ମାଟି ପାତ୍ରଟି ଠିକ୍ ଛାତ ତଳେ ଟଙ୍ଗା ହୋଇଛି ।
ମୁଁ ନିଶ୍ଚିତ ଥିଲି ଯେ ସେଥିରେ ଔଷଧୀୟ ଗୁଳ୍ମଲତା, ଧାର୍ମିକ ସାମଗ୍ରୀ କିମ୍ବା ଚାଉଳ ଥିବ। ମୁଁ ଭାବିଲି ଖୋଲା ଅଗଣାରେ ଦୋସା ପ୍ରସ୍ତୁତ କରୁଥିବା ମହିଳା ରଜମଗିରି ମୋତେ ଏ ସଂପର୍କରେ କହିବେ । କିନ୍ତୁ ତାଙ୍କର ଶ୍ୱଶୁର ଜି.ସିଦ୍ଧୟାଙ୍କ ସାମ୍ନାରେ ସେ ସମ୍ମାନସୂଚକ ଭାବେ ନିରବ ଥିଲେ ।
ରଜମ ତାମିଲନାଡୁର ଇରୋଡ ଜିଲ୍ଲାରେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବାରଗୁର ହିଲ୍ସରେ ଥିବା ଏକ ସୁନ୍ଦର ଗାଁ ଉସିମଲାଇରେ ରହନ୍ତି। ସେ ଏକ ପଶୁଚରାଳୀ ପରିବାରରୁ ଆସିଛନ୍ତି। ସେମାନେ ବାରଗୁର ହିଲ୍ସ ଅନୁସାରେ ନାମିତ ହୋଇଥିବା ଧଳା ଓ ନାଲି ରଙ୍ଗର ବାରଗୁର ଗାଈଙ୍କୁ ପାଳନ କରିଥାନ୍ତି। ତାହା ତାମିଲନାଡୁର ୫ଟି ଦେଶୀୟ ପ୍ରଜାତି ମଧ୍ୟରୁ ଅନ୍ୟତମ। ସବୁଦିନ ସକାଳେ ପୁରୁଷ ଲୋକମାନେ ଜଙ୍ଗଲରେ ଚରିବା ଲାଗି ଗାଈଗୁଡ଼ିକୁ ନେଇ ଯାଇଥାନ୍ତି। ଦେଶୀୟ ପ୍ରଜାତି ସଂପର୍କରେ ଆଲେଖ୍ୟ ରଚନା କରିବା ଲାଗି ମୁଁ ସେମାନଙ୍କର ପଶୁଗୁଡ଼ିକୁ ଦେଖିବା ପାଇଁ ବାରଗୁର ଯାଇଥିଲି। ମୁଁ ଯେତେବେଳେ ରଜମଙ୍କୁ ଭେଟିଲି ସେତେବେଳେ ଘରେ କେବଳ ମହିଳା, ପିଲା ଓ ବୟସ୍କମାନେ ଥିଲେ ।
ଏବଂ ଛାତର ଠିକ୍ ତଳେ ସେ ମାଟି ପାତ୍ରଟି ଝୁଲୁଥିଲା ।





