ମୁମ୍ବାଇ: ଖରିଫ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଥିବା ମରୁଡ଼ି ଦ୍ୱାରା ମହାରାଷ୍ଟ୍ରର ପ୍ରାୟ ୯୦ଲକ୍ଷ କୃଷକ ପ୍ରଭାବିତ ହୋଇଛନ୍ତି ବୋଲି ଅଧିକାରିକ ତଥ୍ୟ ଦର୍ଶାଉଛି। ଏହି ସଂଖ୍ୟା ସ୍ୱିଡେନର ଜନସଂଖ୍ୟା ସହ ପ୍ରାୟ ସମାନ।

ମହାରାଷ୍ଟ ବର୍ତ୍ତମାନ ସୁଦ୍ଧା ଏହାର କୃଷି ବିପର୍ଯ୍ୟୟ ପାଇଁ ଜଣାଶୁଣା ଏବଂ ସାରା ଦେଶରେ ସର୍ବାଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା ଏହିଠାରେ ହୋଇଥିବା ଜଣାଯାଇଛି। ଏହି ବିପର୍ଯ୍ୟୟ- ଏକ ବିଳମ୍ବିତ ଏବଂ ଅପର୍ଯ୍ୟାପ୍ତ ମୌସୁମୀ ଦ୍ୱାରା ଆସିଛି- ଯାହାକି ଏହାର କୃଷକମାନଙ୍କ ହତାଶାକୁ ଆହୁରି ଗମ୍ଭୀର କରିଦେବାକୁ  ପ୍ରସ୍ତୁତ ହୋଇଛି।

ଏହା ଗତବର୍ଷର କୁଆପଥର ମାଡ଼ରେ ହୋଇଥିବା ଫସଲ ନଷ୍ଟ ପରେ ପରେ ଆସିଥିଲା ଯାହାକି କୃଷକମାନଙ୍କୁ କଠିନ ଆଘାତ ଦେଇଥିଲା।

କୃଷି ବିଭାଗର ତଥ୍ୟ ପ୍ରଦର୍ଶିତ କରୁଛି ଯେ, ରାଜ୍ୟର ୧.୩୭ କୋଟି କୃଷକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ମରୁଡ଼ି ଦ୍ୱାରା ପ୍ରଭାବିତ। ଯାହାକି ମୁଖ୍ୟତଃ ମରାଠାଓ୍ୱାଡା ଓ ବିଦର୍ଭ ଅଞ୍ଚଳକୁ ପ୍ରଭାବିତ କରିଛି। ଏହି ଅଞ୍ଚଳଗୁଡ଼ିକ ଐତିହାସିକ ଭାବରେ ରାଜ୍ୟର ସବୁଠାରୁ ବଞ୍ଚିତ ଅଞ୍ଚଳ।

ଦୁଇ ସପ୍ତାହ ତଳେ ରାଜ୍ୟ ସରକାର ଔପଚାରିକ ଭାବରେ ଘୋଷଣା କରିଥିଲେ ଯେ ଏହାର ୬୦% ଗ୍ରାମ ‘ମରୁଡ଼ିପ୍ରାୟ ପରିସ୍ଥିତି’ ସାମ୍ନା କରୁଛନ୍ତି। ଏହାର ଅର୍ଥ ହେଉଛି ଯେ, ସେମାନେ ଏହି ଅଞ୍ଚଳରେ ମାନକ ଅମଳଠାରୁ ୫୦% କମ୍‌ ଅମଳର ଖବର ପାଇଛନ୍ତି। ସମ୍ପୂର୍ଣ୍ଣ ସଂଖ୍ୟାରେ ଦେଖିବାକୁ ଗଲେ ରାଜ୍ୟର ୩୯୪୫୩ ଗ୍ରାମ ମଧ୍ୟରୁ ୨୩୮୧୧ ଏହି ଶ୍ରେଣୀ ମଧ୍ୟରେ ଆସୁଛି। ଅଧିକାରୀ ଜଣଙ୍କ କହିଛନ୍ତି ଏହା ଚଳିତବର୍ଷ ପାଇଁ ରାଜ୍ୟର କୃଷକ ଫଳାଫଳରେ ଏକ ଭୀଷଣ ଅବନ୍ନତି ଆଣିବ।

ରାଜ୍ୟ ରିଲିଫ୍‌ ଏବଂ ଥଇଥାନ ସଚିବ କେ.ଏଚ୍‌ ଗୋବିନ୍ଦ ରାଜ କହିଛନ୍ତି, ‘‘ଏହା ଏକ ଖୁବ୍‌ କଷ୍ଟକର ପରିସ୍ଥିତି। ରାଜ୍ୟର କୃଷକମାନେ ଉତ୍କଟ କୃଷି ବିପର୍ଯ୍ୟୟ ସାମ୍ନା କରୁଛନ୍ତି’’। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଟ. ୨୦୦୦ କୋଟିର ସାହାଯ୍ୟ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟ କେନ୍ଦ୍ର ସରକାରଙ୍କୁ ଟ. ୪,୮୦୦ କୋଟି ଟଙ୍କାର ସାହାଯ୍ୟ ପାଇଁ ଅନୁରୋଧ କରିଛି, କିନ୍ତୁ ତାହା ଏପର୍ଯ୍ୟନ୍ତ ଆସିବା ବାକି ରହିଛି।

ବିଦର୍ଭ-ଆଧାରିତ କୃଷକ କର୍ମକର୍ତ୍ତା ବିଜୟ ଜଓ୍ୱାନଡିଆ ସୂଚିତ କରିଛନ୍ତି ଯେ, ୨୦୦୮ ମସିହାଠାରୁ ଏହା ରାଜ୍ୟର ଚତୁର୍ଥ ମରୁଡ଼ି। ସେ କହିଛନ୍ତି, ‘‘କୃଷକମାନଙ୍କ ଉପରେ ଏହାର ପ୍ରଭାବ ଅଧିକରୁ ଅଧିକ ଖରାପ ହେଉଛି। ପୂର୍ବେ କୃଷକମାନେ କମ୍‌ ଅମଳ ଯୋଗୁଁ କଷ୍ଟ ପାଉଥିଲେ। କିନ୍ତୁ ଅତିକମ୍‌ରେ ସେମାନେ ସେମାନଙ୍କର ଉତ୍ପାଦ ପାଇଁ ଠିକ୍‌ ମୂଲ୍ୟ ପାଉଥିଲେ। ବର୍ତ୍ତମାନ ସେମାନଙ୍କର ଅମଳ କମ୍‌ ହେଉଛି ଏବଂ ସେମାନଙ୍କର ଫସଲ ପାଇଁ କମ୍‌ ପଇସା ପାଉଛନ୍ତି।’’

ତାଙ୍କ ଆକଳନ ଅନୁଯାୟୀ, ରାଜ୍ୟରେ କପା ଏବଂ ସୋୟାବିନ ଫସଲ ଏକ ଉତ୍କଟ ହ୍ରାସକୁ ସାମ୍ନା କରିପାରେ। ସେ କହିଛନ୍ତି, ‘‘ଚଳିତବର୍ଷ ମହାରାଷ୍ଟ୍ରରେ ସମୁଦାୟ କପା ଉତ୍ପାଦନ ୧.୫ କୋଟି କୁଇଣ୍ଟାଲ କମ୍‌ ହୋଇପାରେ। ସୋୟାବିନ ଅମଳ ଏକର ପିଛା ୪ କୁଇଣ୍ଟାଲ ଥିଲା ଚଳିତ ବର୍ଷ ଏହା ତା’ର ମାତ୍ର ଅଧା ହୋଇଯାଇପାରେ।’’

ରିପୋର୍ଟ ୨: ଏହି ପ୍ରସଙ୍ଗର ମୌଳିକ ସଂସ୍କରଣ ୨୦୧୫ ଫେବୃଆରୀ ୩ରେ ଦି ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ହୋଇଥିଲା।

ଏହି ଶୃଙ୍ଖଳାରେ ଅଧିକ :

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରିପୋର୍ଟ ୩ : ମରୁଡ଼ି ଯୋଗୁଁ ଖରିଫ ଫସଲ ପ୍ରଭାବିତ ଡାଲି ଫସଲରେ ବ୍ୟାପକ କ୍ଷତି

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି

ରିପୋର୍ଟ ୫ : କୃଷି କଷ୍ଟ : ଯେଉଁଠି ଗୋଟିଏ ପାତ୍ର ଭରିବା ଲାଗି ଗ୍ରାମବାସୀଙ୍କୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ

ରିପୋର୍ଟ ୬ : ମରୁଡ଼ି ଜନିତ ସ୍ଥାନାନ୍ତର ଯୋଗୁଁ ବୟସ୍କ ପାଲଟୁଛନ୍ତି କୃଷି ଶ୍ରମିକ

ରିପୋର୍ଟ ୭ : ମରୁଡ଼ି ପୀଡ଼ିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ଚାଷ

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପୀଡ଼ିତ ଚାଷୀ ସହାୟତାରୁ ବଞ୍ଚିତ।

ରିପୋର୍ଟ ୯ : ଚାଷୀ ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଉଲ୍ଲେଖ କଲେ ବିରୋଧୀ

ରିପୋର୍ଟ ୧୦ : ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୧ : ଚାଷୀଙ୍କୁ ମିଳୁଥିବା ୨୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଋଣ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୨: ମହାରାଷ୍ଟ୍ରର 70ହଜାର କ୍ଷୁଦ୍ର ଡ୍ୟାମର ମାତ୍ର 12 ପ୍ରତିଶତ ଜଳ ବ୍ୟବହାର ହୋଇପାରୁଛି

ରିପୋର୍ଟ ୧୩ : ଅଦିନିଆ ବର୍ଷା: ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE