ପାର୍ବତୀ ସମ୍ଭବତଃ ଏକ ଭିନ୍ନ ପ୍ରଜାତି। ସରଗୁଜାର ହାତୀ ଯୁଦ୍ଧ ଭୂଇଁରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବା ନେଇ ଇତିହାସରେ ପ୍ରସିଦ୍ଧ। ଜିଲ୍ଲା ଗେଜେଟରେ ଉଲ୍ଲେଖ ଅନୁସାରେ, ‘‘ମଧ୍ୟଯୁଗୀୟ ଯୁଦ୍ଧ ସମୟରେ, ହାତୀ ଗୁଡିକ ଶକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ ଉତ୍ସ ଥିଲେ। ତେଣୁ ସେହି ସମୟରେ ଛତିଶଗଡର ସରଗୁଜା ଥିଲା ଅନ୍ୟତମ ଗୁରୁତ୍ୱପୂର୍ଣ ସ୍ଥାନ ଯେଉଁଠାରୁ ହାତୀ କିଣାଯାଉଥିଲା। ମାଲୱାର ସୁଲତାନମାନଙ୍କ ସହ ସରଗୁଜାର ଶାସକଙ୍କ ସମ୍ପର୍କ ଏହି ଆଧାରରେ ହିସାବ କରାଯାଉଥିଲା,ଯେ ସେମାନେ ମାଲୱାକୁ ନିୟମିତ ହାତୀ ଯୋଗାଣ ନିଶ୍ଚିତ କରୁଥିଲେ।’’
ସରଗୁଜା ଉପରେ ଆଧିପତ୍ୟ ବଜାୟ ରଖିବା ଲାଗି ମାଲୱା ଏହାକୁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଚିନ୍ତା କରୁଥିଲା। ଅବଶ୍ୟ ପ୍ରଭୁ ଓ ପାର୍ବତୀର ପୂର୍ବପୁରୁଷ ଦୁର୍ଦ୍ଧର୍ଷ ଏବଂ ଲଢୁଆ ଥିଲେ ବୋଲି ସେମାନଙ୍କୁ ଦେଖି ବିଶ୍ୱାସ କରିବା କଷ୍ଟକର ହେଉଥିଲା। ପ୍ରଭୁ ଅତି ବିନୟୀ ଭଳି ଲାଗୁଥିଲା। ଯୁଦ୍ଧ କଥା କହିଲେ ପାର୍ବତୀ ଗୋଟିଏ ଠେକୁଆ ଭଳି ଲାଗୁଥିଲା ।(ଯଦି ଆପଣ କଳ୍ପନା କରିବେ ତାହା ଗୋଟିଏ ଖୁବ୍ ବଡ଼ ଶାନ୍ତିପ୍ରିୟ ଠେକୁଆ ଭଳି ଲାଗୁଥିଲା) ।
ଯାଯାବରମାନଙ୍କଠାରୁ ଶିକ୍ଷା
ଦଲୀପ, ମୁଁ ଏବଂ ଅମ୍ବିକାପୁର***ରୁ ଆମେ ଭଡ଼ା କରିଥିବା ପୁରୁଣା ଜିପର ଡ୍ରାଇଭର ଗୋଟିଏ ଗାଁ ଖୋଜୁଥିଲୁ ଯାହା ଆମେ ଶେଷରେ ପାଇଲୁନାହିଁ। ଆମେ ଆମର ଜିପକୁ ଏକ ବିରହର ସଂପ୍ରଦାୟର ଆଦିବାସୀମାନଙ୍କର ଏକ କଲୋନୀ ନିକଟରେ ରଖିଲୁ। ହୋ, ସାନ୍ତାଳ, ମୁଣ୍ଡାଙ୍କ ପରି ବିରହରମାନେ ହେଉଛନ୍ତି ଏକ ପ୍ରାଚୀନ ଆଦିବାସୀ ସଂପ୍ରଦାୟ। ଏମାନେ ଦକ୍ଷିଣ ପୂର୍ବ ଏସିଆରେ ପ୍ରଚଳିତ ଭାଷା କହନ୍ତି। ଛୋଟନାଗପୁର ଅଞ୍ଚଳର ଏହି ଯାଯାବର ସଂପ୍ରଦାୟର ଲୋକେ ମୁଖ୍ୟତଃ ପାଲାମୁ, ରାଞ୍ଚି, ଲୋହାରଗଡ଼ା, ହଜାରିବାଗ ଏବଂ ସିଂହଭୂମ ଅଞ୍ଚଳରେ ବୁଲିଥାନ୍ତି। ଏହି ଆଦିବାସୀମାନଙ୍କର ସଂଖ୍ୟା କମୁଛି। ଏବେ ସେମାନଙ୍କ ମଧ୍ୟରୁ ମାତ୍ର ୨,୦୦୦ ବା ତା’ ଠାରୁ କମ୍ ଲୋକ ଅଛନ୍ତି।
ସେଠାକାର ବିରହରମାନେ ଆମକୁ ‘ନିକଟରେ’ ଥିବା ଆଉ ଏକ ବିସ୍ମୟକର ଗାଁ ବିଷୟରେ କହିଲେ। ଆମେ ଏବେ ଶିକ୍ଷା ଗ୍ରହଣ କଲୁ, ସେଠାରୁ ବହୁ ମାଇଲ ତଳକୁ ଖସିବାକୁ ପଡ଼ିଲା, ଯାଯାବର ସଂପ୍ରଦାୟର ଜଣେ ଲୋକ ଯାହାକୁ ‘ନିକଟରେ’ ବୋଲି କହିଥିଲେ ତାକୁ ଗ୍ରହଣ କରିବା ସଂଘାତିକ ଥିଲା। ଜିପକୁ ଆମକୁ ଅସୁବିଧା କରୁଥିଲାବେଳେ ଆମେ ତାକୁ ବିରହରମାନଙ୍କ ଦାୟିତ୍ୱରେ ଛାଡ଼ି ପାଦରେ ଚାଲି ଆଗକୁ ଗଲୁ ।
ଡ୍ରାଇଭର ଆମ ସହ ଯିବାକୁ ଚାହୁଁଥିଲା। ବିରହରମାନେ ଯେଉଁଭଳି ଦେଖାଯାଉଥିଲେ ସେଥିଯୋଗୁ ସେ ଭୟଭୀତ ଥିବାର କହିଥିଲା। ଏବେ ପାର୍ବତୀକୁ ଦେଖି ସେ ଡରି ଯାଇଥିଲା। ଡ୍ରାଇଭର କିଭଳି ଚାହିଁଲା ସେ ସଂପର୍କରେ ଦଲୀପ ଥଟ୍ଟାକରି କିଛି ବୟାନ ଦେଲେ କିନ୍ତୁ ଲୋକଜଣକ ସେହିଭଳି ଆମ ସହିତ ଚାଲିଲା ।
ପ୍ରଭୁ ଆମକୁ ଖୁସି ମନରେ ହାତୀ ପିଠିରେ ବସିବା ପାଇଁ ପ୍ରସ୍ତାବ ଦେଲେ। ଆମେ ତାକୁ ଗ୍ରହଣ କଲୁ। ୧୯୯୩ ମସିହାର ମଧ୍ୟଭାଗରେ କିଛି ମାସ ତଳୁ ମୁଁ ମୋ ପ୍ରକଳ୍ପ ପାଇଁ ବାହାରିବା ପରେ କେତେ ପ୍ରକାର ଯାନବାହନ ବ୍ୟବହାର କରିଥିଲି ତାହା ହିସାବ କରୁଥିଲି। ସେଥିମଧ୍ୟରେ ଡଙ୍ଗାଠାରୁ ଆରମ୍ଭ କରି ଟ୍ରେନ୍ ଉପରେ ଯାତ୍ରା କରିବା ସାମିଲ ଥିଲା। କିନ୍ତୁ ହାତୀସବାରି ସେହି ତାଲିକାରେ ନଥିଲା। କିଛି ବାଟ ଯିବା ପରେ ଆମେ ବସିପଡ଼ିଲୁ ଏବଂ ପ୍ରଭୁଙ୍କ ସହ କଥା ହେଲୁ। ଗାଁ ଖୋଜିବା କଥା ଆମେ ଭୁଲିଯାଇଥିଲୁ। ସେଠାରେ କିଛି ପ୍ରକୃତରେ କୌତୁହଳପ୍ରଦ କଥା ଥିଲା ଏବଂ ‘ନିକଟରେ’ ଥିଲା। ସେ କିଭଳି ପାର୍ବତୀକୁ ଖୁଆଇବା ସହ ଚଳାଉଥିଲେ ତାହା ଆମେ ଜାଣିବାକୁ ଚାହିଁଲୁ।
ଆମର ସାକ୍ଷାତକାର ନେବାର ଦକ୍ଷତା ବଳରେ ଆମେ ପରବର୍ତ୍ତୀ ଦେଢଘଣ୍ଟା କିଛି ନଶିଖି ବସିରହିଲୁ। ପ୍ରଭୁ ବିନୟୀ କିନ୍ତୁ ସାବଧାନ ଥିଲେ। ସେ କହିଲେ ଯେ, ଲୋକଙ୍କର ଦାନ ଏବଂ ମନ୍ଦିରରେ ଆୟୋଜିତ ମେଳାରୁ ଉପାର୍ଜିତ ଟଙ୍କାରେ ସେମାନେ ଭଲ ଭାବେ ଚଳୁଥିଲେ। ଦେଶର କିଛି ଅଞ୍ଚଳରେ ତାହା ସତ ହୋଇପାରେ। କିନ୍ତୁ ଏଠାରେ ତାହା ନୁହେଁ। ଦଲୀପ କହିଲେ,’ ‘ତୁମେ *%*#* ମିଛ କହୁଛ। ହାତୀଟି ଦିନକୁ ୨୦୦ କିଲୋ ଘାସ ଓ ଅନ୍ୟାନ୍ୟ ଖାଦ୍ୟ ଆବଶ୍ୟକ କରେ। ତୁମେ କ’ଣ କରୁଥିବ ମୁଁ କହୁଛି। ତୁମେ ନିକଟବର୍ତ୍ତୀ ଚାଷଜମିରେ ତାକୁ ଖାଇବାକୁ ଛାଡ଼ିଦେଉଥିବ, ନୁହେଁ କି?’’
ବୋଧହୁଏ ତାହା ସତ୍ୟ ଥିଲା। ପ୍ରଭୁ କିନ୍ତୁ ସିଧାସଳଖ ମନା କରିଦେଲେ। ଦଲୀପ କହିଲେ, ‘‘ ଆମେ ହାତୀର ବି ସାକ୍ଷାତକାର ନେଇପାରୁ। ସେ ଅଧିକ ବିଶ୍ୱାସୀ। ତାକୁ ଖୁଆଇବା ଲାଗି ସେ ଗଭୀର ଜଙ୍ଗଲକୁ ଯାଇପାରିବେ ନାହିଁ। ସେଠାରେ ପ୍ରକୃତରେ ବଣୁଆହାତୀ ଏବଂ ଅନ୍ୟାନ୍ୟ ଜୀବମାନେ ଅଛନ୍ତି। ନାଁ, ସେ ଚାଷଜମିକୁ ଲୁଟ୍ କରନ୍ତି ନାହିଁ। ସେ କେବଳ ହାତୀକୁ ସେଠାକୁ ନେଇଯାନ୍ତି ଏବଂ ତାକୁ ଫସଲନଷ୍ଟ କରିବାକୁ ଛାଡ଼ିଦିଅନ୍ତି ।’’ ଆମେ ପାର୍ବତୀର ଖାଦ୍ୟ ଏବଂ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ସମୟରେ , ସେ ପ୍ରଭୁଙ୍କ ସହ ଖେଳୁଥିଲା। ତାର ଶୁଣ୍ଢ ପ୍ରଭୁଙ୍କ ମୁଣ୍ଡ ଉପରେ ଘଷୁଥିଲା। ସେଥିରୁ ତାର ଭଲ ପାଇବା ସ୍ପଷ୍ଟ ହେଉଥିଲା। ଯଦି ବି ସେ ଜମିକୁ ଲୁଟ୍ କରିଥାନ୍ତି, ତାହା ଏକ ଭଲ କାମ ପାଇଁ କରିଛନ୍ତି ।