ମୁମ୍ବାଇ: ସାଧାରଣତଃ ଏଗୁଡ଼ିକୁ ‘ତିଆରି କରିଦେଇ ଭୁଲିଯିବା’ ପ୍ରକଳ୍ପ କୁହାଯାଇଥାଏ। ମହାରାଷ୍ଟ୍ର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୧୪-୧୫ ଅନୁଯାୟୀ, ରାଜ୍ୟର ୪୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭୦,୦୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ଉପଯୋଗ ହୋଇପାରୁଛି । ରାଜ୍ୟ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେବା ସମୟରେ ଏହା ଚାଷୀଙ୍କ ପ୍ରତି ଉପହାସ ।
ସାରା ରାଜ୍ୟରେ ଖେଳାଇ ହୋଇ ରହିଥିବା ଏସବୁ ଛୋଟ ବନ୍ଧ, ଜଳଭଣ୍ଡାର ଓ କେନାଲଗୁଡ଼ିକ ଜଳସଙ୍କଟଗ୍ରସ୍ତ ଗ୍ରାମଗୁଡ଼ିକରେ ଜଳଯୋଗାଣ ପାଇଁ ବେଶ ଉପାଦେୟ ହୋଇପାରିଥା’ନ୍ତେ । କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ, ଏପରି ଅନେକ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା, ବିଶେଷଜ୍ଞମାନେ କୁହନ୍ତି । କେତେକ ଜଳ ଉତ୍ସ ଅବରୋଧ ହୋଇଥିବା ସ୍ଥଳେ ଅନ୍ୟଗୁଡ଼ିକ ଭାଙ୍ଗିରୁଜି ଯାଇଛି କିମ୍ବା ନଷ୍ଟ କରିଦିଆଯାଇଛି ।
ରାଜ୍ୟରେ କ୍ଷେତ୍ରୀୟସ୍ତରରେ ୬୯,୭୮୧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି, ପ୍ରତ୍ୟେକ ପ୍ରକଳ୍ପ ୨୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିପାରିବ (ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ୮୦% କ୍ଷମତା ସହ ସମାନ)। ୨୦୧୩ ସୁଦ୍ଧା ଏସବୁ ଜଳସେଚନ ପ୍ରକଳ୍ପର ଜଳସେଚନ କ୍ଷମତା ୧୬.୨୫ ହେକ୍ଟର ଥିଲା। ଏହା ସତ୍ତ୍ୱେ ମାତ୍ର ୨ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି ।
ଉଦବେଗର ବିଷୟ ହେଉଛି, ଏଥର ପୂର୍ବ ବର୍ଷ ତୁଳନାରେ ଆହୁରି କମ ଜଳସେଚନ ସୁବିଧାର ଉପଯୋଗ ହୋଇପାରିଥିଲା ଯେତେବେଳେ ମାତ୍ର ୩ ହଜାର ପାଖାପାଖି ପ୍ରକଳ୍ପ ରହିଥଲା। ଗତବର୍ଷର ଅର୍ଥନୈତିକ ସର୍ବକ୍ଷେଣ ରିପୋର୍ଟ ଅନୁଯାୟୀ ୨୦୧୨-୧୩ ଆର୍ଥିକ ବର୍ଷରେ ଏହାଠାରୁ ସାମାନ୍ୟ ଅଧିକ ଅର୍ଥାତ ୨.୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ ହୋଇଥିଲା।
ବିଶେଷଜ୍ଞମାନେ କୁହନ୍ତି, ଏସବୁ କ୍ଷୁଦ୍ର ଏବଂ ସ୍ଥାନୀୟ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରାନଯିବା ସବୁଠୁ ବଡ଼ ସମସ୍ୟା। “ଏଗୁଡ଼ିକ ନଷ୍ଟ ସମ୍ପତ୍ତି। ଆମେ ଏହାକୁ ‘ତିଆରି କର ଓ ଭୁଲିଯାଅ’ ପ୍ରକଳ୍ପ ବୋଲି କହୁ । ଏଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କୌଣସି ଅର୍ଥବରାଦ କରାଯାଇନଥାଏ କିମ୍ବା କାହାରିକୁ ନିୟୋଜିତ କରାଯାଇନଥାଏ”, ବୋଲି କୁହନ୍ତି ମରାଠାୱାଡ଼ା ବୈଧାନିକ ବିକାଶ ବୋର୍ଡର ବିଶେଷଜ୍ଞ ସଦସ୍ୟ ପ୍ରଦୀପ ପୁରନ୍ଦରେ।




