ଧମତରି ଜିଲ୍ଲାର ନଗରୀ ତହସିଲ, କିଛି ଗୋଟାଏ ଘଟଣାକୁ ନେଇ ଗୋଟିଏ ରାସ୍ତାକଡ଼ରେ ପ୍ରାୟ ୧୦ ଜଣ ଜଣ ଲୋକ ଏକାଠି ହୋଇଥିଲେ। ମୁଁ ସେଠି ଅଟକି ଗଲି ଆଉ କଣ କରୁଛନ୍ତି ଦେଖିବାକୁ ତାଙ୍କ ପାଖକୁ ଚାଲିଚାଲିଗଲି।
କିଛି ଯୁବକ ମହୁଫେଣାରୁ ମହୁ ଚିପୁଡ଼ି ବିକ୍ରି କରୁଥିଲେ। ସ୍ଥାନୀୟ ସରକାରୀ ଡାକ୍ତରଖାନାର ଛାତରେ ଥିବା ମହୁମାଛି ବସାର ଏହାର କିଛି ଅଂଶ। ମହୁମାଛିଙ୍କ ବସାକୁ ଏଠାରୁ କାଢି ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ।
ସେମାନେ କେଉଁଠୁ ଆସିଛନ୍ତି ବୋଲି ମୁଁ ତାଙ୍କୁ ପଚାରିଲି। ଶୈବାଳ ଖୁବ୍ ଆଗ୍ରହର ସହ କହିଲେ, ‘‘କୋଲକାତା, ପଶ୍ଚିମବଙ୍ଗ!’’ ନିର୍ଦ୍ଦିଷ୍ଟ ଭାବେ କୋଲକାତା କି ବୋଲି ମୁଁ ପଚାରିଲି? ସେ ଉତ୍ତର ଦେଲେ, ‘‘ଆପଣ ସୁନ୍ଦରବନ ଜାଣନ୍ତି କି?’’ ମୁଁ କହିଲି, ନିହାତି ଜାଣିଛି। ସେମାନେ ସୁନ୍ଦରବନରୁ ମହୁ ସଂଗ୍ରହ କରନ୍ତି କି ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କଲି।

