‘‘କେହି ବି ମା ବୋନବିବିଙ୍କର ଡାକରାକୁ ଉପେକ୍ଷା କରି ପାରିବେନାହିଁ," ଭକ୍ତିର ସହ ଆକାଶକୁ ଅନାଇ କୁହନ୍ତି ଶାମ୍ପା। "ଜୟ ମା’ ବୋନବିବି!" ସେ ଏବଂ ତାଙ୍କ ସ୍ୱାମୀ ରଘୁ ଗୁଚାଇ, ଏବଂ ସେମାନଙ୍କର ତିନି ବର୍ଷର ପୁଅ ତାଙ୍କ ଗାଁର ଦକ୍ଷିଣ ମୁଣ୍ଡରେ ସ୍ଥିତ ମା’ ବୋନବିବିଙ୍କର ୧୫୦ ବର୍ଷର ପୁରୁଣା ମନ୍ଦିର ଆଡ଼େ ମାଡ଼ି ଚାଲିଥିଲେ। ଏହା ଜାନୁୟାରୀ ମାସର ମଧ୍ୟଭାଗ ଥିଲା, ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ରାମରୁଦ୍ରପୁରର ସମସ୍ତ ଜନସାଧାରଣ ସେ ହିନ୍ଦୁ ହୁଅନ୍ତୁ ବା ମୁସଲିମ, ସେଠା ଅଭିମୁଖେ ଯାତ୍ରାରେ ବାହାରି ଯାଇଥିଲେ। "ମା’ ବୋନବିବି ହେଉଛନ୍ତି ଜଙ୍ଗଲର ରାଣୀ," ଘୋଷଣା କଲେ ଫୁଲ ମାସୀ(ମାଉସୀ), ଗାଁ ର ଜଣେ ବୟସ୍କା ମହିଳା।"ଆଜି ଏଠାରେ ଆଉ ଜଙ୍ଗଲ ନାହିଁ , କିନ୍ତୁ ତାର ଆର୍ଶୀବାଦ ଏଠାରେ ଏବେବି ଅଛି। ବୋନବିବି ଶକ୍ତିର ଚଳନ୍ତି ପ୍ରତିମା ଏବଂ ଏହି ମେଳା ଏହି ଗାଁର ପୂର୍ବ-ପ୍ରଚଳିତ ପରମ୍ପରା।"
ମା ବୋନବିବିଙ୍କର ଉତ୍ସବ ବର୍ଷକୁ ଥରେ ଜାନୁୟାରୀ କିମ୍ବା ଫେବୃୟାରୀ ମାସରେ ଅନୁଷ୍ଠିତ ହୁଏ, ଏବଂ ରାମରୁଦ୍ରପୁରର ମେଳା ହେଉଛି ସର୍ବ ପୁରାତନ ଏବଂ ସବୁଠାରୁ ବଡ଼, ରଘୁ ନିଜ ଭାଇ ଶିବୁ ସହ ସେଠାରେ କରିଥିବା ଷ୍ଟଲକୁ ମୋତେ ନେଇ ଯାଇଥିଲେ। ସେ କଲିକତାର ଏକ ବ୍ୟବସାୟୀଙ୍କଠାରୁ ଆଣିଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଚୁଡ଼ି ଓ ଅଳଙ୍କାରରେ ଏହି ଷ୍ଟଲଟି ଭରି ଯାଇଥିଲା। ଭାଇ ଦୁଇଜଣ ବୋନବିବିଙ୍କର ଆର୍ଶୀବାଦ ପାଇବା ନିମନ୍ତେ କଦାପି ଆଗ୍ରହୀ ନଥିଲେ, କିନ୍ତୁ ସେମାନେ ନିଜର ଷ୍ଟଲଟିକୁ ମନ୍ଦିରର ଏମିତି ସୁବିଧା ଯାଗାରେ ପକାଇ ଥିଲେ, ଯେପରି ମହିଳାମାନଙ୍କର ସବୁଠାରୁ ଅଧିକା ଗହଳି ସେଠାରେ ହେବ। ସକିନା ମଣ୍ଡଳ, ସେହି ଗାଁର ମଧ୍ୟ, ମୋତେ ହସିକରି ପଚାରିଲେ, "ଦିଦି(ବଡ ଭଉଣୀ) ତୁମେ ମନ୍ଦିର ଯାଇଥିଲ କି?’’ ଏବଂ ନିଜ ଝିଅ ସକିନାକୁ ମୋ ସହ ଯିବା ପାଇଁ ସେଠାକୁ ପଠାଇଥିଲେ।
















