ମା’ ସବୁଦିନ ବାଲକନିରେ ଥିବା ତୁଳସୀ ଚଉରା ପାଖରେ ଏକ ଛୋଟ ଦୀପ ରଖନ୍ତି । ଯେବେଠାରୁ ମୋର ମୁଁ ମନେ ପକାଇ ପାରୁଛି, ସେ ପ୍ରତିଦିନ ସନ୍ଧ୍ୟାରେ ଏପରି କରି ଆସୁଛନ୍ତି । ବର୍ତ୍ତମାନ ତାଙ୍କର ବୟସ ୭୦ବର୍ଷରୁ ଅଧିକ ହେବ, ପାର୍କିନ୍ସନ୍ ବେମାରୀ ଯୋଗୁଁ ତାଙ୍କର ହାତ ଓ ପାଦ ସବୁବେଳେ ଥରୁଛି, ମସ୍ତିଷ୍କରେ ବିଭିନ୍ନ ଅପଭ୍ରମ ସୃଷ୍ଟି ହେଉଛି, ସେ ଭାବନ୍ତି ଯେ ତାଙ୍କର ଦୀପ ଲିଭିଯାଇଛି । ଆପାର୍ଟମେଣ୍ଟର ଅନ୍ୟ ବାଲ୍କନିରେ ଦୀପାବଳି ପାଇଁ ଦୀପ ସବୁ ପ୍ରଜ୍ଜ୍ୱଳିତ କରାଯାଇଛି । ଆଜି କ’ଣ ଦୀପାବଳି? ସେ ଆଶ୍ଚର୍ଯ୍ୟ ହୁଅନ୍ତି । ତାଙ୍କର ସ୍ମୃତି ଶକ୍ତି ପ୍ରାୟତଃ ଲୋପ ପାଇଗଲାଣି । ବର୍ତ୍ତମାନ କିନ୍ତୁ ପୁଣି ସବୁକିଛି ଅନ୍ଧକାରମୟ ହୋଇଯାଇଛି, ପୂର୍ବ ଅପେକ୍ଷା ଅଧିକ ଅନ୍ଧାକାରମୟ । ସେ ଜାଣିଥିବା କେତେକ ମନ୍ତ୍ର ଉଚ୍ଚାରଣଗୁଡିକ ସେ ଶୁଣି ପାରୁଛନ୍ତି; କିଛି ଗାୟତ୍ରୀ ମନ୍ତ୍ର ଭଳି ଲାଗୁଛି । ତାହା କ’ଣ ହନୁମାନ ଚାଳିଶା ଥିଲା? କ’ଣ କେହି ‘ପାକିସ୍ତାନ ମୁର୍ଦାବାଦ୍’ ବୋଲି କହିଲେ କି?
ସେ ତାରାବିହୀନ ଆକାଶ ଆଡକୁ ଚାହିଁଲେ ଓ ଥରିବାକୁ ଲାଗିଲେ । ହଠାତ୍ ସେ ତାଙ୍କ ମସ୍ତିଷ୍କରେ କିଛି ସ୍ୱର ଶୁଣିବାକୁ ପାଇଲେ ଓ ପାଗଳଙ୍କ ଭଳି ଆଚରଣ କରିବାକୁ ଲାଗିଲେ । ସ୍ୱର ଯାହା ତାଙ୍କୁ ମୁସଲ୍ମାନ ପାଉଁରୁଟି ପ୍ରସ୍ତୁତକାରୀମାନେ ସଂକ୍ରମିତ ପାଉଁରୁଟି ବିକ୍ରି କରୁଥିବା ବିଷୟରେ ସତର୍କ କରୁଛି । ସ୍ୱର ଯାହା ତାଙ୍କୁ ସେହି ମୁସଲମାନ ପରିବା ବିକାଳିମାନଙ୍କୁ ବାସନ୍ଦ କରିବାକୁ କହୁଛି ଯେଉଁମାନେ ରୋଗ ବ୍ୟାପିବା ପାଇଁ ଛେପ ପକାଉଛନ୍ତି । ସ୍ୱର ଯାହା ଏୈକ୍ୟତାର ଦୀପ ପ୍ରଜ୍ଜ୍ୱଳନ କରିବାକୁ କହୁଛି । ଦିଶାହିନ ହୋଇପଡିଥିବା ଭୋକିଲା ପେଟର ଗଁ ଗଁ ସ୍ୱର । ଭଲପାଇବା ଓ ଦୟାଭାବ ପ୍ରଦର୍ଶନ କରୁଥିବା ଧର୍ମଶାସ୍ତ୍ରର କ୍ଷୀଣ ସ୍ୱର । ତାଙ୍କ ଦୀପକୁ ଲିଭେଇ ଦେଉଥିବା କଳା ପବନର ସ୍ୱର । ତାଙ୍କ ମୁଣ୍ଡ ଘୂରିଲା ଭଳି ସେ ଅନୁଭବ କଲେ, ସେ ତାଙ୍କ ଶେଯକୁ ଫେରି ଯିବାକୁ ଇଚ୍ଛା କଲେ କିନ୍ତୁ ଅତ୍ୟଧିକ ଅନ୍ଧାର ଯୋଗୁଁ ସେ ଫେରି ପାରିଲେ ନାହିଁ । ସେ ତାଙ୍କର ଅସ୍ଥିର ଅଙ୍ଗୁଳିରେ ତାଙ୍କର ଦୀପ ପ୍ରଜ୍ଜ୍ୱଳିତ କରିବାକୁ ସଂଘର୍ଷ କରୁଛନ୍ତି, ପୁଣି ଆଉଥରେ…



