ମାର୍ଚ୍ଚ ୧୨, ୨୦୧୮ରେ ୪୦ହଜାରରୁ ଅଧିକ କୃଷକ ଫସଲର ଉପଯୁକ୍ତ ମୂଲ୍ୟ ଓ କୃଷିଋଣ ଛାଡ଼ଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଓ ଜାତୀୟ କୃଷି ଆୟୋଗ (ସ୍ୱାମୀନାଥନ କମିଶନ)ଙ୍କ ସୁପାରିସ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଆଦି ଦାବି ପୂରଣ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ବିଧାନଭବନ ଘେରାଉ ପାଇଁ ମୁମ୍ବାଇ ସହରରେ ଆସି ପହଞ୍ଚିଥିଲେ।
ରାଜ୍ୟ ସରକାରଙ୍କ ଅଣଦେଖା ଓ ସେମାନଙ୍କ ସମସ୍ୟା ପ୍ରତି ଲଗାତର ମତଭେଦ କାରଣରୁ ଅସନ୍ତୁଷ୍ଟ ଚାଷୀମାନେ ଅଖିଳ ଭାରତୀୟ କିସାନ ସଭା ଦ୍ୱାରା ଆୟୋଜିତ ଦୀର୍ଘ ପଦଯାତ୍ରାରେ ସାମିଲ ହୋଇଥିଲେ। ସେମାନେ ନାସିକର ସିବିଏସ ଛକରୁ ବାହାରି ୬ଦିନ ମଧ୍ୟରେ ୧୮୦ କିମି ଦୂର ପଦଯାତ୍ରା କରି ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚିଥିଲେ।
ହଜାର ହଜାର ସଂଖ୍ୟାରେ କୃଷକ ଧୈର୍ଯ୍ୟର ସହ ବସିରହି ସେମାନଙ୍କ ନେତାମାନଙ୍କ ଭାଷଣ ଶୁଣିଥିଲେ-ଏକ ଛୋଟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା- ଆଶା ଥିଲା ଯେ ସେମାନଙ୍କ ଦାବିକୁ ସରକାର ବିଚାର କରିବେ ଏବଂ ସେମାନଙ୍କ କଷ୍ଟଦାୟକ ପଦଯାତ୍ରାର ପ୍ରଭାବ ପଡ଼ିବ।
ଏସବୁ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇ ପରୀର ଜ୍ୟୋତି ଶିନୋଲି ଭାରତୀୟ ଚାଷୀ ବିଷୟରେ ଏକ କବିତା ଲେଖିଲେ, ଯେଉଁଥିରେ ଚାଷୀର ଭାବନା ପ୍ରତିଫଳିତ ହେଉଥିଲା । ଏଠାରେ ଦିଆଯାଇଥିବା ଭିଡିଓ ପରୀ ଟିମ ଦ୍ୱାରା ପ୍ରସ୍ତୁତ, ଯେଉଁଥିରେ ପଦଯାତ୍ରାର ପ୍ରଥମ ଓ ଶେଷଦିନର ଦୃଶ୍ୟ ରହିଛି । ଏହାସହିତ କବିତାର ପଦ ‘ମୁଁ ଜଣେ କୃଷକ, ମୁଁ ଏହି ଦୀର୍ଘ ପଦଯାତ୍ରାରେ ଚାଲିଛି’ର ଅଡିଓ ରହିଛି ।


