପ୍ଲାଷ୍ଟିକ୍ ଚାଦରରେ ତିଆରି ହୋଇଥିବା ବସ୍ତିଗୁଡ଼ିକ ନିର୍ମାଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୁମ୍ବାଇରେ ସେମାନଙ୍କର ଅସ୍ଥାୟୀ ଘର ପାଲଟିଥାଏ

Sapana Jaiswal
ସେମାନଙ୍କ କାମ ମଧ୍ୟରେ ରହିଛି ଖୋଳିବା, ଡ୍ରିଲ୍ କରିବା, ଆବର୍ଜନା ସଫାକରିବା, ଗାତଗୁଡ଼ିକ ସଫା କରିବା ପାଇଁ ମାଟି ତଳକୁ ୩୦ଫୁଟ୍ ଓହ୍ଲାଇବା। ଏସବୁ କୌଣସି ବୀମା କିମ୍ବା ଦୁର୍ଘଟଣା ସୁରକ୍ଷା ବିନା କରାଯାଏ

Sapana Jaiswal
ଶ୍ରମିକମାନେ ଏହି କାମ ଦିନକୁ ଟ. ୩୦୦ କିମ୍ବା ଆହୁରି କମ୍ ପାଇଁ କରନ୍ତି । ତେଲୁଗୁଭାଷୀ ଜଣେ ମକଦମ୍ ବା ସୁପରଭାଇଜର ସେମାନଙ୍କୁ ସେମାନଙ୍କର ମଜୁରୀ ଦିଅନ୍ତି ଏବଂ ଜଣେ ମଧ୍ୟସ୍ଥ ଭଳି କାମ କରନ୍ତି । ସେ ସେମାନଙ୍କ ପାଇଁ ସହରର ନିର୍ମାଣସ୍ଥଳଗୁଡ଼ିକରେ କାମ ଖୋଜନ୍ତି

Sapana Jaiswal
ଏହି ନିର୍ମାଣସ୍ଥଳଗୁଡ଼ିକରେ କାମ କରୁଥିବା ମହିଳାମାନେ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ସମ୍ପର୍କରେ ବାରମ୍ବାର ଅଭିଯୋଗ କରନ୍ତି

Sapana Jaiswal
ସେମାନଙ୍କ ଛୋଟ ପିଲାମାନଙ୍କୁ ଏକୁଟିଆ ଘରେ ଛାଡ଼ି ହେବ ନାହିଁ, ଏବଂ ମହିଳାମାନେ ସେମାନଙ୍କୁ ନିଜ ସହ ନେବାକୁ ବାଧ୍ୟ ହୁଅନ୍ତି । ବିପଜ୍ଜନକ ଭାବରେ ଗଦା ହୋଇଥିବା ସିମେଣ୍ଟ ଓ କଂକ୍ରିଟ୍ ଏହି ପିଲାମାନଙ୍କର ଖେଳପଡ଼ିଆ ପାଲଟିଯାଏ। କେତେକ ସମୟରେ ଏହି ସ୍ଥାନରେ ଥିବା କିମ୍ବା ଫ୍ଲାଏଓଭର ତଳ ପାର୍କିଂ ସ୍ଥାନରେ ଥିବା ଗୋଟିଏ ଦୁଇଟି ବୁଲା କୁକୁର ମଧ୍ୟ ଏମାନଙ୍କର ଖେଳ ସାଥୀ ପାଲଟନ୍ତି । ଏବଂ ସେମାନେ ଭଙ୍ଗାରୁଜା ଜିନିଷ ଏବଂ ଧୂଳିରେ ଖେଳି ଖେଳି କ୍ଲାନ୍ତ ହୋଇଯିବା ପରେ ରାସ୍ତାକଡ଼ରେ ଶୋଇପଡ଼ନ୍ତି

Sapana Jaiswal
ଏହି ଶ୍ରମିକମାନଙ୍କୁ ସେମାନଙ୍କ ଅସ୍ଥାୟୀ ବାସସ୍ଥାନରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ କିମ୍ବା ବିଦ୍ୟୁତ ସୁବିଧା ଯୋଗାଇ ଦିଆଯାଇନଥାଏ।

Sapana Jaiswal
ତଥାପି ସେମାନେ ଯେତିକି ଉପାର୍ଜନ କରନ୍ତି ନିଜ ଗାଁରେ ହେଉଥିବା ଉପାର୍ଜନ ତୁଳନାରେ ଏହା ଖୁବ୍ ଅଧିକ ଏବଂ ଏହା ସେମାନଙ୍କୁ ସହର ପ୍ରତି ଆକର୍ଷିତ କରେ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମେହବୁବ୍ନଗରର-ପ୍ରବାସୀ-କେମିତି-ମୁମ୍ବାଇ-ଗଢ଼ିଲେ

